ଯୁକ୍ତ ୨ ଫର୍ମ ପୂରଣ ଅବଧି ବୃଦ୍ଧି

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି । ଯେଉଁ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରି ନାହାନ୍ତି, ସେମାନେ ୬୦୦ ଟଙ୍କା ଜରିମାନା ସହ ୨୦ ତାରିଖରୁ ୨୫ ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ । ୨୬ ତାରିଖ ମଧ୍ୟରେ ଏସ୍‌ବି କଲେକ୍ଟରେ ଫର୍ମପୂରଣ ଫି ଦାଖଲ କରିପାରିବେ । ଏଥିସହ ୨୮ ତାରିଖ ସୁଦ୍ଧା ନିଜ ଡକ୍ୟୁମେଣ୍ଟ ଦାଖଲ କରିବେ । ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଏହା କାର୍ୟ୍ୟକାରୀ ହେବ । ଏହା ଶେଷ ସୁଯୋଗ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ଯୁକ୍ତ ୨ ପରୀକ୍ଷା ଫର୍ମ ପୂରଣ ବିନା ଜରିମାନା ସହ କରିବାର ସୁଯୋଗ ଦିଆଯାଇଥିଲା । ଯଦି ଏହା ଭିତରେ କୌଣସି ଛାତ୍ରଛାତ୍ରୀ ଫର୍ମ ପୂରଣ ନକରନ୍ତି, ତେବେ ୨୦୦ ଟଙ୍କା ଜରିମାନା ସହ ଅକ୍ଟୋବର ୪ରୁ ୧୪ ତାରିଖ ମଧ୍ୟରେ ଫର୍ମ ପୂରଣ କରିବାର ସୁଯୋଗ ଦିଆଯାଇଥିଲା । ଏହା ସତ୍ତ୍ୱେ ଫର୍ମ ପୂରଣ କରି ନଥିଲେ, ଛାତ୍ରଛାତ୍ରୀଙ୍କୁ ନଭେମ୍ବର ୧୧ରୁ ୧୮ ତାରିଖ ମଧ୍ୟରେ ୬୦୦ ଟଙ୍କା ଜରିମାନା ସହ ଫର୍ମପୂରଣ ସୁଯୋଗ ଦିଆଯାଇଥିଲା । ଏହା ସତ୍ତ୍ୱେ କିଛି ପିଲା ଫର୍ମ ପୂରଣରୁ ବଞ୍ଚିତ ହୋଇଥିବାରୁ ଫର୍ମପୂରଣ ଅବଧି ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ସିଏଚ୍‌ଏସ୍‌ଇ ପକ୍ଷରୁ ପୁଣି ଥରେ ୨୫ ତାରିଖ ଯାଏ ଫର୍ମ ପୂରଣର ସୁଯୋଗ ଦିଆଯାଇଛି ।

  • Related Posts

    ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ

    ଭୁବନେଶ୍ବର : ଖରାକୁ ଦୃଷ୍ଟିରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ । ସମସ୍ତ ସରକାରୀ, ବେସରକାରୀ ସ୍କୁଲ ପାଇଁ ଏହା ଲାଗୁ କରାଯାଇଛି। ସ୍କୁଲରେ ସକାଳୁଆ ପାଠପଢା ପାଇଁ ନିର୍ଦେଶ ଦିଆଯାଇଛି। ସକାଳ ସାଢେ ୬ ଟାରୁ ସାଢେ ୧୦ଟା…

    Continue reading
    ରାଜ୍ୟରେ ବଢ଼ିଯାଇଛି ତାତି

    ଭୁବନେଶ୍ୱର,:ରାଜ୍ୟରେ ତାତି ଅଚାନକ ବଢ଼ିଯାଇଛି । ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଓଗୁଳୁଗୁଳି ହେଉଛି । ଗୁରୁବାର ଦୁଇ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଯାଇଛି। ଅଧିକାଂଶ ସ୍ଥାନର ତାପମାତ୍ରା୩୮-୩୯ ଡିଗ୍ରୀ ପାଖାପାଖି ରହିଛି । ଆର୍ଦ୍ରତା ଅଧିକ ହେବା ଯୋଗୁ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ