୨୭ ଯାଏ ଓଏଭି ପ୍ରବେଶିକା ପରୀକ୍ଷା ଆବେଦନ

ଭୁବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆବେଦନ ତାରିଖକୁ ବୃଦ୍ଧି କରାଯାଇଛି । ପଞ୍ଜୀକରଣକୁ ଆସନ୍ତା ୨୭ ତାରିଖକୁ ବୃଦ୍ଧି କରାଯାଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ଓଏଭିଇଟି)ଏବଂ ଓଡି଼ଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ଓଏମ୍‌ଏଇଟି) ୨୦୨୫-୨୬ ପାଇଁ ଏହା ଲାଗୁ କରାଯାଇଛି ।

ସୂଚନାଯୋଗ୍ୟ, ଅକ୍ଟୋବର ୨୫ରୁ ଆରମ୍ଭ ହୋଇଥିବା ଓଏଭିଇଟି ଓ ଓଏମ୍‌ଏଇଟି ପାଇଁ ଆବେଦନ ଆସନ୍ତାକାଲି ଶେଷ ହେବ । ତେବେ ପିଲା ଓ ଅଭିଭାବକଙ୍କ ଉତ୍ସାହ ଦେଖି ଏହାର ଆବେଦନ ଅବଧିକୁ ୨୭ ତାରିଖ ଯାଏ ବୃଦ୍ଧି କରାଯାଇଛି । ଷଷ୍ଠ ଶ୍ରେଣୀରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ହୋଇଥାଏ । ଏଥିସହ ସପ୍ତମରୁ ନବମ ଶ୍ରେଣୀ ଯାଏ ଲାଟେରାଲ ଏଣ୍ଟ୍ରି ପାଇଁ ମଧ୍ୟ ପ୍ରବେଶିକା ପରୀକ୍ଷା ହେବ । ଜାନୁଆରୀ ମାସରେ ଆଡମିଟ୍‌ କାର୍ଡ ଉପଲବ୍ଧ ହୋଇପାରେ । ଏଥିସହ ଜାନୁଆରୀ ମାସରେ ପରୀକ୍ଷା କରିବାକୁ ଓଏଭି ଯୋଜନା ରଖିଛି । ତେବେ ଫେବ୍ରୁଆରୀ ମାସରେ ରେଜଲ୍ଟ ପ୍ରକାଶ ପାଇପାରେ । ଏନେଇ ସମସ୍ତ ସୂଚନା ଓଏଭି ୱେବ୍‌ସାଇଟ୍‌ ଙ୍ଗଙ୍ଗଙ୍ଗ.କ୍ଟବଙ୍ଖ.ରୟଙ୍କ.ସଦ୍ଭରେ ଉପଲବ୍ଧ ରହିଛି ।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ