
ଗଜପତି: ମହେନ୍ଦ୍ରତନୟା ନଦୀରେ ବୃଦ୍ଧ ନିଖୋଜ। ଗାଧୋଇବାକୁ ଯାଇ ନଦୀରେ ଭାସିଗଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠ କେରାଣ୍ଡି ପଞ୍ଚାୟତର ଅମରା ଗାଁର ଦୁର୍ଗା ପ୍ରସାଦ ପାଣିଗ୍ରାହୀ ପାଣିରେ ନିଖୋଜ। ତେବେ ଆଜି ସକାଳ ପ୍ରାୟ ୫ଟାରେ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିନଥିଲେ।
ଦୂରରୁ କିଛି ଗ୍ରାମବାସୀ ତାଙ୍କୁ ନଦୀରେ ଭାସିଯାଉଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ନଦୀରେ ପ୍ରଖର ସ୍ରୋତ ଥିବାରୁ ପ୍ରାୟ ୩ ଘଣ୍ଟା ଧରି ଖୋଜାଖୋଜି ପରେ ମଧ୍ୟ ନିଖୋଜ ବୃଦ୍ଧଙ୍କ କୌଣସି ସନ୍ଧାନ ମିଳିନାହିଁ। ତାଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳର ଅପରେସନ୍ ଜାରି ରହିଛି।








