ମଦ ପିଇ ବିଧାନସଭାକୁ ଆସିଥିଲେ ସିଏମ୍ ଭଗୱନ୍ତ ମାନ!

ଚଣ୍ଡିଗଡ଼ : ପଞ୍ଜାବରେ ବିରୋଧି ଦଳ ସିଏମ୍ ମାନଙ୍କ ଉପରେ କରିଛନ୍ତି ଅଭିଯୋଗ । ସେ ମଦ ପିଇ ବିଧାନସଭାକୁ ଆସିଥିଲେ। ଏଥିପାଇଁ ମଦ ଓ ଡୋପିଂ ଟେଷ୍ଟର ଦାବି ମଧ୍ୟ ଉଠିଛି। ବିରୋଧି ନେତା ଓ କଂଗ୍ରେସ ବିଧାୟକ ପରତାପ ସିଂହ ବାଜୱାଙ୍କ ସମେତ ଆହୁରି ଅନେକ ବିଧାୟକମାନେ ଏହି ଦାବି ଉଠାଇଛନ୍ତି। ବାଜୱା ଦାବି କରିଛନ୍ତି ଯେ, ଗୃହରେ ଥିବା ସବୁ ସଦସ୍ୟଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଯାଞ୍ଚ ଘଣ୍ଟାଏ ଭିତରେ କରାଯିବା ଉଚିତ୍। ସେ କହିଛନ୍ତି , ଏହି ଯାଞ୍ଚ ପରିସରରେ ଟ୍ରେଜରୀ ବେଞ୍ଚ ଓ ବିରୋଧୀ ଦଳର ସବୁ ବିଧାୟକଙ୍କୁ ମଧ୍ୟ ସାମିଲ କରାଯାଉ। ଅକାଳୀ ଦଳ ମଧ୍ୟ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଡୋପ୍ ଟେଷ୍ଟର ଦାବି କରିଛନ୍ତି। ଅକାଳୀ ଦଳର ଅଭିଯୋଗ ଯେ, ସିଏମ୍ ମାନ ମଦ ପିଇ ବିଧାନସଭାରେ ପହଞ୍ଚି ଥିଲେ।

ବାଜୱା କହିଛନ୍ତି ଯେ, ଏମିତି ସଦନରେ ଭାଗ ନେବାର କଣ ଅର୍ଥ, ଯେଉଁଠି ପ୍ରଦେଶର ମୁଖିଆ ନିଶାସକ୍ତ ଅବସ୍ଥାରେ ପହଞ୍ଚିବେ। ପରତାପ ବାଜୱା ବାଚସ୍ପତିଙ୍କୁ ସମ୍ୱୋଧିତ କରି ଚିଠିରେ ଲେଖିଛନ୍ତି ଯେ, ମୁଁ ଆପଣଙ୍କ ଧ୍ୟାନ ଏକ ଗୁରୁତର ସମସ୍ୟା ଆଡ଼କୁ ଆକର୍ଷିତ କରିବାକୁ ଚାହୁଁଛି,ଯାହା ଗୃହର ଗାରିମା ପାଇଁ ଖୁବ୍ ଚିନ୍ତାଜନକ। ଏହି ମୁତାବିକ, ବର୍ତ୍ତମାନ ଅଧିବେଶନ ବେଳେ ବିଧାୟକ ସୁଖପାଲ ସିଂହ ଖୈରା ମୁଖ୍ୟମନ୍ତ୍ରୀଙ୍କ ବ୍ୟବହାରକୁ ନେଇ ପ୍ରସଙ୍ଗ ଉଠାଇଛନ୍ତି। ସେ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସଦସ୍ୟଙ୍କ ଦ୍ୱାରା ଉଠାଯାଇ ଥିବା ପ୍ରଶ୍ନର ଜବାବ ନଦେଇ ଗୃହ ଛାଡ଼ି ଥିଲେ। ଏହା ଖୁବ୍ ଚିନ୍ତାର ବିଷୟ।ସେ କହିଛନ୍ତି ଯେ, ଏଥିପାଇଁ କଂଗ୍ରେସ ବିଧାୟକ ଦଳ ଅନ୍ୟ ସବୁ କଂଗ୍ରେସ ବିଧାୟକଙ୍କ ସହଯୋଗରେ ଯାଞ୍ଚ ଦାବି କରୁଛି।

ସୁଖପାଳ ସିଂହ ଖୈରା ସିଏମ୍ ମାନଙ୍କ ଭିଡ଼ିଓ ଟ୍ୱିଟ୍ କରିଛନ୍ତି,ଯେଉଁଥିରେ ଭଗୱନ୍ତ ମାନ ବିଧାନସଭାରେ କହୁଛନ୍ତି। ଅଭିଯୋଗ ଯେ, ଏହି ସମୟରେ ଭଗୱନ୍ତ ମାନ ନିଶା ସ୍ଥିତିରେ ଅଛନ୍ତି। ଖୈରା ଆମ୍ ଆଦମୀ ପାର୍ଟିର ମୁଖିଆ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଦାବି କରିଛନ୍ତି ଯେ, ସେ ମାନଙ୍କ ବିରୋଧରେ ଦୃଢ ଆକ୍ସନ ନିଅନ୍ତୁ। ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ ବାଜୱା ଆହୁରି ଲେଖିଛନ୍ତି ଯେ, ଏହି ପ୍ରସଙ୍ଗର ତଦନ୍ତ ପାଇଁ ଏକ ଇଣ୍ଡିପେଣ୍ଡେଣ୍ଟ ଓ ଭରସାଯୋଗ୍ୟ ମେଡିକାଲ୍ ଟିମ୍ ମଧ୍ୟ ଗଠନ ହେବା ଉଚିତ୍। ସେ ଦାବି ଉଠାଇଛନ୍ତି ଯେ, ପୋଷ୍ଟଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ ଚଣ୍ଡିଗଡ଼ର ଟିମ୍ ଗଠନ ହେଉ , ଯାହାକି ମାମଲାର ସଠିକ୍ ଓ ସ୍ପଷ୍ଟ ଭାବେ ତଦନ୍ତ ହୋଇ ପାରିବ।

ଶିରୋମଣି ଅକାଳୀ ଦଳ ମଧ୍ୟ ମାନଙ୍କ ଭିଡ଼ିଓ ଟ୍ୱିଟ୍ କରି ଗୁରୁତର ଅଭିଯୋଗ ଲଗାଇଛନ୍ତି। ସେ ଏହାକୁ ଏକ ଲଜ୍ଜାଜନକ ମାମଲା ଦର୍ଶାଇ ସିଏମ୍ ମାନଙ୍କ ଡୋପ୍ ଟେଷ୍ଟର ଦାବି କରିଛନ୍ତି। ଶିରୋମଣି ଅକାଳୀ ଦଳ ନିଜର ଟ୍ୱିଟ୍ରେ ଲେଖିଛନ୍ତି ଯେ, ଏହା ଖୁବ୍ ଲଜ୍ଜାଜନକ ଯେ, ଭଗୱନ୍ତ ମାନ , ଲେବର ଡେ ଅବସରରେ ବିଧାନସଭାରେ ମଦ ପିଇ ପହଞ୍ଚିଛନ୍ତି। ସେ ଆହୁରି ଲେଖିଛନ୍ତି ଯେ, ଶିରୋମଣି ଅକାଳୀ ଦଳ ମୁଖ୍ୟମନ୍ତ୍ରୀଙ୍କ ଏହି ବ୍ୟବହାରର ନିନ୍ଦା କରୁଛି।

ଆମ୍ ଆଦମୀ ପାର୍ଟି ଛୋଡ଼ି ବିଜେପିରେ ଯୋଗ ଦେଇଥିବା ସ୍ୱାତୀ ମାଲିୱାଲ ଏହି ମାମଲାକୁ ନେଇ ଏକ୍ସରେ ପ୍ରତିକ୍ରିୟା ରଖିଛନ୍ତି। ସେ ଲେଖିଛନ୍ତି –ଆଜି ପୁଣି ଥରେ , ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ସଂପୂର୍ଣ୍ଣ ରୂପେ ମଦ ନିଶାରେ , ଗଣତନ୍ତ୍ରର ମନ୍ଦିର , ପଞ୍ଜାବ ବିଧାନସଭାକୁ ଆସିଛନ୍ତି।ଏହି ବ୍ୟକ୍ତି ମଦ ପିଇ ଗୁରୁଦ୍ୱାରା ସାହିବ ଯାଆନ୍ତି , ମଦ ପିଇ ମନ୍ଦିର ଯାନ୍ତି , ମଦ ପିଅ ଲୋକସଭା ଆସୁଛନ୍ତି , ମଦ ପିଇ ସରକାର ମିଟିଂକୁ ଯାଆନ୍ତି। ସେ ବିଦେଶ ମଧ୍ୟ ଏତେ ମଦ ପିଇ ଯାଇଥିଲେ ଯେ, ତାଙ୍କୁ ବିମାନରୁ ଓହ୍ଲାଇବାକୁ ପଡ଼ିଲା । ସେ ଆହୁରି ଲେଖିଛନ୍ତି ଯେ, ନିର୍ବାଚନ ପୂର୍ବରୁ ସେ ତାଙ୍କର ମାଆଙ୍କ ମୁଣ୍ଡ ଉପରେ ହାତ ରଖି ଶପଥ ଖାଇ ଥିଲେ ଯେ,ସେ ପୁଣି କେବେ ମଦ ପିଇବେ ନାହିଁ।

  • Related Posts

    ନାଟୋକୁ ଟ୍ରମ୍ପଙ୍କ ଝଟକା : ଜର୍ମାନୀରୁ ୫୦୦୦ ସୈନ୍ୟ ପ୍ରତ୍ୟାହାର

    ୱାଶିଂଟନ: ୟୁରୋପରେ ନାଟୋକୁ ଆମେରିକା ଏକ ଝଟକା ଦେଇଛି। ଆମେରିକା ଶୁକ୍ରବାର ଘୋଷଣା କରିଛି ଯେ ସେ ତାର ନାଟୋ ସହଯୋଗୀ ଜର୍ମାନୀରୁ ୫୦୦୦ ସୈନ୍ୟ ପ୍ରତ୍ୟାହାର କରୁଛି। ଏହି ପଦକ୍ଷେପ ଏପରି ସମୟରେ ଆସିଛି ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

    Continue reading
    ବିମାନ ଦୁର୍ଘଟଣାରେ ୫ଜଣ ଖେଳାଳି ମୃତ

    ୱାଶିଂଟନ୍: ଆମେରିକାର ଟେକ୍ସାସ ରାଜ୍ୟର ଏକ ହିଲ୍ କଣ୍ଟ୍ରି ଅଞ୍ଚଳରେ ଶୁକ୍ରବାର ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଗଛକୁ ଧକ୍କା ଦେଇ ଦୁର୍ଘଟଣାର ସାମ୍ନା କରିଥିବା ବିମାନ ଖଣ୍ଡଖଣ୍ଡ ହୋଇଯାଇଛି। ଏହି ଦୁର୍ଘଟଣାରେ ୫ ଜଣ ଖେଳାଳିଙ୍କର ମୃତ୍ୟୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା