ବିଧାୟକ ହିଂମାଶୁ ସାହୁଙ୍କୁ ଆକ୍ରମଣ, ବବି ଦାସଙ୍କ ବିରୋଧରେ ଅଭିଯୋଗ

ଯାଜପୁର: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ହୋଇଛି । ବୁଧବାର ସଂଧ୍ୟାରେ ସଦର ଥାନା ବୁଢ଼ାଘାଟ ନିକଟରେ ଧାରଣାସ୍ଥଳରେ ସଂଘବଦ୍ଧ ଭାବେ ଦୁର୍ବୃତ୍ତମାନେ ବିଧାୟକ ହିଂମାଶୁଙ୍କ ଗାଡି ଭଙ୍ଗାରୁଜା କରିବା ସହ ତାଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ପଛରେ ପୂର୍ବତନ ବିଧାୟକ ତଥା ଚର୍ଚ୍ଚିତ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଭୂମିକା ଥିବା ହିଂମାଶୁ ଅଭିଯୋଗ କରିଛନ୍ତି । ଦୁର୍ବୃତ୍ତମାନେ ବିଜେଡି କର୍ମୀ ଓ ସେମାନେ ବବି ଦାସଙ୍କ ପ୍ରରୋଚନାରେ ତାଙ୍କୁ ଆକ୍ରମଣ କରିଥିବା କହିଛନ୍ତି ହିଂମାଶୁ । ପରେ ହିଂମାଶୁଙ୍କ ସମର୍ଥକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିବାରୁ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ଏସପି ୟସ ପ୍ରତାପ ଶ୍ରୀମଲ ନିଜେ ଫୋର୍ସ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ ପାଇଁ ପ୍ରୟାସ କରୁଛି ।
ବିଧାୟକ ହିଂମାଶୁ କହିଛନ୍ତି,‘‘ମୁଁ ଯାଜପୁର ମାଇନର ମିନେରାଲ ବିଭାଗର ‘ଡିଡିଏମ’ଙ୍କ ଅଫିସକୁ ଏକ ମିଟିଂ କାର୍ୟ୍ୟକ୍ରମରେ ଯାଉଥିଲି । ସେଠାରେ ରାସ୍ତାରୋକ କରାଯାଇଥିଲା । ମୁଁ କିଛି ଦୂରରେ ଅଟକିଥିଲି । ହଠାତ କିଛି ବିଜେଡି କର୍ମୀ ହାତରେ ଲୁହାରଡ ଧରି ମୋ ଆଡକୁ ଧାଇଁ ଆସିଲେ । ମୋ କାର ଭଙ୍ଗାରୁଜା କରିବା ସହ ମୋତେ ମୋ ‘ପିଏସଓ’ ଓ ଡ୍ରାଇଭରଙ୍କୁ ଆକ୍ରମଣ କଲେ । ବବି ଦାସ ପଠାଇଛନ୍ତି, ଏଟାକୁ ମାରିଦିଅ ବୋଲି ମଧ୍ୟ ଦୁର୍ବୃତ୍ତ କହୁଥିଲେ । ବବି ଦାସଙ୍କ ବିରୋଧରେ ଗଣମାଧ୍ୟମରେ ମତ ରଖୁଥିବାରୁ ମତେ ଜୀବନରୁ ମାରିଦେବେ ବୋଲି କହି ଆକ୍ରମଣ କରିଥିଲେ ।’’

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ