ବିନା ଅନୁମତିରେ ରାସ୍ତା ଖୋଳିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଦଶହରା ପୂର୍ବରୁ ଦ୍ୱୈତ ନଗରୀ ରାସ୍ତା ମରାମତିର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ l ଆଜି ଖାରବେଳ ଭାବନ ଠାରେ ଏହି ସମୀକ୍ଷା ବୈଠକ କରିଛନ୍ତି ମନ୍ତ୍ରୀ । ଅଧିକାଂଶ ରାସ୍ତା ମରାମତି ସରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ଉପସ୍ଥିତ ବିଧାୟକ ଗଣ l ବଳକା ରାସ୍ତା ମରାମତିକୁ ଆସନ୍ତା ଦୁଇ ଦିନ ମଧ୍ୟରେ ଶେଷ କରିବା ପାଇଁ ପୂର୍ତ୍ତ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ସବୁ ଭିଓପି (ଭେଇକିଲ ଅଣ୍ଡର ପାସ)ର ସ୍ଥିତି ସମୀକ୍ଷା କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି l ବିନା ଅନୁମତିରେ ରାସ୍ତା ଖୋଳିଲେ ହେବ କାର୍ଯ୍ୟାନୁଷ୍ଠାନ l ନିର୍ମାଣ ବେଳେ ନୂଆ ଜ୍ଞାନ କୌଶଳକୁ ଆପଣାଇବାକୁ ବୈଠକରେ ଗୁରୁତ୍ବ lଦ୍ୱୈତ ନଗରୀ କଟକ ଓ ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳରେ ଖରାପ ଅବସ୍ଥାରେ ଥିବା ଅଧିକାଂଶ ରାସ୍ତା ମରାମତି ଶେଷ ହୋଇଥିବା ସୂଚନା ଦିଆଯାଇଥିଲା । ଏଥିସହ ଉପସ୍ଥିତ ବିଧାୟକଗଣ ନିଜ ଅଞ୍ଚଳରେ ତ୍ଵରିତ ବେଗରେ ରାସ୍ତା ମରାମତି ହୋଇଥିବାରୁ ରାଜ୍ୟ ସରକାର ଓ ପୂର୍ତ୍ତ ବିଭାଗକୁ ଧନ୍ୟବାଦ ଦେଇଥିଲେ । ତେବେ ମରାମତି ଆବଶ୍ୟକ କରୁଥିବା ବଳକା ଯେଉଁ ଅଳ୍ପ କେତେକ ରାସ୍ତା ଅଛି ତାହାକୁ ଆସନ୍ତା ଦୁଇ ଦିନ ମଧ୍ୟରେ ଶେଷ କରିବାକୁ ମନ୍ତ୍ରୀ ହରିଚନ୍ଦନ ମୁଖ୍ୟ ଯନ୍ତ୍ରୀ ତଥା ଅଧ୍ୟକ୍ଷୀଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଆଗାମୀ ଦିନରେ ନୂତନ କରି ନିର୍ମାଣ ହେବାକୁ ଥିବା ରାସ୍ତା ଗୁଡ଼ିକ ନିର୍ମାଣ ବେଳେ ରାସ୍ତା ଗୁଡ଼ିକ ଯେପରି ଦୀର୍ଘ ଓ ସ୍ଥାୟୀ ହୋଇ ପାରିବ ସେଥି ନେଇ ଆଧୁନିକ ପଦ୍ଧତିକୁ ଆପଣାଇବା ପାଇଁ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ କହିଲେ ଯେ, ଏବେ ଦେଖା ଯାଉଛି ଅନେକ ଅନୁଷ୍ଠାନ ବିଭାଗର ବିନା ଅନୁମତିରେ ଭଲ ଥିବା ରାସ୍ତା ଗୁଡ଼ିକୁ ଖୋଳି ପକାଉଛନ୍ତି । ଏହିଭଳି କ୍ଷେତ୍ରରେ ଦାୟିତ୍ବରେ ଥିବା ଅଧିକ୍ଷଣ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀମାନେ ସଜାଗ ରହିବା ସହ ଉକ୍ତ ଅନୁଷ୍ଠାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପରାମର୍ଶ ଦେଇଥିଲେ । ଏଥିସହିତ ଜାତୀୟ ରାଜପଥ ତଳେ ଥିବା ଭିଓପି (ଭେଇକିଲ ଅଣ୍ଡର ପାସ) ଗୁଡ଼ିକର ସ୍ଥିତି ଯାଞ୍ଚ କରି ବିଭାଗକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥଲେ । ଚଳିତ ବର୍ଷ ଦୁର୍ଗାପୂଜା ପୂର୍ବରୁ ଯେପରି ଅନେକ ରାସ୍ତା ମରାମତି ହୋଇ ପାରିଲା ସେହିପରି ଆଗାମୀ ବର୍ଷ ଗୁଡ଼ିକରେ ଆହୁରି ଆଗରୁ ଅର୍ଥାତ ଗଣେଶ ପୂଜା ସୁଦ୍ଧା ସବୁ ରାସ୍ତା ମରାମତି ଶେଷ କରିବା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଥିଲା ।

  • Related Posts

    ସାତପଡ଼ା ଡିଗ୍ରୀ କଲେଜରେ ବୋମା ମାଡ଼, ନିର୍ବାଚନ ବାତିଲ

    ଭୁବନେଶ୍ଵର : ବ୍ରହ୍ମଗିରି ସାତପଡ଼ା ପଞ୍ଚାୟତ ଡିଗ୍ରୀ କଲେଜରେ ବୋମା ମାଡ଼ । ନିର୍ବାଚନ ବାତିଲ କଲେ କଲେଜ ଅଧ୍ୟକ୍ଷ । କଲେଜ ପରିସରରେ ୮ ରୁ ୧୦  ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ଚୟନ ପ୍ରକ୍ରିୟା ମାଧ୍ୟମରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ବଲପୁର ସାଂସଦ

    ଭୁବନେଶ୍ୱର/ନୂଆଦିଲ୍ଲୀ: ରାଜ୍ୟର ବିଭିନ୍ନ ପ୍ରମୁଖ ଖଣି ଓ ଶିଳ୍ପାଞ୍ଚଳର ଜାତୀୟ ତଥା ରାଜ୍ୟ ରାଜପଥଗୁଡ଼ିକରେ ବାଣିଜ୍ୟିକ ଓ ବଡ଼ ବଡ଼ ଯାନଗୁଡ଼ିକର ବେଆଇନ ତଥା ବିପଦଜନକ ପାର୍କିଂ ଯୋଗୁଁ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି