ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରସ୍ତୁତ କଲେ ଶସ୍ତା ଆଣ୍ଟିନା ଦୁର୍ଗମ ଅଞ୍ଚଳରେ ମୋବାଇଲ ନେଟୱାର୍କ ସମସ୍ୟାର ସମାଧାନ

ଗୋପାଳପୁର,୧୪/୧୦: ଦୁର୍ଗମ ଅଞ୍ଚଳରେ ମୋବାଇଲଠାରୁ ଆରମ୍ଭ କରି ଇଣ୍ଟରନେଟ ସେବା କ୍ଷେତ୍ରରେ ରହି ଆସିଥିବା ସମସ୍ୟାର ଏଣିକି ସମାଧାନ କରିପାରିବ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇଲେକ୍ଟ୍ରୋନିକ୍ସ ସାଇନ୍ସ ବିଭାଗ ପକ୍ଷରୁ ପ୍ରସ୍ତୁତ ଶସ୍ତା ଆଣ୍ଟିନା। ଏହି ଆଣ୍ଟିନା କୌଣସି ଗ୍ରାମାଞ୍ଚଳରେ କିମ୍ବା ଦୁର୍ଗମାଞ୍ଚଳରେ ଏକ ୱାଇଫାଇ ରାଉଟର କିମ୍ବା ୱାଇଫାଇ ମଡ୍ୟୁଲ ଭାବେ ବ୍ୟବହାର କରାଯାଇପାରିବ। ଏହା ବଜାରରେ ଉପଲବ୍ଧ ପାରମ୍ପରିକ ମଡେଲଠାରୁ ଅଧିକ କାର୍ଯ୍ୟକ୍ଷମ ଏବଂ ଶସ୍ତା। ପ୍ରସ୍ତୁତ ଶସ୍ତା ଆଣ୍ଟିନାରେ ୫ଜି ମୋବାଇଲ ନେଟୱାର୍କ, ରାଡାର ବ୍ୟବସ୍ଥା ଏବଂ ଅତ୍ୟାଧୁନିକ ସାଟେଲାଇଟ କମ୍ୟୁନିକେସନ ବ୍ୟବସ୍ଥା ଉପଲବ୍ଧ ରହିଛି ବୋଲି ପ୍ରକାଶ କରିଛନ୍ତି ବିଭାଗୀୟ ମୁଖ୍ୟ ଧୃବଚରଣ ପଣ୍ଡା। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପ୍ରୋତ୍ସାହନ ତଥା ବିଭାଗୀୟ ଅଧ୍ୟାପକ ଡା.ଦୀପକ କୁମାର ନାୟକଙ୍କ ଉଦ୍ୟମ ଏବଂ ଅନ୍ୟମାନଙ୍କ ସହାୟତାରେ ଏପରି ସଫଳତା ମିଳିଥିବା ଶ୍ରୀ ପଣ୍ଡା କହିଛନ୍ତି। ଏହି ଗବେଷଣାର ତତ୍ତ୍ବ ଅନ୍ତର୍ଜାତୀୟ ଗବେଷଣା ସନ୍ଦର୍ଭ ନେଚରର ସାଇଣ୍ଟିଫିକ ରିପୋର୍ଟରେ ପ୍ରକାଶିତ ହେବା ପରେ ଏହାକୁ ନେଇ ସଂପୃକ୍ତ ବିଭାଗ ଏବଂ ବିଶ୍ୱବିଦ୍ୟାଳୟ ପକ୍ଷରୁ ଖୁସି ପ୍ରକାଶ କରାଯାଇଛି। ପାରମ୍ପରିକ ଆଣ୍ଟିନାର ଦର ଦୁଇରୁ ତିନି ଶହ ଟଙ୍କା ହେଉଥିବା ବେଳେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ଡିଜାଇନର ଆଣ୍ଟିନା ମାତ୍ର ଶହେ ଟଙ୍କାରେ ମିଳିପାରିବ। ନୂତନ ଭାବରେ ବିକଶିତ ହୋଇଥିବା ଏହି ଆଣ୍ଟିନାର ଆକାର ୪୦ ବର୍ଗ ମି.ମି ରହିଛି। ଏହି ଉତ୍ପାଦ ବର୍ଷା ଓ ପ୍ରାକୃତିକ ପରିସ୍ଥିତିରେ ମଧ୍ୟ ଶକ୍ତିଶାଳୀ ଓ ନିର୍ଭରଯୋଗ୍ୟ ସଙ୍କେତ ଦେଇପାରିବ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଯୁବ ଗବେଷକଙ୍କ ପାଇଁ ସିଡସ୍ ଫଣ୍ଡ ପକ୍ଷରୁ ଏକ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ