
ବେତନଟୀ: ବେତନଟୀରେ କାୟା ବିସ୍ତାର କରୁଛି ସ୍କ୍ରବ ଟାଇଫସ୍। ୧୦ ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ। ବେତନଟୀରେ ସ୍କ୍ରବ ଟାଇଫସ୍ କୀଟ ଦଂଶନରେ ୧୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି କୀଟ କାମୁଡ଼ିବା ପରେ ସମସ୍ତ ଆକ୍ରାନ୍ତ ବାରିପଦା, ବାଲେଶ୍ୱର ସମେତ କଟକ ଏନଂ ଭୁବନେଶ୍ୱରର ବିଭିନ୍ନ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏକ ନିର୍ଦ୍ଧିଷ୍ଟ ପ୍ରଜାତିର କୀଟ ସ୍କ୍ରବ ଟାଇଫସ୍ ଦଂଶନରେ ମଣିଷ ଶରୀରେ ସଂକ୍ରମଣ ହେବା ସହିତ ଜ୍ୱର ସମେତ ବିଭିନ୍ନ ପ୍ରକାର ରୋଗର ଲକ୍ଷଣ ଆରମ୍ଭ ହେଉଥିବା ବେଳେ ବେତନଟୀରେ ଏହି ସ୍କ୍ରବ ଟାଇଫସ୍ କୀଟ ଦଂଶନରେ ୧୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସ୍କ୍ରବ ଟାଇଫସ୍ କୀଟ ଦଂଶନ ଦ୍ୱାରା ପ୍ରଥମେ ମଣିଷ ଶରୀରରେ ଜ୍ୱର ହେବାର ଲକ୍ଷଣ ଦେଖାଦେଇଥାଏ। ଜ୍ୱର ସହିତ ଆଣ୍ଠୁଗଣ୍ଠି ଦରଜରୁ ଅସହ୍ୟ ଯନ୍ତ୍ରଣା ଆରମ୍ଭ ହେଉଥିବା ବେଳେ ଯେତେ ପ୍ରକାରର ଔଷଧ ଖାଇଲେ ସୁଦ୍ଧା ଜ୍ୱର ଭଲ ହୋଇନଥାଏ । କ୍ରମଶଃ ମଣିଷ ଦୁର୍ବଳ ହେବା ସହିତ ଶରୀରରେ ଅନ୍ୟାନ୍ୟ ସଂକ୍ରମଣ ଏବଂ ଜଟିଳତା ପରିଲକ୍ଷିତ ହୋଇଥାଏ।




