ମୋ ପରିବାର ହିଂସାରେ ବିଶ୍ବାସ କରେନି : ବବି

ଭୁବନେଶ୍ୱର: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ହୋଇଛି । ଗତକାଲି ସଂଧ୍ୟାରେ ସଦର ଥାନା ବୁଢ଼ାଘାଟ ନିକଟରେ ଧାରଣାସ୍ଥଳରେ ସଂଘବଦ୍ଧ ଭାବେ ଦୁର୍ବୃତ୍ତମାନେ ବିଧାୟକ ହିଂମାଶୁଙ୍କ ଗାଡି ଭଙ୍ଗାରୁଜା କରିବା ସହ ତାଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ପଛରେ ପୂର୍ବତନ ବିଧାୟକ ତଥା ଚର୍ଚ୍ଚିତ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଭୂମିକା ଥିବା ହିଂମାଶୁ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ପ୍ରଣବ ପ୍ରକାଶ ଦାସ (ବବି) ଖଣ୍ଡନ କରିବା ବିଧାୟକଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି । ବବି କହିଛନ୍ତି,‘‘ ମୁଁ ଏକଥା ଗଣମାଧ୍ୟମରୁ ଜାଣିଲି । ବିରଜା ପ୍ରକଳ୍ପ ସମ୍ପର୍କିତ କୌଣସି କାରଣରୁ ସେଠାରେ ରାସ୍ତାରୋକ କରାଯାଇଥିଲା । ସେତିକି ବେଳେ ଧର୍ମଶାଳା ବିଧାୟକ ସେଠାରେ ପହଞ୍ଚିବା ପରେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ସେହି କାରଣରୁ ଏହି ଆକ୍ରମଣ ଘଟିଛି ବୋଲି ମୋତେ ସୂଚନା ମିଳିଛି । ମୋ ପରିବାର ଓ ଭାଇଙ୍କ ନାମରେ ବିଧାୟକ ଅଭିଯୋଗ କରିଥିବା ମିଡିଆରୁ ଜାଣିଲି । ହେଲେ ମୋ ପରିବାର କିମ୍ବା ‘ବିଜୁ ଜନତା ଦଳ’ ହିଂସାରେ ବିଶ୍ବାସ କରେନି । ମୋ ଭାଇ ଥାନାରେ ବସିଛନ୍ତି, ସେ ଯଦି ଆକ୍ରମଣରେ ସାମିଲ ଥିବେ, ତେବେ ପ୍ରଥମେ ଆରେଷ୍ଟ ହେବେ । କିନ୍ତୁ ସେ ଘଟଣାସ୍ଥଳରେ ନଥିଲେ, କିମ୍ବା ଆକ୍ରମଣରେ ସମ୍ପୃକ୍ତ ନୁହନ୍ତି । ’’

  • Related Posts

    ଅଧ୍ୟାପକଙ୍କୁ ବିଧାୟକଙ୍କ ଅସଦଚାରଣ, ନିନ୍ଦା କଲା ବିଜେଡି

    ଭୁବନେଶ୍ବର: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ କଟକ ସଦରର ବିଜେପି ବିଧାୟକ ପ୍ରକାଶ ସେଠୀ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛି ବିଜେଡି । ବିଜେପି ସରକାରରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଜନୈତିକ ହସ୍ତକ୍ଷେପ ବୃଦ୍ଧି ପାଉଛି…

    Continue reading
    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ