ଭଞ୍ଜନଗରରୁ ପ୍ରାୟ ୮୩ କେଜି ଗଞ୍ଜେଇ ଜବତ, ଚାଲାଣକାରୀ ଗିରଫ

ଭଞ୍ଜନଗର, 16/08: ଆଜି ଭଞ୍ଜନଗର ଅବକାରୀ ଟିମ୍ ଫୁଲବାଣୀ ରାସ୍ତାର ନିଧିଆପଲ୍ଲୀ ଠାରେ ଯାଞ୍ଚ କରୁଥିବା ସମୟରେ ଏକ କାର୍ ଦ୍ରୁତଗତିରେ ଆସୁଥିବା ଦେଖିଥିଲା। ଏହାପରେ କର୍ମଚାରୀମାନେ ଉକ୍ତ ଗାଡ଼ିକୁ ପିଛା କରୁଥିବା ବେରଳେ ସହର ଉପକଣ୍ଠ ଶ୍ରୀରାମ ନଗର ସ୍ପିଲ୍ୱେ ବ୍ରିଜ ନିକଟରେ ଯାନବାହାନ ଗହଳି ଥିବାରୁ ଉକ୍ତ ଗାଡ଼ିଟି ପଛକୁ ଯିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ପିଛା କରୁଥିବା ଅବକାରୀ ଟିମ୍‌ ଗାଡ଼ି ସହ ଧକ୍କା ହୋଇଥିବା ଅବକାରୀ ଅଧିକାରୀ ଡମ୍ବରୁଧର ହରିଜନ ସୂଚନା ଦେଇଛନ୍ତି। ଗଞ୍ଜେଇ ଗାଡିକୁ ପିଛା କରୁଥିବା ଅବକାରୀ ଗାଡି ସହ ଧକ୍କା ହୋଇ ଦୁର୍ଘଟଣା ଘଟିଛି। ଏଥିରେ ସୌଭାଗ୍ୟବଶତଃ କାହାର କୌଣସି ଆଘାତ ହୋଇନଥିବା ବେଳେ ଗାଡ଼ି ସହ ଗଞ୍ଜେଇ ଓ ଚାଲାଣକାରୀଙ୍କୁ ଗିରଫ କରିଛି ଅବକାରୀ ଟିମ୍।
ଭଞ୍ଜନଗର ଅବକାରୀ ଟିମ୍ ଫୁଲବାଣୀ ରାସ୍ତାର ନିଧିଆପଲ୍ଲୀ ଠାରେ ଯାଞ୍ଚ କରୁଥିବା ସମୟରେ ଏକ କାର୍ ଦ୍ରୁତଗତିରେ ଆସୁଥିବା ଦେଖିଥିଲା। ଏହାପରେ କର୍ମଚାରୀମାନେ ଉକ୍ତ ଗାଡ଼ିକୁ ପିଛା କରୁଥିବା ବେରଳେ ସହର ଉପକଣ୍ଠ ଶ୍ରୀରାମ ନଗର ସ୍ପିଲ୍ୱେ ବ୍ରିଜ ନିକଟରେ ଯାନବାହାନ ଗହଳି ଥିବାରୁ ଉକ୍ତ ଗାଡ଼ିଟି ପଛକୁ ଯିବାକୁ ଚେଷ୍ଟା କରିଥିଲା। ଏହାପରେ ଅବକାରୀ ବିଭାଗ କର୍ମଚାରୀମାନେ ପୁଲିସ୍ ସହାୟତାରେ ଉକ୍ତ ଅଭିଯୁକ୍ତମାନଙ୍କୁ କାବୁ କରିବା ସହ ଗାଡ଼ି ଯାଞ୍ଚ କରିଥିଲେ। ଏହାପରେ ଜବତ ଗଞ୍ଜେଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରିବା ପରେ ପ୍ରାୟ ୮୩ କେଜି ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ। ଅଭିଯୁକ୍ତମାନେ ହେଲେ ବିରେନ କୁମାର ତ୍ରିପାଠି ଏବଂ ଜୁନାସ ନାୟକ, ସେମାନେ କନ୍ଧମାଳ ପଟୁ ଭୂବନେଶ୍ବର ଆଡ଼କୁ ଗଞ୍ଜେଇ ନେଇ ଯାଉଥିବା ଅବକାରୀ ସବ୍ଇନିସପେକ୍ଟର ଅଲିଭା ମାଝୀ ପ୍ରକାଶ କରିଛନ୍ତି। ଆଜି ଏନେଇ ମାମଲା ରୁଜୁ ହୋଇଥିବା ବେଳେ ଆସନ୍ତାକାଲି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି।

  • Related Posts

    ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି, ଚଣ୍ଡୀ ପ୍ରସାଦ ଉତ୍କଳ ଓ ଅର୍କ କୁମାର ଦାସ ରେଭେନ୍ସାର କୁଳପତି

    ୦୬।୦୪।୨୦୨୬,ଭୁବନେଶ୍ୱର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପଟି ଆଜି ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିଛନ୍ତି । ପ୍ରଫେସର ଡକ୍ଟର ଚଣ୍ଡୀ ପ୍ରସାଦ ନନ୍ଦଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଓ ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଭାବେ…

    Continue reading
    ଆଇକାର୍ଡ ଦେଖାଇ ୫ କେଜିଆ ସିଲିଣ୍ଡର ନେବେ ଛାତ୍ରଛାତ୍ରୀ ଓ ଶ୍ରମିକ

    ଭୁବନେଶ୍ୱର,୦୬।୦୪।୨୦୨୬:୫ କେଜିଆ ଗ୍ୟାସ ସିଲିଣ୍ଡର ବ୍ୟାନ୍‌ ନେଇ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘୋଷଣା ସହରାଞ୍ଚଳରେ କମ୍ପନ ସୃଷ୍ଟି କରିଥିଲା । ବିଶେଷକରି ଛାତ୍ରଛାତ୍ରୀ ଓ ଶ୍ରମିକମାନେ ଚିନ୍ତାରେ ପଡ଼ି ଯାଇଥିଲେ । କିନ୍ତୁ ଆଜି ସେମାନଙ୍କୁ ଆଶ୍ୱସ୍ତି ମିଳିଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ