
ବରୀ : ନଦୀ ପାର ସମୟରେ ବୁଡିଗଲା ଡଙ୍ଗା । ଡଙ୍ଗା ବୁଡି ଦୁଇ ନିଖୋଜ । ଅନ୍ୟ ଦୁଇ ଗୁରୁତର ଅବସ୍ଥାରେ ଉଦ୍ଧାର । ଯାଜପୁରରେ ବରୀ ଅଞ୍ଚଳରେ ଦୁଃଖଦ ଘଟଣା । ତନ୍ତୀ ଘାଇର ଡଅଁରକୁଳ ଘାଟରେ ଘଟିଛି ଏଭଳି ଅଘଟଣ । ଡ଼ଅଁରକୂଳ ଗ୍ରାମର ମଣିଆ ଦଳାଇ ଡଙ୍ଗାରେ ତାଙ୍କ ସମ୍ପର୍କୟ ଦୁଇ ଜଣ ମହିଳା ଓ ଜଣେ ଶିଶୁ ଙ୍କୁ ନେଇ ନଦୀ ପାର କରୁଥିବା ସମୟରେ ଭାରସାମ୍ୟ ହରାଇ ଡ଼ଙ୍ଗାଟି ବୁଡି ଯାଇଥିଲା ।
ସ୍ଥାନିୟ ଲୋକଙ୍କ ସହାୟତାରେ ଦୁଇ ମହିଳାଙ୍କୁ ଗୁରୁତର ଭାବେ ଉଦ୍ଧର କରାଯାଇଥିବା ବେଳେ ଡ଼ଙ୍ଗା ରେ ଥିବା ମାଣିଆ ଦଳାଇ ଓ ସାତ ବର୍ଷର ଶିଶୁପୁତ୍ର ନିଖୋଜ ଅଛନ୍ତି।ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ଖୋଜାଖୋଜି ଆରମ୍ଭ କରିଛି ।







