ମନ୍ତ୍ରୀମାନଙ୍କୁ ସିଏମ ମାଗିଲେ ପରଫର୍ମାନ୍ସ ରିପୋର୍ଟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁ ମନ୍ତ୍ରୀ ଓ ବିଭାଗଗୁଡ଼ିକୁ ନିର୍ଦ୍ଧାରିତ ଫର୍ମାଟରେ ନିଜର ପରଫର୍ମାନ୍ସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ବିଭାଗ ୨୦୨୪-୨୫ ଆର୍ଥିକ ବର୍ଷ ଓ ଚଳିତ ଆର୍ଥିକବର୍ଷର ପ୍ରଥମ ଦୁଇମାସ(ଏପ୍ରିଲ-ମେ’)ରେ ନିଜର ସଫଳତା, ଚ୍ୟାଲେଞ୍ଜ, ଭବିଷ୍ୟତ ଯୋଜନାର ବ୍ୟାପକ ବିବରଣୀକୁ ଏକ ନିର୍ଦ୍ଧିଷ୍ଟ ଫର୍ମାଟ(ବଜେଟ୍ ଖର୍ଚ୍ଚ ଓ ସାମଗ୍ରିକ ଖର୍ଚ୍ଚ)ରେ ପ୍ରସ୍ତୁତ କରିବେ । କେବଳ ସେତିକି ନୁହେଁ ମନ୍ତ୍ରୀମାନେ ମଧ୍ୟ ୨୦୨୫ ମେ’ ମାସ ପର୍ୟ୍ୟନ୍ତ ନିଜର ସଫଳତା ଓ କାର୍ୟ୍ୟଦକ୍ଷତା(ଫରଫର୍ମାନ୍ସ)ର ବିସ୍ତୃତ ରିପୋର୍ଟ ଦେବେ ।

ଏପରିକି ମନ୍ତ୍ରୀମାନେ କେଉଁ କେଉଁ ଜିଲ୍ଲା ଗସ୍ତ କରିଛନ୍ତି, ଲୋକଙ୍କର ଅଭିଯୋଗକୁ ନିଜେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି(ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବାଦ)କେତେ ସମାଧାନ କରିଛନ୍ତି, ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ କେତେଥର ଶେୟାର କରିଛନ୍ତି ସବୁର ରିପୋର୍ଟ ସେମାନଙ୍କୁ ଦେବାକୁ ପଡ଼ିବ ।ବିଭାଗର ପରଫର୍ମାନ୍ସ ରିପୋର୍ଟକୁ ସମ୍ପୃକ୍ତ ବିଭାଗର ମନ୍ତ୍ରୀମାନଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯିବ ।

୧- ୨୦୨୪-୨୫ ଆର୍ଥିକ ବର୍ଷ ଓ ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇମାସ(ଏପ୍ରିଲ-ମେ’) ପାଇଁ ସଂଖ୍ୟାତ୍ମକ ଓ ବଜେଟ୍ ଭିତ୍ତିକ ଲକ୍ଷ୍ୟ ନିର୍ଦ୍ଧାରଣ ଓ ପ୍ରସ୍ତୁତ କରିବା ସହ ଚଳିତବର୍ଷ ମେ’ ମାସ ପର୍ୟ୍ୟନ୍ତ ମିଳିଥିବା ସଫଳତା । ବିଭାଗୀୟ ପ୍ରାଥମିକତାଗୁଡ଼ିକୁ ସରକାରଙ୍କ ପ୍ରଥମବର୍ଷର ରୋଡମ୍ୟାପ୍ ସହ ସମନ୍ୱିତ କରିବା ।

୨- ପ୍ରଶାସନିକ ନିଷ୍ପତ୍ତି ଓ କାର୍ୟ୍ୟକାରିତାରେ ଆସୁଥିବା ସମସ୍ୟା ଓ ଚ୍ୟାଲେଞ୍ଜ ଏବଂ ଏହାର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ତଥ୍ୟ ଦେବେ । ଏଥିରେ ଫାଇଲ୍ ମଞ୍ଜୁରୀ ପାଇଁ ଆଭ୍ୟନ୍ତରୀଣ ବ୍ୟବସ୍ଥା, ବାର୍ଷିକ ଆକ୍ସନ ପ୍ଲାନ୍ ପ୍ରସ୍ତୁତିକୁ ସାମିଲ କରାଯିବ । ସେହିପରି ମନ୍ତ୍ରୀମାନେ ନିଜ ବିଭାଗର ଯେଉଁସବୁ ବୈଠକରେ ବିଭାଗୀୟ କାର୍ୟ୍ୟ-ଯୋଜନା ଓ ନିଷ୍ପତ୍ତିର ତଦାରଖ ଓ ମୂଲ୍ୟାଙ୍କନ କରିଛନ୍ତି ତା’ର ସମ୍ପୂର୍ଣ୍ଣ ବିବରଣୀ(କେବେ ବସିଥିଲା,ଏଜେଣ୍ଡା ଓ ନିର୍ୟ୍ୟାସ କ’ଣ ହେଲା) ଦେବେ । ତେବେ ଏଥିରେ ରୁଟିନ୍ ବା ନିୟମିତ ବୈଠକଗୁଡ଼ିକ ଏହି ଶ୍ରେଣୀରେ ଗଣାଯିବ ନାହିଁ, ଯାହା ମନ୍ତ୍ରୀମାନଙ୍କ ସକ୍ରିୟତା ଉପରେ ସିଧାସଳଖ ନିୟନ୍ତ୍ରଣକୁ ପ୍ରତିଫଳିତ କରୁଛି ।

୩-ମନ୍ତ୍ରୀମାନଙ୍କୁ ପ୍ରକଳ୍ପ କାର୍ୟ୍ୟାନ୍ୱୟନ ଓ ନିରୀକ୍ଷଣ ସହ ଜଡ଼ିତ କ୍ଷେତ୍ର ପରିଦର୍ଶନର ବିବରଣୀ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏଥିରେ ସରକାରୀ ଓ ରାଜନୀତିକ କାର୍ୟ୍ୟକ୍ରମକୁ ଗ୍ରହଣ କରାଯିବ ନାହିଁ । ୨୦୨୫ ମେ’ ମାସ ପର୍ୟ୍ୟନ୍ତ ମନ୍ତ୍ରୀମାନେ କେଉଁ କେଉଁ ସ୍ଥାନକୁ ଯାଇ ପ୍ରକଳ୍ପଗୁଡ଼ିକର କାର୍ୟ୍ୟକୁ ତଦାରଖ କରିଛନ୍ତି ତା’ର ସ୍ଥାନ, ତାରିଖ, ଏଜେଣ୍ଡା ଓ ନିର୍ୟ୍ୟାସର ହିସାବ ଦେବେ । କେବଳ ସେତିକି ନୁହେଁ ଶାସନ ବ୍ୟବସ୍ଥାରେ ନୀତିଗତ ସଂସ୍କାର, ସୁଶାସନ, ଡିଜିଟାଲ ଉପକରଣର ଉପଯୋଗ, ଆଇଏ ଭଳି ନୂଆ ପ୍ରଯୁକ୍ତି ପାଇଁ ପଦକ୍ଷେପ ଭଳି ନୂଆ ପ୍ରସ୍ତାବ ଯଦି ମନ୍ତ୍ରୀମାନେ ଦେଇଛନ୍ତି ତା’ର ବିସ୍ତୃତ ବିବରଣୀ ଦେବେ ।

୪- ଲୋକଙ୍କ ଅଭିଯୋଗ ଶୁଣାଣିର ସମାଧାନ ଦିଗରେ ୨୦୧୨ ଜୁନ ୧୨ରୁ ୨୦୨୫ ମେ’ ୩୧ତାରିଖ ମଧ୍ୟରେ କେତେ ଅଭିଯୋଗ ଆସିଛି,ତା’ର ସମାଧାନ କେତେ ଅବଧି ମଧ୍ୟରେ (୧ରୁ ୪୫ଦିନ ମଧ୍ୟରେ) ଓ ବକେୟା(କେତେଦିନ ପଡ଼ିଛି) ସଂଖ୍ୟା କେତେ ଅଛି ସେନେଇ ମନ୍ତ୍ରୀମାନେ ବିସ୍ତୃତ ତଥ୍ୟ ଦେବେ । ତେବେ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହିବାକୁ ବିଚାରକୁ ନିଆଯିବ ନାହିଁ ।

୫- ସୋସିଆଲ ମିଡିଆ-ଫେସବୁକ,ଏକ୍ସ, ଇନଷ୍ଟାଗ୍ରାମରେ ମନ୍ତ୍ରୀମାନେ କେତେ ସକ୍ରିୟ ରହିଛନ୍ତି ତାହା ଜାଣିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଚାହିଁଛନ୍ତି । ମାସକୁ ଏହି ତିନିଟି ପ୍ଲାଟଫର୍ମରେ ହାରାହାରି କେତେ ପୋଷ୍ଟ କରାଯାଉଛି ସେଥିରୁ ବିଭାଗ, ସରକାରୀ, ରାଜ୍ୟ ଓ ଜାତୀୟ ସ୍ୱାର୍ଥ ସମ୍ପର୍କିତ କେତେ ପୋଷ୍ଟ ରହୁଛି । ଆଉ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କେତେ ପୋଷ୍ଟକୁ ଶେୟାର କରାଯାଉଛି ତା’ର ତଥ୍ୟ ଦେବେ । ତେବେ ବ୍ୟକ୍ତିଗତ କାର୍ୟ୍ୟକ୍ରମ ବା ବିଭିନ୍ନ ସାଂସ୍କୃତିକ, ସାମାଜିକ ଓ କ୍ରୀଡ଼ା ଆଦି କାର୍ୟ୍ୟକ୍ରମରେ ସାମିଲ ସୋସିଆଲ ମିଡିଆ ପୋଷ୍ଟକୁ ଗୁରୁତ୍ୱକୁ ନିଆଯିବ ନାହିଁ ।

୬- ପ୍ରତ୍ୟେକ ମନ୍ତ୍ରୀ ଚଳିତ ଆର୍ଥିକବର୍ଷ ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ ଦାଖଲ କରିବେ । ଯେଉଁଥିରେ ପ୍ରଭାବୀ କାର୍ୟ୍ୟକ୍ରମର କାର୍ୟ୍ୟାନ୍ୱୟନ, ତଦାରଖ, ଅଭିଯୋଗ ନିରାକରଣ, ଜନସାଧାରଣଙ୍କ ସହ ଯୋଗାଯୋଗ ଏବଂ ବଜେଟ ମାନଦଣ୍ଡ ଅନୁଯାୟୀ ଖର୍ଚ୍ଚକୁ ସୁନିଶ୍ଚିତ କରିବା ଅନ୍ତର୍ଭୁକ୍ତ ରହିବ । ଏହି ସମସ୍ତ ପ୍ରସଙ୍ଗରେ କୌଣସି ପ୍ରକାରର ଅଜଣା ବାହାନା ଗ୍ରହଣୀୟ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

  • Garvita Odia

    Related Posts

    ଓଡ଼ିଶାରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ: ପ୍ରମିଳା

    ଭୁବନେଶ୍ୱର: ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି । ତାଙ୍କ ମତରେ, ରାଜ୍ୟର ପରିସ୍ଥିତି ମଣିପୁରଠାରୁ ମଧ୍ୟ ଅଧିକ ସାଂଘାତିକ…

    ଓଏମପିରୁ କନ୍ଦରପୁର ଏଲିଭେଟେଡ କରିଡର

    କଟକ: କଟକ ଓଏମପିରୁ କନ୍ଦରପୁର ହେବ ଏଲିଭେଟେଡ କରିଡର । ରବିବାର କଟକ ସାଂସଦ ଭର୍ତ୍ତୃହରି ମହତାବ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ଆଲୋଚନା ହୋଇଛି । ଏନେଇ…

    Leave a Reply

    Your email address will not be published. Required fields are marked *

    You Missed

    ଘୋଷଣା କଲେ ଟ୍ରମ୍ପ: ଯୁଦ୍ଧ ବିରତି ପାଇଁ ଥାଇଲାଣ୍ଡ ଓ କାମ୍ୱୋଡିଆ ରାଜି

    ଘୋଷଣା କଲେ  ଟ୍ରମ୍ପ: ଯୁଦ୍ଧ ବିରତି ପାଇଁ  ଥାଇଲାଣ୍ଡ ଓ କାମ୍ୱୋଡିଆ ରାଜି

    ହୀରାକୁଦ : ୨୦ ଫାଟକରୁ ବନ୍ୟାଜଳ ନିଷ୍କାସନ ଜାରି

    ହୀରାକୁଦ : ୨୦ ଫାଟକରୁ ବନ୍ୟାଜଳ ନିଷ୍କାସନ ଜାରି

    ଓଡ଼ିଶାରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ: ପ୍ରମିଳା

    ଓଡ଼ିଶାରେ  ଲାଗୁ ହେଉ ରାଷ୍ଟ୍ରପତି ଶାସନ: ପ୍ରମିଳା

    ଆଜିଠୁ କମିବ ବର୍ଷା

    ଆଜିଠୁ କମିବ ବର୍ଷା

    ଓଏମପିରୁ କନ୍ଦରପୁର ଏଲିଭେଟେଡ କରିଡର

    ଓଏମପିରୁ କନ୍ଦରପୁର ଏଲିଭେଟେଡ କରିଡର

    ଅଗଷ୍ଟ ୯ ତାରିଖ ଦିନ ୧କୋଟି ୨ଲକ୍ଷ ୪୦ ହଜାର ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି

    ଅଗଷ୍ଟ ୯ ତାରିଖ ଦିନ ୧କୋଟି ୨ଲକ୍ଷ ୪୦ ହଜାର ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି