ମୋଦି ଓ ମୁଁ ସବୁବେଳେ ଭଲ ବନ୍ଧୁ ହୋଇ ରହିବୁ- ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଡ୍ ଘଡିକି ଘଡି ବଦଳୁଛି । ୫୦ ପ୍ରତିଶତ ଟାରିଫ୍ ଲଗାଇବା ପରେ ଭାରତକୁ ଧମକ ପରେ ଧମକ ଦେଉଥିଲେ । ଗତକାଲି (ଶୁକ୍ରବାର) ଚୀନ୍‌ ହାତରେ ଭାରତ-ରୁଷକୁ ହାରଇଛୁ ବୋଲି କହିବା ପରେ ଏବେ ପୁଣି ବୟାନ ବଦଳାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଭାରତ-ଆମେରିକା ସମ୍ପର୍କକୁ ନେଇ ପୁଣି ବଡ଼ ବୟାନ ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ୱତନ୍ତ୍ର । ଚିନ୍ତା କରିବାର କିଛି ନାହିଁ, ମୁଁ ସବୁବେଳେ ମୋଦିଙ୍କ ବନ୍ଧୁ ହୋଇ ରହିବି, ସେ ଜଣେ ମହାନ୍‌ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ଭାରତ ସହିତ ସମ୍ପର୍କ ପୁନଃନିର୍ମାଣ କରିବା ବିଷୟରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ, ”ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, “ମୁଁ ସବୁବେଳେ ମୋଦିଙ୍କ ସହିତ ବନ୍ଧୁ ରହିବି, ସେ ଜଣେ ମହାନ ପ୍ରଧାନମନ୍ତ୍ରୀ, ସେ ମହାନ… । ଏହି ସମୟରେ ସେ ଯାହା କରୁଛନ୍ତି ତାହା ମୋତେ ପସନ୍ଦ ନୁହେଁ, ଅର୍ଥାତ ରୁଷଠୁ ତୈଳ କିଣିବା ମୋର ପସନ୍ଦ ନୁହେଁ । କିନ୍ତୁ ଭାରତ ଏବଂ ଆମେରିକା ମଧ୍ୟରେ ଏକ ସ୍ୱତନ୍ତ୍ର ସମ୍ପର୍କ ଅଛି । ଚିନ୍ତା କରିବାର କିଛି ନାହିଁ। ” ସେହିପରି ଭାରତ ଓ ଅନ୍ୟ ଦେଶ ସହିତ ଆମେରିକାର ହେବାକୁ ଥିବା ବାଣିଜ୍ୟିକ ଚୁକ୍ତିକୁ ନେଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, “ସେ ସବୁ ବହୁତ ଭଲ ଚାଲିଛି ସବୁ ଠିକ୍‌ଠାକ୍‌ ଚାଲିଛି । କେବଳ ଗୁଗୁଲ୍ ନୁହେଁ, ଆମର ସମସ୍ତ ବଡ଼ କମ୍ପାନୀ ସହିତ ଯାହା ଘଟୁଛି ସେଥିପାଇଁ ଆମେ ୟୁରୋପୀୟ ସଂଘକୁ ନେଇ ଅସନ୍ତୋଷ । “ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆହୁରି କହିଛନ୍ତି, “ଆମେ ଯାହା କରିଛୁ ତାହା କେହି ୭ ମାସ ମଧ୍ୟରେ କରିନାହାଁନ୍ତି। ଆମେ ୭ଟି ଯୁଦ୍ଧ ବନ୍ଦ କରିଛୁ । ରୁଷ-ୟୁକ୍ରେନ, ଯାହାକୁ ମୁଁ ବୋଧହୁଏ ସବୁଠାରୁ ସହଜ ହେବ ବୋଲି ଭାବିଥିଲି, ତାହା ସବୁଠାରୁ କଷ୍ଟକର ଥିଲା । ଗୋଟିଏ ଯୁଦ୍ଧ ୩୧ ବର୍ଷ ଧରି ଚାଲିଥିଲା ​​- ଯାହାକୁ ଅଟଳ ବୋଲି କୁହାଯାଉଥିଲା, ଏବଂ ମୁଁ ଏହାକୁ ମାତ୍ର ୨ ଘଣ୍ଟା ମଧ୍ୟରେ ସମାପ୍ତ କରିଦେଲି । ଆଉ ଗୋଟିଏ ୩୫ ବର୍ଷ ଧରି ଏବଂ ଆଉ ଏକ ୩୭ ବର୍ଷ ଧରି ଚାଲିଥିଲା ସେ ଯୁଦ୍ଧକୁ ସମାପ୍ତ କରିଛି ।”
କହି ରଖୁଛୁ କି, ଗତକାଲି (ଶୁକ୍ରବାର) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତକୁ ଧମକାଇଥିଲେ । ଭବିଷ୍ୟତର ସମ୍ଭାବ୍ୟ ବାଣିଜ୍ୟ ଚୁକ୍ତିକୁ ନେଇ ନିରାଶାଜନକ ସଙ୍କେତ ଦେଇଥିଲେ । ଦୁଇଦେଶ ମଧ୍ୟରେ ଆଉ କୌଣସି ଚୁକ୍ତି ନ ହେବା ମଧ୍ୟ ତାଙ୍କ ହରକତରୁ ଆଶଙ୍କା କରାଯାଇଥିଲା । ଟ୍ରୁଥ୍‌ ସୋସିଆଲ୍‌ରେ ସେ କରିଥିଲେ, ‘ଜଣାପଡୁଛି ଆମେ ଭାରତ ଓ ରୁଷ୍‌କୁ ଗଭୀରତମ, ଅନ୍ଧକାରତମ ଚୀନ୍‌ ହାତରେ ହରାଇ ଦେଇଛୁ । ଏକାଠି ସେମାନଙ୍କ ଭବିଷ୍ୟତ ସମୃଦ୍ଧ ତଥା ଲମ୍ବା ହେଉ ।’ ଟ୍ରମ୍ପ୍‌ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଓ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କର ଏକ ମିଳିତ ଫଟୋ ସେୟାର କରିଥିଲେ । ଏହି ପୋଷ୍ଟରେ ‘ଭାରତକୁ ହରାଇବା’ ମନ୍ତବ୍ୟ ଦେଇ ଟ୍ରମ୍ପ୍‌ ଏକପ୍ରକାର ସମ୍ପର୍କ ତୁଟାଇବାର ଇସାରା ଦେଇଥିଲେ । ଦୁଇଦିନ ତଳେ ସେ ଭାରତ ଉପରେ ଦ୍ୱିତୀୟ ଏବଂ ତୃତୀୟ ପର୍ୟ୍ୟାୟ ଟାରିଫ୍‌ ଲଗାଇବା କଥା କହିଥିଲେ ।

  • Related Posts

    ଅଭିଜିତ୍ ଦୀପକେ ଅଟକ, ଧ୍ରୁବ ରାଠିଙ୍କୁ ଗୁରୁଗ୍ରାମରୁ ଉଠାଇ ନେଲା ପୋଲିସ

    ନୂଆଦିଲ୍ଲୀ: ଜନ୍ତରମନ୍ତରଠାରେ ପ୍ରତିବାଦ ପୂର୍ବରୁ କକ୍ରୋଚ୍ ଜନତା ପାର୍ଟି (CJP) ପ୍ରତିଷ୍ଠାତା ଅଭିଜିତ୍ ଦୀପକେ, ତାଙ୍କ ସହଯୋଗୀ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ନୂଆଦିଲ୍ଲୀରେ ପହଞ୍ଚିବା ମାତ୍ରେ ସେମାନଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି । ସେପଟେ ପ୍ରତିବାଦ ପୂର୍ବରୁ…

    Continue reading
    ନିର୍ବାଚନରେ ​​ହୋଇଥିବା ଜାଲିଆତି’ର ପ୍ରମାଣ ମାଗିଲେ ରାଷ୍ଟ୍ରପତି

    ନୂଆଦିଲ୍ଲୀ: ଇଣ୍ଡିଆ ଗଠବନ୍ଧନର ନେତାମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି “ଭୋଟ୍ ଚୋରି” ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କରିଛନ୍ତି । ବିରୋଧୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ