ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ, ୩ ପୋଲିସ ସସପେଣ୍ଡ

ଯାଜପୁର: ବାଲିଚନ୍ଦ୍ରପୁର ଥାନାରେ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ ଅଭିଯୋଗ । ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ବଡ଼ ମେଡିକାଲ ଭର୍ତ୍ତି କରାଯାଇଛି । ହାଜତରେ ନିର୍ୟାତନା ଅଭିଯୋଗକୁ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ଖଣ୍ଡନ କରିଥିବା ବେଳେ ଏହି ଘଟଣାରେ ଯାଜପୁର ଏସପି ୟସ ପ୍ରତାପ ଶ୍ରୀମଲ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ।ଗତ ଅଗଷ୍ଟ ୩ରେ ଏକ ପାରିବାରିକ ଝଗଡା ମାମଲାର ଏତଲା ଆଧାରରେ ଯାଜପୁର ଅଣକା ପଞ୍ଚାୟତ ମହୀପୁର ଗ୍ରାମର ରବିନ୍ଦ୍ର ମଲ୍ଲିକଙ୍କୁ ଉଠାଇ ଆଣିଥିଲା ବାଲିଚନ୍ଦ୍ରପୁର ପୋଲିସ । ସେହି ଦିନ ଯୁବକ ଜଣଙ୍କ ଥାନାରେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ କଟକ ବଡ଼ ମେଡିକାଲ ପଠାଇ ଦେଇଥିଲା ପୋଲିସ । ଏନେଇ ପରିବାରଲୋକେ ଅଭିଯୋଗ ଆଣିଛନ୍ତି ରବିନ୍ଦ୍ରଙ୍କୁ ଥାନାରେ ମାଡ ମରାଯାଇଛି । ଏପରିକି ପରିବାର ଲୋକଙ୍କୁ ନଜଣାଇ କଟକ ଏସସିବି ପଠାଇ ଦିଆଯାଇଛି ।ସେପଟେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସମରଜିତ ନାୟକ ଏହାକୁ ଅସ୍ବୀକାର କରିଛନ୍ତି । ସେ କହିଛନ୍ତି, ଗତ ଅଗଷ୍ଟ ୩ରେ ପ୍ରତିମା ମଲ୍ଲିକଙ୍କ ରିପୋର୍ଟ ଅନୁସାରେ ରବୀନ୍ଦ୍ର ମଲ୍ଲିକ ଆଉ ୪ଜଣଙ୍କ ନାଁରେ ରିପୋର୍ଟ ହେଇଥିଲା କ୍ଷ ଏନେଇ କେସ ରୁଜୁ ହୋଇଥିଲା । ତଦନ୍ତକାରୀ ଅଧିକାରୀ ରବୀନ୍ଦ୍ର ମଲ୍ଲିକକୁ ଥାନାରେ ବସେଇ ଥିଲେ କ୍ଷ ହଠାତ୍‌ ରାତିରେ ରବିନ୍ଦ୍ରଙ୍କ ବାନ୍ତି ହୋଇଥିଲା । ଦେହ ଖରାପ ହେବାରୁ ଆମେ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ ନେଇଥିଲୁ । ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ଏହି ଘଟଣାର ତଦନ୍ତ ଚାଲିଛି । ତେବେ ଯେଉଁ ଅଭିଯୋଗ ରହିଛି । ଯୁବକଙ୍କୁ ନିର୍ୟାତନାର ଏହା ସମ୍ପୂର୍ଣ୍ଣ ଅସତ୍ୟ ।’

  • Related Posts

    ବିଶ୍ୱ ପରିବେଶ ଦିବସ: ହଜିଯାଇଛି ବୃକ୍ଷରାଜି, ଶୁଖିଯାଉଛି ଜଳଧାରା

    ଦେବଗଡ଼: ଦ୍ରୁତଗତିରେ ଚାଲିଛି ବିକାଶ। ତେବେ ବିକାଶ ନାଁରେ ଲୋକମାନଙ୍କ ଗମନାଗମନର ତଥା ଅନ୍ୟାନ୍ୟ ସୁବିଧା ସହ ସୁବ୍ୟବସ୍ଥା ପାଇଁ ତିଆରି ହେଊଛି ଜାତୀୟ ରାଜପଥ। ଏହି ବିକାଶ ଧାରା ତଥା ୪୯ ନଂ ଜାତୀୟ ରାଜପଥର ସଂପ୍ରସାରଣ ଯୋଗୁଁ ତିଲେଇବଣିରୁ…

    Continue reading
    ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

    ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଏହି ବୈଠକରେ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ଙ୍କ ସହ ପରିଚାଳନା କମିଟିର ସଦସ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ