ମଇଁଷି ମୃତ୍ୟୁ ଘଟଣାରେ କ୍ଷତିପୂରଣ ଦେବାକୁ ଘୋଷଣା କଲେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ

ଆଳି, 19।08: କେନ୍ଦ୍ରାପଡା ଆଳି ଏକମାଣିଆ ମଇଁଷି ମୃତ୍ୟୁ ଘଟଣାରେ କ୍ଷତିପୂରଣ ଦେବାକୁ ଘୋଷଣା ହୋଇଛି। ଏ ନେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ମନୋଜ ପଟ୍ଟନାୟକ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅନ୍ତର୍ଗତ ଏକମାଣିଆ ଗାଁରେ କୁମ୍ଭୀର ଆକ୍ରମଣରେ ଘାଇଲା ହେବା ପରେ ପରସ୍ପର ଛନ୍ଦି ହୋଇ ମଇଁଷିମାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବାବେଳେ ଘଟଣାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏକମାଣିଆ ଗ୍ରାମର ମଇଁଷିପାଳକ ଜଗନ୍ନାଥ ଦାସ, ଗଣେଶ ଦାସ ଓ ପରମାନନ୍ଦ ବିଶ୍ୱାଳଙ୍କ କହିବାନୁଯାୟୀ, ରବିବାର ସେମାନେ ୭୨ ମଇଁଷିଙ୍କୁ ଚରାଇବା ପାଇଁ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଯୋରମୁହଁ ଦେଇ ନଦୀ ପଠାକୁ ନେଉଥିଲେ। ଏହି ସମୟରେ ହଠାତ ଏକ କୁମ୍ଭୀର ଗୋଟିଏ ମଇଁଷିକୁ ଆକ୍ରମଣ କରିଥିଲା। ଏହାଦ୍ୱାରା ମଇଁଷିମାନେ ଜୀବନ ବିକଳରେ ଧାଁଦଉଡ଼ କରିଥିଲେ। ଫଳରେ ନଦୀର ପ୍ରବଳ ସୁଅ ଓ କାଦୁଅରେ ଫଶି ପରସ୍ପର ଛନ୍ଦାଛନ୍ଦି ହୋଇ ପଡ଼ିଯିବାରୁ ଘଟଣାସ୍ଥଳରେ ୩୦ଟି ମଇଁଷିଙ୍କ ଜୀବନ ଚାଲିଯାଇଛି। ନଦୀ ସ୍ରୋତରେ ମଧ୍ୟ କେତେକ ମଇଁଷି ଭାସି ଯାଇଛନ୍ତି। ମଇଁଷି ଚରାଳିଙ୍କ ପାଟିଶୁଣି ଗ୍ରାମବାସୀ ପହଞ୍ଚିଥିଲେ ମଧ୍ୟ ମଇଁଷିମାନଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇନଥିଲେ। ସନ୍ଧ୍ୟା ସୁଦ୍ଧା ୩୦ଟି ମଇଁଷିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ବେଳେ ଅନ୍ୟ ୪୨ ମଇଁଷିଙ୍କ ପତ୍ତା ମିଳିନଥିବାରୁ ପ୍ରାୟ ଅନ୍ୟମାନଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

  • Related Posts

    ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର

    ନୟାଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହର ବିଲ୍ ପାସ୍ କରିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପଞ୍ଚାୟତ ଡାଟାଏଣ୍ଟ୍ରି ଅପରେଟର। ଡାଟା ଏଣ୍ଟ୍ରି ଅପରେଟର ଜଣକ ହେଲେ ରଣପୁର…

    Continue reading
    ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଟଙ୍କା

    ଭୁବନେଶ୍ବର : ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏଥିସହ ୨୫ ଜୁଲାଇ ସୁଦ୍ଧା ଯେଉଁ ଆବେଦନଗୁଡ଼ିକର ନାମ ଜିଲ୍ଲା ସ୍ତରରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ