ବିଶ୍ୱବିଦ୍ୟାଳୟ ଶିକ୍ଷକ କ୍ୟାଡର ସଂରକ୍ଷଣ ବିଲ୍‌ ପାରିତ

ଭୁବନେଶ୍ଵର : ମଙ୍ଗଳବାର ବିଧାନସଭାରେ ଦୀର୍ଘ ୪ ଘଣ୍ଟା ଧରି ଆଲୋଚନା ପରେ ଓଡ଼ିଶାର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ବିଧେୟକ ୨୦୨୬ ଗୃହୀତ ହୋଇଛି। ଏହି ବିଲଟିକୁ ସିଲେକ୍ଟ କମିଟିକୁ ପଠାଇବାକୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ କୁମାର ସାହୁ, ଅଶୋକ ଦାସ, ଧ୍ରୁବ ଚରଣ ସାହୁ, ଗଣେଶ୍ୱର ବେହେରା ଦାବି କରିଥିଲେ । କିନ୍ତୁ ଏହାକୁ ତୁରନ୍ତ ଲାଗୁ କରିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୁକ୍ତି ବାଢିଥିଲେ। ଏହାପରେ ବାଚସ୍ପତି ସୁରମା ପାଢ଼ୀ ବିଲ୍ ଉପରେ ଆଲୋଚନା ଆରମ୍ଭ କରିଥିଲେ। ବିରୋଧୀ ଦଳର ସଦସ୍ୟମାନେ ଏହି ବିଲକୁ କଡ଼ା ବିରୋଧ କରିଥିଲେ । ଶାସକ ଦଳ ପକ୍ଷରୁ ସନ୍ତୋଷ ଖଟୁଆ, ମାନସ କୁମାର ଦତ୍ତ, ଆମର କୁମାର ନାୟକ, ରୂପୁ ଭତ୍ରା, ଗୌରୀ ଶଙ୍କର ମାଝୀ, ରଘୁନାଥ ଜଗଦଳା ବିଲକୁ ପାରିତ କରିବାକୁ ଯୁକ୍ତି ବାଢିଥିଲେ।
ବିଭିନ୍ନ ଧାରା ଉପରେ ସଂଶୋଧନ ଆଣିବାକୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଅରୁଣ କୁମାର ସାହୁ ତର୍କ କରିଥିଲେ। ସେମାନେ କହିଥିଲେ ଯେ, ବିଶ୍ୱବିଦ୍ୟାଳୟକୁ ଏକକ ଭାବେ ଧରିଲେ କେଉଁଭଳି ଭାବେ ବିଭିନ୍ନ ବିଭାଗରେ ସଂରକ୍ଷିତ ବର୍ଗଙ୍କୁ ନିଯୁକ୍ତି ଦିଆଯିବ ? ଏନେଇ ସରକାର କିଛି ଫର୍ମୁଲା ପ୍ରସ୍ତୁତ କରିଛନ୍ତି କି ? କେନ୍ଦ୍ର ସରକାର କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ପାଇଁ ଯେଉଁ ନିୟମ କରିଛନ୍ତି । ସେହି ନିୟମକୁ ରାଜ୍ୟରେ କାହିଁକି ଲାଗୁ କରାଯାଉଛି । ରାଜ୍ୟ ସରକାର ରାଜ୍ୟ ବିଶ୍ୱବିଦ୍ୟାଳୟ ଗୁଡ଼ିକ ପାଇଁ ଅର୍ଥ ଦେଉଥିବାରୁ ରାଜ୍ୟକୁ ସୁହାଇଲା ଭଳି ନିୟମ କରାଯାଉ।
ସେପଟେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଥିଲେ ଯେ, ଗୋଟିଏ ବିଭାଗରେ ୬ରୁ କମ୍ ପଦବୀରେ ନିଯୁକ୍ତ ଦିଆଗଲେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ସମ୍ଭବ ହେଉନାହିଁ । ତେଣୁ ବିଶ୍ୱବିଦ୍ୟାଳୟକୁ ଏକକ ଭାବେ ନେଇ ମୋଟ ପଦବୀ ଉପରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ । ପୂର୍ବରୁ ଥିବା ହରାଇଜଣ୍ଟାଲ ବ୍ୟବସ୍ଥା ବଦଳରେ ଭର୍ଟିକାଲ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ । ସେହିପରି କୁଳପତି ନିଯୁକ୍ତି ଦେବେ ନାହିଁ, କୁଳପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିଯୁକ୍ତି ଦେବେ। ବିଶ୍ୱବିଦ୍ୟାଳୟକୁ ଏକକ ଭାବେ ନେବା ନିଷ୍ପତି ପୂର୍ବ ସରକାରରେ ମଧ୍ୟ ୨୦୧୯ ମସିହାରେ ହୋଇଥିଲା । ହେଲେ ଏହାକୁ ୧ ମାସ ମଧ୍ୟରେ ପ୍ରତ୍ୟାହାର କରି ନିଆଯାଇଥିଲା। ପୂର୍ବ ସରକାର ଅମଳରେ ଆଇନ ଥାଇ ବି ସେମାନେ ପଦବୀ ପୂରଣ କରି ପାରିନଥିଲେ । ଆମେ ନୂଆ ଆଇନ ଆଣିବା ସହ କଥା ଶୀଘ୍ର ସମସ୍ତ ଶିକ୍ଷକ ପଦବୀ ନିୟମ ଅନୁଯାୟୀ ପୂରଣ କରିବୁ।

ଏବେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକରେ ୨୦୮୬ ଟି ମଞ୍ଜୁରୀ ପ୍ରାପ୍ତ ପଦବୀ ଥିବା ବେଳେ ୬୫୯ ଜଣ ଶିକ୍ଷକ ଅଛନ୍ତି । ବିଶ୍ୱବିଦ୍ୟାଳୟ ଗୁଡିକରେ ୭୦ ପ୍ରତିଶତ ଶିକ୍ଷକ ପଦବୀ ଖାଲି ରହିଛି। ଏହା ଦ୍ୱାରା ଶିକ୍ଷାର ଗୁଣବତ୍ତା ଉପରେ ବ୍ୟାପକ ପ୍ରଭାବ ପଡୁଛି । ତେଣୁ ଏହି ଆଇନ ପ୍ରଣୟନ କରି ଶୀଘ୍ର ସମସ୍ତ ଖାଲି ପଦବୀ ପୂରଣ କରାଯିବ। ଏହାସହ ରାଜ୍ୟ ସରକାରଙ୍କ ସଂରକ୍ଷଣ ନୀତି ଅନୁଯାୟୀ ଏସସି, ଏସଟି, ଏସଇବିସି ଏବଂ ଅନ୍ୟାନ୍ୟ ଯୋଗ୍ୟ ବର୍ଗର ପ୍ରତିନିଧିତ୍ୱ ସୁନିଶ୍ଚିତ କରାଯିବ। ଏହି ଆଇନ ପ୍ରଣୟନ ସମୟରେ ଓଡ଼ିଶା ବିଧାନସଭା ଅଧିବେଶନ ଚାଲୁନଥିବାରୁ ରାଜ୍ୟପାଳ ୨୦୨୬ ଜାନୁଆରୀ ୩୦ରେ ଓଡ଼ିଶା ରାଜ୍ୟ ସରକାରୀ ( ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧ୍ୟାଦେଶ, ୨୦୨୬ ପ୍ରଣୟନ କରିଥିଲେ ବୋଲି ମନ୍ତ୍ରୀ କହିଥିଲେ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ