ବିଜେପି ପାଇଁ ୨୦୨୫ ଉଭୟ ସମ୍ମାନ ଓ ଆହ୍ୱାନର ବର୍ଷ ହେବ

ଭୁବନେଶ୍ୱର: ରାଜନୈତିକ ଦୃଷ୍ଟିକୋଣରୁ ବିଦାୟୀ ୨୦୨୪ ବର୍ଷ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ପାଇଁ ଉଭୟ ତିକ୍ତ-ମଧୁର ଅନୁଭୂତି ଦେଇଥିବା ବେଳେ ୨୦୨୫ ତିନି ପ୍ରମୁଖ ରାଜନୈତିକ ଦଳ ପାଇଁ ଆହ୍ବାନ, ସଂଘର୍ଷ ଓ ସମ୍ମାନର ବର୍ଷ ହେବ। ଗତ ସାଧାରଣ ନିର୍ବାଚନରେ ଅପ୍ରତ୍ୟାଶିତ ବିଜୟ ପାଇଥିବା ବିଜେପି ପାଇଁ ୨୦୨୫ ଉଭୟ ସମ୍ମାନ ଓ ଆହ୍ୱାନର ବର୍ଷ ହେବ। ବିଶେଷକରି ସରକାର ଗଠନ ପରେ ବିଜେପି ୨୦୨୪ ବିଭିନ୍ନ ପ୍ରସଙ୍ଗରେ ଅନେକ ସମାଲୋଚନାର ଶିକାର ହୋଇଛି ଓ ମନ୍ତ୍ରୀମାନେ ଲୋକମାନଙ୍କର ଆସ୍ଥାଭାଜନ ହୋଇ ପାରିନାହାନ୍ତି। ଦରଦାମ ବୃଦ୍ଧିଠାରୁ ଆରମ୍ଭ କରି ଆଇନଶୃଙ୍ଖଳା ସର୍ବୋପରି ଯୋଜନା କାର୍ୟ୍ୟକାରିତାରେ ଗଳାବାଟ ଦଳ ପାଇଁ ସାଧାରଣରେ ନକରାତ୍ମକ ମାହୋଲ ସୃଷ୍ଟି କରିଛି। ମନ୍ତ୍ରୀମାନଙ୍କ ବୟାନବାଜି, ଦଳୀୟ ନେତାଙ୍କ ମଧ୍ୟରେ ଛକାପଞ୍ଝା, ଉନ୍ନୟନମୂଳକ କାମ ବନ୍ଦ ପାଇଁ ସାଧାରଣରେ ଭୁଲ ବାର୍ତ୍ତା ଯାଇଥିବା ବେଳେ ଦଳର ଲୋକପ୍ରିୟତା ବଜାୟ ରଖିବା ଏବେ ଦଳ ପାଇଁ ସମ୍ମାନର ପ୍ରଶ୍ନ ବୋଲି କୁହାଯାଉଛି। ସେହିପରି ଜାନୁଆରୀ ମାସରେ ଦଳର ନୂଆ ସଭାପତି ନିର୍ବାଚନ ହେବାର ଥିବାରୁ ଭାରସାମ୍ୟ ରକ୍ଷା ନିମନ୍ତେ ସମସ୍ତଙ୍କ ପାଇଁ ଗ୍ରହଣୀୟ ସଭାପତି ବାଛିବା ଦଳ ପାଇଁ ଆହ୍ୱାନ ହେବ ।

  • Related Posts

    ଭୁବନେଶ୍ବର ଫେରିଲେ କଂଗ୍ରେସ ବିଧାୟକ

    ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ହଟାଅ ଅଭିଯାନରେ ଦିଲ୍ଲୀ ଯାଇଥିବା କଂଗ୍ରେସର ୫ ବିଧାୟକ ଶୁକ୍ରବାର ରାତିରେ ଭୁବନେଶ୍ବର ଫେରିଛନ୍ତି। ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ସି.ଏସ. ରାଜନ ଏକ୍କା, ମଙ୍ଗୁ ଖିଲ,…

    Continue reading
    ପୋଲିସ ଆଇନର ରକ୍ଷକ ନୁହେଁ, ସତ୍ତାର ସୁରକ୍ଷା କର୍ମୀ:କଂଗ୍ରେସ

    ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ପୋଲିସର ନିର୍ଯାତନା ଏବଂ ଅର୍ଥ ଆଦାୟ ବିଷୟକୁ ନେଇ ଓଡିଶା ପୋଲିସ ପୁଣି ଥରେ କଳା କାରନାମା ରଚିଛି ଏବଂ ଏହାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ