ବିଶ୍ବ ବିଜୟିନୀଙ୍କୁ ବୁଧବାର ଭେଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,0୪/୧୧: ପ୍ରଥମଥର ମହିଳା ଦିନିକିଆ ବିଶ୍ବକପ୍‌ ଜିତି ଇତିହାସ ରଚିଛି ଭାରତ। ରବିବାର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ପରାସ୍ତକରି ଭାରତୀୟ ମହିଳା ଦଳ ପ୍ରଥମଥର ବିଶ୍ବ ଚମ୍ପିଆନ୍‌ ହୋଇଛି। ହରମନପ୍ରୀତ କୌରଙ୍କ ନେତୃତ୍ବାଧୀନ ବିଶ୍ବ ବିଜୟିନୀ ଭାରତୀୟ ଖେଳାଳିଙ୍କୁ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସନ୍ଦର୍ଭରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିସିସିଆଇକୁ ଔପଚାରିକ ନିମନ୍ତ୍ରଣ ପତ୍ର ପଠାଯାଇଛି। ଆସନ୍ତା ୩ ବୁଧବାର ନୂଆଦିଲ୍ଲୀ ସ୍ଥିତି ତାଙ୍କ ବାସଭବନରେ ଚମ୍ପିଆନ୍ ଭାରତୀୟ ମହିଳା ଖେଳାଳିଙ୍କୁ ଭେଟିବାକୁ ଚାହିଁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ମହିଳା ବିଶ୍ବକପ୍‌ର ୧୩ଶ ସଂସ୍କରଣ ଜିତି ଇତିହାସ ରଚନା କରିଥିବା ଭାରତୀୟ ଖେଳାଳି ଏବେ ମୁମ୍ବଇରେ ଅଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ସେମାନେ ନୂଆଦିଲ୍ଲୀ ଯାତ୍ରାକରିବେ।

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଭାରତୀୟ ଖେଳାଳି ନିଜ ନିଜ ଘରକୁ ଫେରିଯିବେ। ସୂଚନାଯୋଗ୍ୟ; ରବିବାର ମଧ୍ୟରାତ୍ରରେ ନବି ମୁମ୍ବଇର ଡିୱାଇ ପାଟିଲ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ବିଶ୍ବକପ୍‌ ଜିତିବା ପରେ ଏକ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ବିଜୟ ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଲେଖିଥିଲେ- ଆଇସିସି ମହିଳା ଦିନିକିଆ ବିଶ୍ବକପ୍‌ ଫାଇନାଲରେ ଭାରତୀୟ ଦଳ ଚିତ୍ତାକର୍ଷକ ପ୍ରଦର୍ଶନ କରିଛି। ଫାଇନାଲରେ ସେମାନଙ୍କ ପ୍ରଦର୍ଶନ ଚମତ୍କାର ଦକ୍ଷତା ଓ ଆତ୍ମବିଶ୍ବାସର ପ୍ରତିଫଳନ। ପୂରା ଟୁର୍ଣ୍ଣାମେଣ୍ଟରେ ଆମ ଦଳ ଚମତ୍କାର ଦଳଗତ ପ୍ରଦର୍ଶନ କରିବା ସହ ହାର ମାନିବାକୁ ପ୍ରସ୍ତୁତ ନଥିଲେ। ଆମ ଖେଳାଳିଙ୍କୁ ବହୁତ ଅଭିନନ୍ଦନ। ଏହି ଐତିହାସିକ ବିଜୟ ଭବିଷ୍ୟତର ଚମ୍ପିଆନ୍‌ଙ୍କୁ ପ୍ରେରଣା ଯୋଗାଇବ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ