ଭିଣୋଇକୁ ଖଣ୍ଡାରେ ହାଣିଦେଲା ଶଳା

ବାଲିପାଟଣା: ଭିଣୋଇକୁ ଖଣ୍ଡାରେ ହାଣି ହତ୍ୟା କଲା ଶଳା। ଏଭଳି ଏକ ଅଭାବନୀୟ ଘଟଣା ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନରଦା ବଜାରରେ। ବଜାର ଉପରେ ଭିଣୋଇକୁ ଖଣ୍ଡାରେ ହାଣି ହତ୍ୟା କରିଛି ଶଳା। ଫେରାର୍ ହେଉଥିବା ବେଳେ ହତ୍ୟାକାରୀ ସୟଦ ଅଲ୍ଲୀକୁ ଆଇତଳଙ୍ଗ ଗ୍ରାମରୁ କାବୁ କରିଛି ବାଲିପାଟଣା ପୋଲିସ । ମୃତକ ରେଙ୍ଘାଲୋ ଗ୍ରାମର ମୁସ୍ତାକିନ୍ ଅଲ୍ଲୀ।

ସୂଚନା ଅନୁଯାୟୀ, ବୁଧବାର ସମୟରେ ମୁସ୍ତାକିନ୍ ନରଦା ବଜାରରେ ନିଜ ବଡ଼ ଶଳା ଦୋକାନରେ ବସିଥିଲେ । ଏହି ସମୟରେ ତାଙ୍କ ସାନ ଶଳା ସୟଦ ଅଲ୍ଲୀ ପହଁଞ୍ଚି ମୁସ୍ତାକିନଙ୍କୁ ଗାଳି ଗୁଲଜ କରିଥିଲେ । ପରେ ଏକ ଧାରୁଆ ଖଣ୍ଡା ଆଣି ମୁସ୍ତାକିନଙ୍କୁ ଚୋଟ ପକାଇଥିଲେ। ପ୍ରଥମ ଚୋଟରେ ମୁସ୍ତାକିନଙ୍କ ପାପୁଲି ଛିଡି ଯାଇଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ। ପରେ ସୟଦ ତାଙ୍କ ମୁଣ୍ଡକୁ ଚୋଟ ପକାଇଥିଲା। ଏଥିରେ ଘଟଣା ସ୍ଥଳରେ ହିଁ ମୁସ୍ତାକିନ୍ଙ୍କର ମୃତ୍ୟୁ ହୋଇଥିଲା।

ସୟଦଙ୍କ ପରିବାର ୬ ମାସ ପୂର୍ବେ ଏକ ଜମି ବିକ୍ରି କରିଥିଲେ। ପୁନର୍ବାର ଅନ୍ୟ ଏକ ଜମି ବିକ୍ରି କରିବାକୁ ସୟଦ ଜିଦ୍ କରିଥିଲେ । ମାତ୍ର ତାଙ୍କ ଭିଣୋଇ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ସୟଦ ଏବଂ ମୁସ୍ତାକିନ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଯାହାକୁ ନେଇ ସୟଦ ହତ୍ୟାକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।

  • Related Posts

    ଭିଣୋଇଙ୍କୁ ପିଟି ପିଟି ମାରିଦେଲା ଶାଳକ

    ବଡ଼ବିଲ: ପାରିବାରିକ ବିବାଦକୁ କେନ୍ଦ୍ର କରି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ । ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ବୁରୁସାହିରେ ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଧରିବାକୁ…

    Continue reading
    ରାଜଧାନୀରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ !

    ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ନୟାପଲ୍ଲୀ ଥାନା ଅଞ୍ଚଳରେ ଘରେ ଏକା ଥିବା ବେଳେ ଦୁଷ୍କର୍ମ । ଜଣେ ଦୁର୍ବୃତ୍ତ ମୁହଁରେ ମାସ୍କ ପିନ୍ଧି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଜଣେ ଦୁର୍ବୃତ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ