ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍, ବାଦ ପଡ଼ିଲେ ଋଷଭ ପନ୍ତ

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ। ଗୁଜରାଟର ବଡ଼ୋଦରାରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଦିନ ସାଢ଼େ ଗୋଟାଏରେ ମୁହାଁମୁହିଁ ହେବେ ମେନ୍ ଇନ ବ୍ଲୁ ଓ ଟିମ୍ ବ୍ଲାକ କ୍ୟାପ୍। ଶୁବମନ୍ ଗିଲଙ୍କ ନେତୃତ୍ବରେ ଘରୋଇ ପରିବେଶରେ ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଖେଳିବ ଟିମ୍ ଇଣ୍ଡିଆ।

ଆଜିର ମ୍ୟାଚରେ କ୍ୟାପଟେନ୍ ଗିଲ୍, ରୋହିତ ଶର୍ମା, ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ନଜର ରହିବ। ସେହିପରି ବହୁ ଦିନ ପରେ ଦଳକୁ ଶ୍ରେୟସ ଆୟାର କମବ୍ୟାକ୍ କରୁଥିବାରୁ ତାଙ୍କୁ ନେଇ ବି କ୍ରିକେଟପ୍ରେମୀଙ୍କ ଭିତରେ ଉତ୍କଣ୍ଠା ବଢ଼ିଛି। ରେକର୍ଡ କହୁଛି ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପ୍ରଦର୍ଶନ ଭଲ ରହିଛି।
ଉଭୟ ଦଳ ଦିନିକିଆରେ ୧୨୦ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି। ଏଥିରୁ ଭାରତ ୬୨ ଓ ଟିମ୍ ବ୍ଲାକ୍ କ୍ୟାପ୍ ଜିତିଛି ୫୦। ସେହିପରି ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସବୁବେଳେ ଭାରୀ ପଡ଼ିଛି ଟିମ୍ ଇଣ୍ଡିଆ। ହୋମ୍ କଣ୍ଟ୍ରିରେ ଭାରତ ୩୧ ମ୍ୟାଚ୍ ଜିତିଥିବା ବେଳେ ମାତ୍ର ୮ଟି ହାରିଛି। କିନ୍ତୁ ଟକ୍କର ଜୋରଦାର ହୋଇପାରେ।
ମାଇକେଲ୍ ବ୍ରେସୱେଲଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ କିୱି ବାହିନୀ। ସ୍କ୍ବାଡରେ ଅନୁଭବୀଙ୍କ ସମେତ ଯୁବ ଚେହେରା ଅଛନ୍ତି। ଯେଉଁମାନେ ଭାରତୀୟ ବ୍ୟାଟର ଓ ବୋଲରଙ୍କୁ ଅକଳରେ ବି ପକାଇପାରନ୍ତି। ଏହାପରେ ରାଜକୋଟରେ ଦ୍ବିତୀୟ ଓ ତୃତୀୟ ତଥା ଶେଷ ୱାନ୍ ଡେ ଇନ୍ଦୋରରେ ଖେଳାଯିବ।

ଅନ୍ୟପଟେ ଅଭ୍ୟାସ ବେଳେ ଆହତ ଯୋଗୁଁ ଏହି ସିରିଜରୁ ବାଦ ପଡ଼ିଛନ୍ତି ୱିକେଟ୍ କିପର-ବ୍ୟାଟର୍ ଋଷଭ ପନ୍ତ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ