‘ଭୋଟ୍‌ ଚୋରି’ ପ୍ରସଙ୍ଗ: ୪ରେ ସିଇଓଙ୍କ କାର୍ୟ୍ୟାଳୟ ଘେରିବ କଂଗ୍ରେସ

ଭୁବନେଶ୍ୱର : ‘ଭୋଟ୍‌ ଚୋରି’ ପ୍ରସଙ୍ଗରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କରିଥିବା ପର୍ଦାଫାସ୍‌କୁ ତୃଣମୂଳ ସ୍ତର ପର୍ୟ୍ୟନ୍ତ ନିଆଯିବ। ସେପ୍ଟେମ୍ବର ୪ରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ୟ୍ୟାଳୟ ଘେରଉ କରାଯିବ ବୋଲି କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଭାରତୀୟ ଜାତୀୟ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ ଲଲ୍ଲୁ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସି ଦଳର ସାଙ୍ଗଠନିକ ବୈଠକରେ ଯୋଗଦେଇଥିଲେ। ଏଥିରେ ଦଳର ଆଗାମୀ କାର୍ୟ୍ୟକ୍ରମ ନେଇ ନିଷ୍ପତ୍ତି ନିଆଯାଇଛି। ରାଜନୈତିକ ବ୍ୟାପାର କମିଟି ବୈଠକରେ ପ୍ରଭାରୀ ଶ୍ରୀ ଲଲ୍ଲୁ କହିଥିଲେ, ନିକଟରେ ବିହାରର ‘ଭୋଟ୍‌ ଚୋରି ରାଲି’ ପରି ଏକ ବଡ଼ ରାଲି ଓଡ଼ିଶାରେ କରାଯିବ। ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କମିଟି ଓ ଛାମୁଆ ସଙ୍ଗଠନଗୁଡ଼ିକର ବୈଠକ ବସିଥିଲା। ସହ ପ୍ରଭାରୀ ଶାହନୱାଜ ଚୌଧୁରୀ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ୍, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା, ଶରତ ରାଉତ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ସାମାଜିକ ନ୍ୟାୟ କମିଟି ପକ୍ଷରୁ ସଂଗୃହୀତ ତଥ୍ୟ ପିସିସି ସଭାପତି ଶ୍ରୀ ଦାସଙ୍କୁ ପ୍ରଦାନ କରାଯାଇଥିଲା। ବିଧାୟକ ଓ ସାଂସଦ ପ୍ରାର୍ଥୀମାନେ ନିଜ ଅଞ୍ଚଳରେ ମାସକୁ ଅନ୍ୟୂନ ୨୦ଦିନ ରହି ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରିବା ସହ ଭୋଟ ଜାଲିଆତି ସମ୍ପର୍କରେ ସଚେତନ କରାଇବେ। ପିସିସି ପଦାଧିକାରୀ ବିଭିନ୍ନ ଜିଲା ଗସ୍ତ କରି ବ୍ଲକ ଏବଂ ବୁଥ୍‌ ସ୍ତରୀୟ କମିଟି ଗଠନ କରିବା ସହ ଭୋଟ୍‌ ଚୋରି ପ୍ରସଙ୍ଗକୁ ଘରେ ଘରେ ପହଞ୍ଚାଇବା ନେଇ ନକ୍ସା ପ୍ରଦାନ କରିବେ। ଅବହେଳିତ, ନିଷ୍ପେସିତ ଓ ଦଳିତ ବର୍ଗର ଉନ୍ନତି ସକାଶେ କଂଗ୍ରେସ ଦୃଷ୍ଟି ଦେଲେ କଂଗ୍ରେସଠାରୁ ଦୂରେଇଯାଇଥିବା ଅନୁସୂଚିତ ଜାତି ମତଦାତା ପୁନର୍ବାର ଫେରିଆସିବେ। ସେବାଦଳ କଂଗ୍ରେସର ଏକ ମୁଖ୍ୟ ଅଙ୍ଗ ହୋଇଥିବାରୁ ଏହାକୁ ସୁଦୃଢ଼ କରିବା ପାଇଁ ଖୁବ୍‌ଶୀଘ୍ର ରାଜ୍ୟ ଓ ବ୍ଲକସ୍ତରୀୟ ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ ହେବ। ପ୍ରତି ବ୍ଲକରୁ ଅନ୍ୟୂନ ୧୦ ଜଣଙ୍କୁ କଂଗ୍ରେସ କାର୍ୟ୍ୟରେ ନିୟୋଜିତ କରାଯିବ। ମହିଳା କଂଗ୍ରେସ ବୈଠକରେ ରାଜ୍ୟରେ ବୃଦ୍ଧି ପାଉଥିବା ନିର୍ୟାତନାକୁ କିପରି ରୋକାଯାଇ ପାରିବ, ସେନେଇ ବିଶେଷ କାର୍ୟ୍ୟକ୍ରମ ପ୍ରସ୍ତୁତ କରାଯିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟରେ ଚାରୋଟି ଜୋନ କରାଯିବ। ମହିଳାଙ୍କୁ ପ୍ରତ୍ୟେକ ଜୋନରେ ଦାୟିତ୍ୱ ପ୍ରଦାନ କରାଯାଇ ମହିଳା ଜିଲା ସଭାପତି ମନୋନୟନ କରାଯିବ। ଜିଲା ସଭାପତି ମନୋନୟନ ପରେ ଚାରୋଟି ଜୋନରେ ବିଶାଳ ମହିଳା ସମାବେଶ କରାଯିବ। ସେହିପରି ଯୁବ ଓ ଛାତ୍ର କଂଗ୍ରେସ କମିଟି ବୈଠକରେ ଭୋଟ୍‌ ଚୋରି ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ ଘେରାଉ କାର୍ୟ୍ୟକ୍ରମକୁ ଜୋରଦାର କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଗକୁ ଛାତ୍ର ସଂସଦ ନିର୍ବାଚନ ଆସୁଥିବାରୁ ଛାତ୍ର କଂଗ୍ରେସକୁ ସୁଦୃଢ଼ କରାଯିବ। ଉଚ୍ଚ ବୈଷୟିକ ଶିକ୍ଷାନୁଷ୍ଠାନରେ ଆଦିବାସୀଙ୍କୁ ଆନୁପାତିକ ସଂରକ୍ଷଣ, ଜଙ୍ଗଲ ଜମି ଅଧିକାର ଆଇନର କାର୍ୟ୍ୟକାରିତା, ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ସମସ୍ତ ବ୍ଲକ, ମଣ୍ଡଳ ଓ ପଞ୍ଚାୟତ କମିଟି ଗଠନ ପାଇଁ ଏଆଇସିସି ପ୍ରଭାରୀ ନିର୍ଦେଶ ଦେବା ସହିତ ଜିଲା ପରିଷଦ ପ୍ରାର୍ଥୀ ଖୋଜିବା ପ୍ରକ୍ରିୟା ଏବେଠୁ ଆରମ୍ଭ କରିବା ପାଇଁ କହିଥିଲେ। ପିସିସି ସଭାପତି ଜିଲା, ବ୍ଲକ ଓ ପଞ୍ଚାୟତ ସ୍ତରୀୟ ସମସ୍ୟା ନେଇ ଗଣଆନ୍ଦୋଳନ ଗଢ଼ି ତୋଳିବାକୁ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

  • Related Posts

    ଚୂଡାନ୍ତ ପ୍ରାର୍ଥୀ ତାଲିକା : ୩୪୭ କଲେଜରେ ୬୩୬୨ ପ୍ରାର୍ଥୀ, ୧୩ ବିଶ୍ବବିଦ୍ୟାଳୟରେ ୨୮୭ ପ୍ରାର୍ଥୀ

    ଭୁବନେଶ୍ବର : ଦୀର୍ଘ ୮ବର୍ଷ ପରେ ରାଜ୍ୟରେ ଅନୁଷ୍ଠିତ ହେଉଛି କଲେଜରେ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ମୋଟ ୬୩୬୨ ପ୍ରାର୍ଥୀ। ସେହିପରି ବିଶ୍ବବିଦ୍ୟାଳୟ ସ୍ତରରେ ୨୮୭ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି। ଉଚ୍ଚଶିକ୍ଷା…

    Continue reading
    ଛାତ୍ର ସଂସଦ ନିର୍ବାଚନ: ବାଣୀବିହାର ମଇଦାନରେ ୨୯ ପ୍ରାର୍ଥୀ

    ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ଛାତ୍ରଛାତ୍ରୀଙ୍କ ଉତ୍ସାହଠୁ ଅଧିକ ରାଜନେତା, ଛାତ୍ର ସଂଗଠକ ମଧ୍ୟରେ ଦେଖିବାକୁ ମିଳୁଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଉପରେ ସମସ୍ତଙ୍କ ନଜର । ଶନିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ