କେନ୍ଦ୍ରାପଡା : କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଘର ଭିତରେ ଯୁବତୀ ଜୀଅନ୍ତା ଜଳିଯିବା ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସ୍ଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି କରାଯାଇଛି। କେନ୍ଦ୍ରାପଡା ଏସ୍ପି ଏଏସଆଇଙ୍କୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବଦଳି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡା ଗାଁରେ ବଡ ଅଘଟଣ ଘଟିଥିଲା। ଜଣେ ଯୁବତୀ ଘର ଭିତରେ ଜୀଅନ୍ତା ଜଳି ଯାଇଥିଲେ। ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ । ଏହା ହତ୍ୟା କି ଆତ୍ମହତ୍ୟା ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏଁ ମିଳି ନାହିଁ । କେହି ଜଣେ ତାଙ୍କୁ ବ୍ଲାକ୍ମେଲିଂ କରୁଥିଲେ ବୋଲି ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି । ମିଳିଥିବା ପ୍ରାଥମିକ ସୂଚନାନୁଯାୟୀ, ଯୁବତୀ ଜଣକ କିରୋସିନି ଢାଳି ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଶତପ୍ରତିଶତ ଅନ୍ଲାଇନ୍ରେ ହେବ ଫର୍ମପୂରଣ
ଭୁବନେଶ୍ବର: ୨୦୨୫-୨୬ ଶିକ୍ଷାବର୍ଷରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ଫର୍ମପୂରଣ ପାଇଁ ଅଫ୍ଲାଇନ୍ରେ ଫର୍ମପୂରଣ ହେବନି ବରଂ ଶତପ୍ରତିଶତ ଅନ୍ଲାଇନ୍ରେ ଫର୍ମପୂରଣ କରାଯିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ଫର୍ମପୂରଣ କ୍ଷେତ୍ରରେ ଆସିବ…