ମଲା ଲୋକଙ୍କୁ ଚାଉଳ ଦେଉଥିଲେ ବିଜେଡି ସରକାର: ମନ୍ତ୍ରୀ

ଭୁବନେଶ୍ୱର: ମଲା ଲୋକଙ୍କୁ ଚାଉଳ ଦେଉଥିଲେ ବିଜେଡି ସରକାର । ମାର୍ଚ୍ଚ 31 ପରେ ସ୍ପଷ୍ଟ ହେବ ଭୂତ ହିତାଧିକାରୀ । ମୃତ ହିତାଧିକାରୀ ରାସନ କାର୍ଡକୁ ନେଇ ଯୋଗଣ ମନ୍ତ୍ରୀଙ୍କ ବଡ ପ୍ରତିକ୍ରିୟା । ଲୋକ ମଲା ପରଠାରୁ ଚାଲିଥିଲା ପ୍ରକ୍ରିୟା । ମୃତ୍ୟୁର 4-5 ବର୍ଷ ପରେ ମଧ୍ୟ ଉଠୁଥିଲା ଚାଉଳ। ବିଜେଡି ସମୟରେ ଚାଲିଥିଲା ବଡ଼ ଦୁର୍ନୀତି । ekyc ଶେଷ ପରେ ଆରମ୍ଭ ହେବ ତଦନ୍ତ କହିଲେ ମନ୍ତ୍ରୀ ।

“3 ଲକ୍ଷ 28 ହଜାରରୁ ଅଧିକ ମୃତ ହିତାଧିକାରୀ ଚାଉଳ ନେଉଥିଲେ । ଏହା ekyc ଦ୍ୱାରା ଧରା ପଡିଲା । ଏ ଚାଉଳ କାର୍ଡ ଏବେ କଟା ସରିଛି । ଆୟକର ଦାତାଙ୍କୁ ମଧ୍ୟ ନୋଟିସ ହୋଇଛି। ଏବେ ଫିଜିକାଲ ଭେରୀଫିକେସନ ଚାଲିଛି। ଲୋକମାନେ ମଲା ପରଠାରୁ ୪-୫ ବର୍ଷ ଏ ପ୍ରକ୍ରିୟା ଚାଲିଥିଲା। ଚାଉଳ କିଏ ଖାଉଥିଲା ତାର ତଦନ୍ତ ଚାଲିଛି। ଏଥିରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଛି। ବିଜେଡି ସରକାରରେ ହୋଇଥିବା ଦୁର୍ନୀତି ର ଗୋଟି ଗୋଟି ତଦନ୍ତ ହେବ। ବିଜେଡି କେବଳ ଦୁର୍ନୀତି କରୁଥିଲା। ଏହି ଦୁର୍ନୀତି ର କିପରି ଭରଣା କରାଯିବ ସରକାର ଚିନ୍ତା କରୁଛନ୍ତି । ମାର୍ଚ୍ଚ 31 ତାରିଖ ପରେ କେତେ ଭୂତ ରାସନ କାର୍ଡ ରହିଛି ସ୍ପଷ୍ଟ ହେବ,” ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।

ତେବେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁ ରେ ଉଠୁଥିଲା ରାସନ । ରାଜ୍ୟ ସରକାରଙ୍କ ପକ୍ଷରୁ ଇକେୱାସି ପ୍ରକ୍ରିୟା ପରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁକୁ ବାଦ ଦିଆଯାଇଛି । ସର୍ବାଧିକ କେନ୍ଦୁଝରରେ ୩୫ ହଜାର ୫୫୦ ଜଣ ମୃତ ବ୍ୟକ୍ତି ରାସନ କାର୍ଡ ହାତେଇ ଥିବା ବେଳେ ଗଞ୍ଜାମରେ ୨୫ ହଜାର ୭୮୯, ମୟୂରଭଞ୍ଜ ରେ ୨୩ ହଜାର ୭୯୯, ରାୟଗଡ଼ା ରେ ୨୨ ହଜାର ୪୧୧ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଥିଲା ଚାଉଳ । ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣ ପାତ୍ର ।

  • Related Posts

    ୨୩ ଜିଲ୍ଲାରେ ନିଯୁକ୍ତି ପାଇଲେ ଏସଡ଼ିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

    ୦୬।୦୪।୨୦୨୬,ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୩ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଅନୁଗୁଳରେ ଅଧ୍ୟକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଭାବେ ସୁରୁମଣି ଛତରଙ୍କୁ ନିଯୁକ୍ତି ମିଳିଛି । ସେହିପରି…

    Continue reading
    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ