ଭୁବନେଶ୍ବରରେ ପହଞ୍ଚିଲେ ଭାରତ-ଦକ୍ଷିଣ ଆଫ୍ରିକା ଦଳ

ଭୁବନେଶ୍ବର: ବାରବାଟୀ ମ୍ୟାଚ୍ ପାଇଁ ଭୁବନେଶ୍ବରରେ ଉଭୟ ଦେଶର ଖେଳାଳି । ଟିମ୍ ଇଣ୍ଡିଆ ସହିତ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ପହଞ୍ଚିଛନ୍ତି । ଖେଳାଳିଙ୍କ ସହିତ ଟିମର ସପୋର୍ଟ ଷ୍ଟାଫ୍ ମଧ୍ୟ ପହଞ୍ଚିଛନ୍ତି । ବିମାନ ବନ୍ଦରରୁ ସେମାନଙ୍କୁ ସିଧା ହୋଟେଲକୁ ନିଆଯାଇଛି । କୋଚ୍ ଗୌତମ ଗମ୍ଭୀର ଓ କ୍ୟାପଟେନ ସୂର୍ୟ୍ୟକୁମାରଙ୍କ ସହିତ ଅନ୍ୟ ଖେଳାଳିମାନେ ମଧ୍ୟ ହୋଟେଲ୍ ଯାଇଛନ୍ତି ।ଡିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳାଯିବ । ଏନେଇ ରବିବାର ଉଭୟ ଦଳ ଖେଳାଳି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଟିମ୍ ଇଣ୍ଡିଆ ସହିତ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେଠାରୁ ମାନଙ୍କୁ ସ୍ବତନ୍ତ୍ର ବସ୍ ଯୋଗେ କଡ଼ା ସୁରକ୍ଷା ବଳୟରେ ହୋଟେଲକୁ ନିଆଯାଇଛି । ହୋଟେଲରେ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଲୋକନୃତ୍ୟରେ ଉଭୟ ଦେଶର ଖେଳାଳିଙ୍କୁ ସ୍ବାଗତ କରାଯାଇଛି । ଗତକାଲି ହାର୍ଦ୍ଦିକ୍ ପାଣ୍ଡ୍ୟା ଭୁବନେଶ୍ବରରେ ପହଞ୍ଚିଥିଲେ । ସେହିପରି ଶୁକ୍ରବାର ଦକ୍ଷିଣ ଆଫ୍ରିକା ଦଳର ୫ ଜଣ ଖେଳାଳି ଭୁବନେଶ୍ୱର ପହଞ୍ଚିଥିଲେ । ସେମାନେ ହେଲେ ତ୍ରିସ୍ତନ ଷ୍ଟବ୍ସ, ଡୋନୋଭାନ ଫେରେଇରା, ରେଜା ହେଣ୍ଡ୍ରିକ୍ସ, ଜର୍ଜ ଲିଣ୍ଡେ ଓ ଡେଭିଡ୍ ମିଲର ।

​​​​​​ଆସନ୍ତାକାଲି ଉଭୟ ଟିମର ଖେଳାଳିମାନେ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ । ୯ତାରିଖ ଆର୍ଥାତ୍ ମଙ୍ଗଳବାର ଦିନ ସଂଧ୍ୟା ୬ଟାରୁ ଦୁଲୁକିବ କଟକ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳାଯିବ । ଟେଷ୍ଟ ପରାଜୟର ବଦଲା ଦିନିକିଆରେ ଟିମ୍ ଇଣ୍ଡିଆ ନେଇ ସାରିଥିବା ବେଳେ ଟି-ଟ୍ବେଣ୍ଟି ସିରିଜ୍ ଜିତି ଭାରତ ଦଳ ଦକ୍ଷିଣ ଆଫ୍ରିକାକୁ ଚେକ୍ ଦେବା ପ୍ରୟାସରେ ରହିବ । ଅନ୍ୟପଟେ ଆସନ୍ତା ବର୍ଷ ଟି-ଟ୍ବେଣ୍ଟି ବିଶ୍ବକପ ରହିଥିବାରୁ ଏହି ପାଞ୍ଚଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ