ବିଜେଡି ଛାଡ଼ିଲେ ଭାସ୍କର ରାଓ

ଭୁବନେଶ୍ୱର: ବିଜେଡି ପାଇଁ ଏବେ କିଛି ଭଲ ନାହିଁ । ଦଳରେ ଏବେ ଗୋଷ୍ଠୀକନ୍ଦଳ ପିକରେ ପହଞ୍ଚିଛି । ଜଣକ ପରେ ଜଣେ ନେତା ଓ ନେତ୍ରୀ ଦଳ ତଥା ଦଳୀୟ ନେତାଙ୍କ ବିରୋଧରେ ବିଷୋଦଗାର କରୁଛନ୍ତି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ପୂର୍ବତନ ସାଂସଦ ଏନ ଭାସ୍କର ରାଓ ବିଜେଡିକୁ ବାଏ ବାଏ କରିଦେଇଛନ୍ତି । ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଦଳ ବିରୋଧରେ ଅସନ୍ତୋଷ ଝାଡ଼ିବା ସହ ଦଳ ଛାଡ଼ିଛନ୍ତି । କେବଳ ସେ ଦଳଛାଡ଼ିନାହାନ୍ତି ନୂଆ ଦଳ ବି ଗଠନ କରିଛନ୍ତି । ଯାହାର ନାମ ରଖିଛନ୍ତି ବିଜୁ ସ୍ୱାଭିମାନ ମଞ୍ଚ ।
ପ୍ରକାଶ ଯେ ଦଳ ଭିତରେ ସବୁ କିଛି ଠିକ୍‌ଠାକ୍‌ ନଥିବାର ଏକାଧିକ ଘଟଣା ସାମ୍ନାକୁ ଆସିଲାଣି। ସବୁଠାରୁ ବଡ଼ କଥା ହେଲା ଯେ ବିଜେଡିର ବରିଷ୍ଠ ନେତ୍ରୀ ଶ୍ରମୟୀ ମିଶ୍ର ସାମାଜିକ ଗଣମାଧ୍ୟମରେ ‘ଧୃତରାଷ୍ଟ୍ର’ ଉପାଖ୍ୟାନ କହି ହଟଚମଟ ସୃଷ୍ଟି କରିଛନ୍ତି। ତେଣେ ମହାଭାରତର ‘ଶ୍ରୀକୃଷ୍ଣ’ ପ୍ରସଙ୍ଗକୁ ଲେଖି ଏହାର ପ୍ରତିବାଦ କରିଛନ୍ତି ଅନ୍ୟ ଏକ ଗୋଷ୍ଠୀ। ଏହା ବିଜେଡି ଭିତରେ ଥିବା ଆଭ୍ୟନ୍ତରୀଣ ବିବାଦକୁ ପଦାରେ ପକାଇଛି ବୋଲି କୁହାଗଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଘଟଣାକୁ ବିଜେଡିର ସାଧାରଣ କର୍ମୀମାନେ ମଧ୍ୟ ସହଜରେ ଗ୍ରହଣ କରିପାରୁ ନାହାନ୍ତି।ଯେଉଁଠି ବିଜେଡି ଶାସନ କ୍ଷମତାରେ ଥିବା ବେଳେ କେହି କାହାରି ବିରୁଦ୍ଧରେ ମୁହଁ ଖୋଲିବାର ଦୁଃସାହସ କରିପାରୁନଥିଲେ, ଏବେ କ୍ଷମତା ଯିବା ପରେ କେହି କାହାକୁ ମାନୁନଥିବା ଦୃଷ୍ଟିଗୋଚର ହେଉଛି। ଏଇ କିଛି ମାସ ଭିତରେ ବଦ୍ରି ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଦେବାଶିଷ ସାମନ୍ତରାୟ, ଭୂପିନ୍ଦର ସିଂହ, ଶଶୀଭୂଷଣ ବେହେରା ଓ ଅରୁଣ ସାହୁଙ୍କ ଭଳି ଦଳର ବରିଷ୍ଠ ନେତାମାନଙ୍କ ଟିପ୍ପଣୀ ଅନେକ ସମୟରେ ବିଜେଡକୁ ଅଡ଼ୁଆରେ ପକାଇଛି।

  • Related Posts

    ଭୁବନେଶ୍ବର ଫେରିଲେ କଂଗ୍ରେସ ବିଧାୟକ

    ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ହଟାଅ ଅଭିଯାନରେ ଦିଲ୍ଲୀ ଯାଇଥିବା କଂଗ୍ରେସର ୫ ବିଧାୟକ ଶୁକ୍ରବାର ରାତିରେ ଭୁବନେଶ୍ବର ଫେରିଛନ୍ତି। ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ସି.ଏସ. ରାଜନ ଏକ୍କା, ମଙ୍ଗୁ ଖିଲ,…

    Continue reading
    ପୋଲିସ ଆଇନର ରକ୍ଷକ ନୁହେଁ, ସତ୍ତାର ସୁରକ୍ଷା କର୍ମୀ:କଂଗ୍ରେସ

    ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ପୋଲିସର ନିର୍ଯାତନା ଏବଂ ଅର୍ଥ ଆଦାୟ ବିଷୟକୁ ନେଇ ଓଡିଶା ପୋଲିସ ପୁଣି ଥରେ କଳା କାରନାମା ରଚିଛି ଏବଂ ଏହାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ