ରାଖି କେବଳ ଏକ ସୂତା ନୁହେଁ, ସୁରକ୍ଷାର କବଚ

ଭୁବନେଶ୍ବର: ରାଖି କେବଳ ଏକ ସୂତା ନୁହେଁ, ଏହା ସୁରକ୍ଷାର କବଚ, ସମ୍ପର୍କର ଡୋରୀ ଆଜି ରାଖି ପୂର୍ଣ୍ଣିମା। ଭାଇ ହାତରେ ସ୍ନେହର ଡୋରୀ ବାନ୍ଧିବ ଭଉଣୀ ଆଉ ମାଗିବ ସାରା ଜୀବନ ପାଇଁ ସୁରକ୍ଷାର ପ୍ରତିଶ୍ରୁତି ଭାଇ ଓ ଭଉଣୀର ଅତୁଟ ବନ୍ଧନର ପ୍ରତୀକ ଏହି ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରମ୍ପରା ଅନୁସାରେ, ଭଉଣୀ ଭାଇ ହାତରେ ରାଖି ବାନ୍ଧି ଦୁହିଁଙ୍କ ସମ୍ପର୍କକୁ ସୁଦୃଢ଼ କରିବା ସହ ପାଇଁ ସୁରକ୍ଷା ଲୋଡ଼ୋ । ଭାଇ ମଧ୍ୟ ରାଖକୁ ଶପଥ କରି ଭଉଣୀର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥାଏ। ଉଭୟ ଭାଇ ଓ ଭଉଣୀ ପାଇଁ ଏହି ଦିନଟି ବୋଲି କୁହାଯାଏ । ଏଥର ବଜାରରେ ଷ୍ଟୋନ୍‍, କ୍ରିଷ୍ଟାଲ, ଚେନ୍‍, ଟେଡ୍ଡି, କାର୍ଟୁନ୍‍ ଓ ଫ୍ୟାନ୍ସି ରାଖି ଉପଲବ୍ଧ ହେଉଛି । ଷ୍ଟୋନ୍‍ ଓ କ୍ରିଷ୍ଟାଲ ରାଖିର ଚାହିଦା ବେଶୀ ରହିଥିବା ବେଳେ ଏହାର ଦାମ୍‍ ୩୦ରୁ ୪ଶହ ଟଙ୍କା ପର୍ୟ୍ୟନ୍ତ ରହିଛି । କୁନି ପିଲାଙ୍କ ପାଇଁ ସ୍ୱତନ୍ତ୍ର ଖେଳନା ଓ କାର୍ଟୁନ୍‍ ରାଖି ମଧ୍ୟ ରହିଛି । ଏହାଛଡ଼ା ତୁଳା ଓ କପଡ଼ାରେ ତିଆରି ଜଗନ୍ନାଥ ରାଖ୍, କାର୍ଟୁନ୍, ଶିରିଡ଼ି ସାଇବାବା, ଓଁ ରାଖି ଓ ମୟୂରପୁଚ୍ଛ ରାଖି ବଜାରରେ ଉପଲବ୍ଧ ହୋଇଛି ଏହାସହିତ ସ୍ୱତନ୍ତ୍ର ଭାବେ ଦୋକାନରେ ମିଠା ପ୍ରସ୍ତୁତ ହୋଇଛି । ଶୁକ୍ରବାର ରାଖି କିଣିବାକୁ ଅନ୍ୟଦିନ ଅପେକ୍ଷା ରାଜଧାନୀରେ ଗହଳିଚହଳି ଲାଗି ରହିଥିଲା।

  • Related Posts

    ପଞ୍ଚାୟତ ଓ ପୌର ନିର୍ବାଚନ : ୨୬ ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ

    ଭୁବନେଶ୍ବର : ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସ୍ବଚ୍ଛ ,ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ଅକ୍ଟୋବର ୨୬ ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ ହେବ। ଏସଆଇଆରରେ ନାଁ କଟିଥିଲେ…

    Continue reading
    ସାତପଡ଼ା ଡିଗ୍ରୀ କଲେଜରେ ବୋମା ମାଡ଼, ନିର୍ବାଚନ ବାତିଲ

    ଭୁବନେଶ୍ଵର : ବ୍ରହ୍ମଗିରି ସାତପଡ଼ା ପଞ୍ଚାୟତ ଡିଗ୍ରୀ କଲେଜରେ ବୋମା ମାଡ଼ । ନିର୍ବାଚନ ବାତିଲ କଲେ କଲେଜ ଅଧ୍ୟକ୍ଷ । କଲେଜ ପରିସରରେ ୮ ରୁ ୧୦  ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ଚୟନ ପ୍ରକ୍ରିୟା ମାଧ୍ୟମରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି