
ବାଲେଶ୍ୱର : ବାଲେଶ୍ୱର ସଦର ଥାନା ଗୁଜୁରି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ଟି ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମୃତକମାନେ ହେଲେ କାସିମାବାଦର ବାପି ମୁର୍ମୁ ଓ ବିକାଶ ମୁର୍ମୁ। ଆହତମାନେ ହେଲେ କରଞ୍ଜିଆର ଅନନ୍ତ ମାଝୀ ଓ ବଡ଼ ସିନ୍ଧିଆର ରାମ ମାଝୀ।ଏକ ବାଇକ୍ରେ ୪ ଜଣ ଯିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହୋଇଯାଇଥିଲା। ବାଇକ ଆରୋହୀମାନେ ତଳେ ଛିଟିକି ପଡ଼ିଯାଇଥିଲେ। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ।








