ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ

ସମ୍ବଲପୁର,20/09: ପବିତ୍ର ମହାଳୟା ତିଥିରେ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ ପାଇଁ ଟ୍ରଷ୍ଟବୋର୍ଡ ଓ ପୂଜକମାନଙ୍କ ମିଳିତ ବୈଠକରେ ଦର୍ଶନ ସମୟ ନିର୍ଘଣ୍ଟ କରାଯାଇଛି। ମହାଳୟା ଦିନ ଭୋର ୪ଟା ୩୦ରେ ମା’ଙ୍କର ମଙ୍ଗଳ ଆଳତି କରାଯିବ। ମଙ୍ଗଳ ଆଳତି ପରେ ପ୍ରାତଃ ୫ଟାରେ ଭକ୍ତମାନଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯିବ। ତେବେ ଅନ୍ନଭୋଗ ଲାଗି ପାଇଁ ଦିନ ୧୧ଟା ୪୫ରୁ ୧୨ଟା ୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ସେହିପରି ସନ୍ଧ୍ୟା ମହାଆଳତି ପାଇଁ ସନ୍ଧ୍ୟା ୭ଟା୪୫ରୁ ରାତି ୮ଟା୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ରାତି ୧୦ଟା ୩୦ରେ ମା’ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ ଓ ପହଡ଼ ନୀତି ଅନୁଷ୍ଠିତ ହେବ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ କହିଛନ୍ତି। ମହାଳୟା ଅବସରରେ ମା’ ସମଲେଶ୍ୱରୀ ଧବଳମୁଖୀ ବେଶରେ ୨୧ ତାରିଖ ରବିବାର ସକାଳୁ ୨୩ ତାରିଖ ମଙ୍ଗଳବାର ଦିନ ୧୧ଟା ୪୫ ପର୍ଯ୍ୟନ୍ତ ଦର୍ଶନ ଦେବେ ବୋଲି ଟ୍ରଷ୍ଟବୋର୍ଡ ସଭାପତି ଶ୍ରୀ ବାବୁ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ମହାଳୟାରେ ସିନ୍ଦୁରବର୍ଣ୍ଣା ମା’ ସମଲେଶ୍ବରୀ ଶୁଭ୍ର ଶ୍ବେତ ରୂପ ଧାରଣ କରନ୍ତି। ମା’ଙ୍କର ଏହି ଧବଳମୁଖୀ ବେଶକୁ ଗଙ୍ଗାଦର୍ଶନ ବେଶ ମଧ୍ୟ କୁହାଯାଏ। ‌ଏହି ଦିନ ଲକ୍ଷାଧିକ ଭକ୍ତ ମାଙ୍କ ଦର୍ଶନ କରି ପୁଣ୍ୟଲାଭ କରିଥାନ୍ତି।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ