ବେଙ୍ଗାଲୁରୁ ବଦଳରେ ଅହମ୍ମଦାବାଦରେ ଆଇପିଏଲ୍‌ ଫାଇନାଲ

ନୂଆଦିଲ୍ଲୀ: ଆଇପିଏଲ-୧୯ର ପ୍ଲେଅଫ କାର୍ଯ୍ୟସୂଚୀ ବୁଧବାର ଘୋଷଣା କରାଯାଇଛି। ମେ’ ୨୬ରୁ ୩୧ ପର୍ଯ୍ୟନ୍ତ ପ୍ଲେଅଫ୍‌ ଖେଳାଯିବ। ପୂର୍ବରୁ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଫାଇନାଲ ଖେଳାଯିବାର ଥିଲା। ଏଥିର କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଘୋଷିତ ପ୍ଲେଅଫ କାର୍ଯ୍ୟସୂଚୀରୁ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌କୁ ବାଦ୍‌ ଦିଆଯାଇଛି। ବେଙ୍ଗାଲୁରୁ ବଦଳରେ ମେ’ ୩୧ରେ ବିଶ୍ବର ସର୍ବବୃହତ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଫାଇନାଲ ଖେଳାଯିବ। କ୍ରମାଗତ ଦ୍ବିତୀୟ ଥର ପାଇଁ ଅହମ୍ମଦାବାଦ ଆଇପିଏଲ ଫାଇନାଲ ଆୟୋଜନ କରିବ।

ସାଧାରଣତଃ ଆଇପିଏଲ୍‌ ଫାଇନାଲ ପୂର୍ବ ବର୍ଷ ଟ୍ରଫି ଜିତିଥିବା ଦଳର ଘରୋଇ ପଡ଼ିଆରେ ଖେଳାଯାଏ। ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଆଇପିଏଲ୍‌ ଜିତିଥିଲା। ତେଣୁ ଆଇପିଏଲ-୨୦୨୬ର ଫାଇନାଲ ବେଙ୍ଗାଲୁରୁରେ ଖେଳାଯିବା କଥା। ହେଲେ ରାଜନୈତିକ କାରଣରୁ ବେଙ୍ଗାଲୁରୁରୁ ଫାଇନାଲ ମ୍ୟାଚ ଅହମ୍ମଦାବାଦ୍‌କୁ ସ୍ଥାନାନ୍ତରିତ କରାଯାଇଛି। ବିସିସିଆଇ ଘୋଷଣା କରିଛି; କର୍ଣ୍ଣାଟକ କ୍ରିକେଟ୍‌ ଆସୋସିଏସନ୍‌ (କେଏସ୍‌ସିଏ) ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଆବଶ୍ୟକତା ପୂରଣ କରିବା ବିସିସିଆଇ ପ୍ରତିଷ୍ଠିତ ମାର୍ଗଦର୍ଶିକାର ପରିପନ୍ଥୀ। ଫଳରେ ଫାଇନାଲକୁ ଆମେ ସ୍ଥାନାନ୍ତର କରୁଛୁ। ୨୦୨୫ରେ ଖରାପ ପାଣିପାଗ ଯୋଗୁ କଲକାତାର ଇଡେନ ଗାର୍ଡେନ୍‌ସ ବଦଳରେ ଅହମ୍ମଦାବାଦରେ ଫାଇନାଲ ଖେଳା ଯାଇଥିଲା। ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଆଇପିଏଲର ପ୍ଲେଅଫ୍‌ ଓ ଫାଇନାଲ ମ୍ୟାଚ ଲାଗି କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ରାଜ୍ୟର ସମସ୍ତ ୨୨୪ ବିଧାୟକ, ୭୫ ବିଧାନ ପରିଷଦ ସଦସ୍ୟ , ୨୮ ଲୋକସଭା ସାଂସଦ ଓ ୧୨ ଜଣ ରାଜ୍ୟସଭା ସାଂସଦଙ୍କୁ ୩ଟି ଲେଖାଏଁ ଭିଆଇପି ପାସ୍‌ ଦେବାକୁ ଦାବି କରିଥିଲେ।
ଉକ୍ତ ଦାବିକୁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ସଂଘ ଓ ବିସିସିଆଇ ଗ୍ରହଣ କରିନଥିଲା। ଯାହା ପରେ ଆଇପିଏଲ୍‌ ଫାଇନାଲ ବେଙ୍ଗାଲୁରୁ ବଦଳରେ ଅହମ୍ମଦାବାଦକୁ ବିସିସିଆଇ ସ୍ଥାନାନ୍ତର କରିଛି। ପ୍ଲେଅଫ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମ କ୍ବାଲିଫାୟର ମେ ୨୬ରେ ଧର୍ମଶାଳାରେ ପଏଣ୍ଟ ଟେବୁଲର ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ଥିବା ଦଳ ମଧ୍ୟରେ ଖେଳାଯିବ। ଏହାର ବିଜେତା ଦଳ ସିଧାସଳଖ ଫାଇନାଲ ଖେଳିବ। ମେ’ ୨୭ରେ ମୁଲାନପୁରରେ ଏଲିମିନେଟର ଟେବୁଲର ତୃତୀୟ ଓ ଚତୁର୍ଥ ସ୍ଥାନ ଦଳ ମଧ୍ୟରେ ଖେଳାଯିବ। ପରାଜିତ ଦଳ ବିଦାୟ ନେବ। କ୍ବାଲିଫାୟର-୧ର ପରାଜିତ ଦଳ ଓ ଏଲିମିନେଟର ମ୍ୟାଚର ବିଜେତା ଦଳ ମଧ୍ୟରେ କ୍ବାଲିଫାୟର-୨ ଖେଳାଯିବ।

  • Related Posts

    ଡିଜିଟାଲ ନେଣଦେଣ ଉପରେ ଲାଗିବ ଟିକସ

    ନୂଆଦିଲ୍ଲୀ: ୟୁପିଆଇ ଓ ଅନ୍ୟାନ୍ୟ ଡିଜିଟାଲ୍ ନେଣଦେଣ ଉପରେ ଚାର୍ଜ (ଟିକସ) ଲଗାଇବା ପାଇଁ ସରକାର ବ୍ୟାଙ୍କଗୁଡ଼ିକୁ କ୍ଷମତା ପ୍ରଦାନ କରିବାକୁ ଯାଉଛନ୍ତି। ଏଥିପାଇଁ ସରକାର ଆଣିଥିବା ‘ଦ ଟ୍ୟାକ୍ସେସନ୍ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍’ ଗୁରୁବାର ଲୋକସଭାରେ ଗୃହୀତ ହୋଇଛି।…

    Continue reading
    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ