ରାଇରଙ୍ଗପୁର: ନିଖୋଜ ନାବାଳକର ମୃତଦେହକୁ ପୁଲିସ ଉଦ୍ଧାର କରିଛନ୍ତି। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର କଲ୍ୟାଣ ମଣ୍ଡପରେ ବିବାହ ଉତ୍ସବରେ ଯୋଗ ଦେବାକୁ ବିହାରରୁ ଆସିଥିବା ନାବାଳକର ହେଉଛି ବିହାର ସନ୍ଦେଶ ଥାନା ଅନ୍ତର୍ଗତ ଆରଭୋଜପୁର ଅଞ୍ଚଳ କିଶୋର ସାୱଙ୍କ ପୁଅ ରିବେଲ କୁମାର (୧୦)। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ୩ ନମ୍ବର ଓ୍ବାର୍ଡର ସାକିଲାଡିହି କଲ୍ୟାଣ ମଣ୍ଡପରେ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ରିବେଲ ୨୭ ତାରିଖ ରାତି ୧୧ଟା ୩୦ରେ କୌଣସି କାରଣରୁ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ରାଇରଙ୍ଗପୁର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ବିଭିନ୍ନ ସ୍ଥାନରେ ପରିବାର ଓ ପୋଲିସ ତରଫରୁ ଖୋଜାଖୋଜି ଜାରି ରହିଥିଲା କିନ୍ତୁ ଆଜି ସକାଳୁ ମନ୍ଦିର ସାହିର ପଶୁପତି ଦଣ୍ଡପାଟଙ୍କ ଘର ପାଖରେ ଥିବା ଏକ ଅର୍ଦ୍ଧ ନିର୍ମିତ ମୁକୁଳା ଫାଇଖାନା ଟାଙ୍କିରୁ ଦୂର୍ଗନ୍ଧ ବାହାରୁଥିବାରୁ ଏକ ଶବ ଭାସୁଥିବା ଦେଖି ପୁଲିସକୁ ଖବର ପାଇ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଯେନା, ଉପଖଣ୍ଡ ପୁଲିସ ପ୍ରଶାସକ, ରାଇରଙ୍ଗପୁର ଥାନା ଅଧିକାରୀ ଜ୍ୟୋତିପ୍ରକାଶ ସ୍ଵାଇଁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧ ନିର୍ମିତ ମୁକୁଳା ପାଇଖାନା ଟାଙ୍କିରେ ଜଣେ ନାବାଳକ ମୁହଁ ମାଡ଼ି ଭାସୁଥିବା ଓ ସନ୍ଦେହ ଅବସ୍ଥାରେ ନାବାଳ ମୃତଦେହକୁ ପୁଲିସ ଉଦ୍ଧାର କରିଥିଲେ। ଉକ୍ତ ଘଟଣା ହତ୍ୟା ନା ନିଜେ ପଡ଼ି ମୃତ୍ୟୁ ବରଣ କରିଛନ୍ତି ତାହା ସନ୍ଦେହ ଘେରରେ ରହିଛି।
ଅମୃତ ୨.୦: ଦେଶର ଶୀର୍ଷ ରାଜ୍ୟ ମଧ୍ୟରେ ଓଡ଼ିଶା
ଭୁବନେଶ୍ୱର: ଅଟଳ ନବୀକରଣ ଏବଂ ସହର ରୂପାନ୍ତରଣ ମିସନ (ଅମୃତ) ୨.୦ ଅଧୀନରେ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ରାଜ୍ୟ ସରକାରଙ୍କ ଦୃଢ଼ ନେତୃତ୍ୱ ଏବଂ ସୁଶାସନ ମାଧ୍ୟମରେ ସହରାଞ୍ଚଳ ଜଳ ନିରାପତ୍ତା ଏବଂ ଭିତ୍ତିଭୂମି…
