ବିଜେଡି ହାତରୁ ଖସିଲା ବ୍ରଜରାଜନଗର ପୌର ପରିଷଦ

ଝାରସୁଗୁଡ଼ା: ବିଜେଡି ହାତରୁ ଖସିଲା ବ୍ରଜରାଜନଗର ପୌର ପରିଷଦ । ଅନାସ୍ଥା ଭୋଟ୍‌ରେ ପୌରାଧ୍ୟକ୍ଷା ପଦରୁ ପଦଚ୍ୟୁତ ହେଲେ ଯାଜ୍ଞସେନୀ ଓରାମ୍‌ । ଅନାସ୍ଥା ଭୋଟ ଗଣତିରେ ସପକ୍ଷରେ ୨୨ଟି ଭୋଟ୍‌ ପଡ଼ିଛି । ବିପକ୍ଷରେ ମାତ୍ର ଗୋଟିଏ ଭୋଟ୍‌ ପଡ଼ିଛି । ଅନାସ୍ଥା ମତଦାନ ଗଣତି ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ରାଜନୈତିକ ସ୍ୱାର୍ଥ ଦୃଷ୍ଟିରୁ ନୁହେଁ ବରଂ ବ୍ରଜରାଜନଗରର ବିକାଶ ଦୃଷ୍ଟିରୁ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା । ଏହାଦ୍ୱାରା ବ୍ରଜରାଜନଗରବାସୀଙ୍କ ସ୍ୱାର୍ଥରକ୍ଷା ହୋଇ ପାରିଛି ବୋଲି ଉପାଧ୍ୟକ୍ଷ ଶ୍ରୀ ସିତାନୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ୨୩ଟି ୱାର୍ଡ ବିଶିଷ୍ଟ ବ୍ରଜରାଜନଗର ପୌର ପରିଷଦରେ ହୋଇଥିବା ପ୍ରତ୍ୟକ୍ଷ ନିର୍ବାଚନରେ ପୌରାଧ୍ୟକ୍ଷ ଭାବେ ବିଜୟୀ ହୋଇଥିଲେ ବିଜେଡିର ଯାଜ୍ଞସେନୀ ଓରାମ୍‌ । ପୌର ପରିଷଦରେ ବିଜେଡିର ୨୦, ବିଜେପିର ୨ ଏବଂ ବିଏସ୍‌ପିର ଜଣେ କାଉନସିଲର ରହିଛନ୍ତି । ହେଲେ ପୌରାଧ୍ୟକ୍ଷାଙ୍କ କାର୍ୟ୍ୟରେ ଅସନ୍ତୁଷ୍ଟ ପ୍ରକାଶ କରି ତାଙ୍କ ବିରୋଧ ଅନାସ୍ଥା ଆଣିଥିଲେ ଦଳୀୟ କାଉନ୍‌ସିଲର । ଏନେଇ ପୌରାଧ୍ୟକ୍ଷା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଗତ ଜାନୁଆରୀ ୧୫ରେ ଅନାସ୍ଥା ଭୋଟ୍‌ ହୋଇଥିଲେ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଫଳାଫଳ ଘୋଷଣା ସ୍ଥଗିତ ଥିଲା । ଶୁକ୍ରବାର ପୌରାଧ୍ୟକ୍ଷାଙ୍କ ପିଟିସନ ଖାରଜ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଶନିବାର ଭୋଟ ଗଣତି କରାଯାଇଥିଲା । ଅନାସ୍ଥା ଭୋଟରେ ଯାଜ୍ଞସେନୀ ଓରାମ୍‌ ପଦଚ୍ୟୁତ ହୋଇଛନ୍ତି। ନୂତନ ପୌରାଧ୍ୟକ୍ଷା ନିର୍ବାଚିତ ନ ହେବା ଯାଏଁ ଉପାଧ୍ୟକ୍ଷ ହିଁ ପୌରାଧ୍ୟକ୍ଷ ଦାୟିତ୍ୱରେ ରହିବେ ବୋଲି ଜଣାପଡ଼ିଛି ।

  • Related Posts

    ୨୩ ଜିଲ୍ଲାରେ ନିଯୁକ୍ତି ପାଇଲେ ଏସଡ଼ିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

    ୦୬।୦୪।୨୦୨୬,ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୩ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଅନୁଗୁଳରେ ଅଧ୍ୟକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଭାବେ ସୁରୁମଣି ଛତରଙ୍କୁ ନିଯୁକ୍ତି ମିଳିଛି । ସେହିପରି…

    Continue reading
    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ