ରାଗିଂ ଘଟଣା: ଗିରଫ ୫ ବରିଷ୍ଠ ଛାତ୍ର ବହିଷ୍କୃତ

ତିରୁଅନନ୍ତପୁରମ: କେରଳର କୋଟ୍ଟାୟାମସ୍ଥିତ ସରକାରୀ ନର୍ସିଂ କଲେଜରେ ଘଟିଥିବା ରାଗିଂ ଘଟଣା ବର୍ତ୍ତମାନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ଏହି ଘଟଣାରେ ବୁଧବାର ୫ ଜଣ ସିନିୟର (ତୃତୀୟ ବର୍ଷ) ଛାତ୍ରଙ୍କୁ ଗିରଫ କରିଥିବାବେଳେ କଲେଜ କର୍ତ୍ତୃପକ୍ଷ ଗୁରୁବାର ସେମାନଙ୍କୁ ବହିଷ୍କାର କରିଛନ୍ତି। ରାଜ୍ୟ ସରକାର ଏହାର ତଦନ୍ତ ନିର୍ଦେଶ ଦେଇଥିବାବେଳେ ଜାତୀୟ ମାନବାଧିକାର କମିସନଙ୍କ ପକ୍ଷରୁ କେରଳ ପୁଲିସକୁ ରିପୋର୍ଟ ତଲବ କରାଯାଇଛି। ଦଶ ଦିନ ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଗିରଫ ଛାତ୍ରମାନେ ହେଲେ ରାହୁଲ ରାଜ, ଏନ.ଏସ.ଜିଭା, ଏନ.ପି.ବିବେକ, ରିଜିଲ ଜିତ୍‌ ଏବଂ ସାମୁଏଲ୍‌ସ ଜନସନ। ସୂଚନା ଅନୁଯାୟୀ ଅଭିଯୁକ୍ତ ଛାତ୍ରମାନେ ଗତବର୍ଷ ନଭେମ୍ବରରୁ ପ୍ରଥମ ବର୍ଷ ଛାତ୍ରଙ୍କୁ ୠାଗିଂ କରିଆସୁଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିବା​‌ ଭିଡିଓ ଅନୁଯାୟୀ ଏହି ସିନିୟର ଛାତ୍ରମାନେ ଜଣେ ପ୍ରଥମ ବର୍ଷ ଛାତ୍ରଙ୍କୁ ହଷ୍ଟେଲ ରୁୂମ୍‌ରେ ଅମାନୁଷିକଭାବେ ୠାଗିଂ କରୁଥିବା ଲକ୍ଷ୍ୟ କରାଯାଇଛି। ସେମା​‌େ​‌ନ ପୀଡିତ ଛାତ୍ରଙ୍କୁ ଖଟରେ ବାନ୍ଧି ଥିବାବେଳେ ତାଙ୍କ ଗୁପ୍ତାଙ୍ଗରେ ଓଜନିଆ ବସ୍ତୁ ଓହଳାଇଛନ୍ତି। ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରୁଥିବା ଏହି ଛାତ୍ରମାନେ ସମ୍ପୂର୍ଣ୍ଣ ନିଶାଗ୍ରସ୍ତ ଥିବା ଭିଡିଓରୁ ସ୍ପଷ୍ଟ ଜଣାପଡୁଛି। ମଦ୍ୟପାନ କରିବା ପାଇଁ ଏମାନେ କନିଷ୍ଠ ଛାତ୍ରଙ୍କ ନିକଟରୁ ନିୟମିତ ଅନଲାଇନରେ ଟଙ୍କା ନେଉଥିବା​‌ ଅଭିଯୋଗ ହୋଇଛି। ୠାଗିଂର ଶିକାର ହୋଇଥିବା ଅନ୍ୟ ଜଣେ କନିଷ୍ଠ ଛାତ୍ର କହିଛନ୍ତି ଯେ ସିନିୟର ଛାତ୍ରମାନେ ତାଙ୍କ ବେକରେ ଛୁରି ଲଗାଇ ଜବରଦସ୍ତ ଟଙ୍କା ମାଗିଥିଲେ। ମନା କରିବାରୁ ସେମାନେ ଛୁରିରେ ତାଙ୍କ ଶରୀରର ଏକାଧିକ ଅଂଶରେ ଆଘାତ ଦେଇଥିବା ସେ କହିଛନ୍ତି। ଏହି ଘଟଣାକୁ ନେଇ କେରଳରେ ରାଜନୈତିକ ବାଦାନୁବାଦ ଆରମ୍ଭ ହୋଇଛି। କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍‌ ପକ୍ଷରୁ ବାମଦଳର ଛାତ୍ର ଶାଖା ଏସଏଫ୍‌ଆଇକୁ ଦାୟୀ କରାଯାଇଛି। ତେ​‌ବେ ଏସଏଫ୍‌ଆଇ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି।

  • Related Posts

    ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଆଜୀବନ କାରାଦଣ୍ଡ

    ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଅମିତ ଯୋଗୀକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ହାଇକୋର୍ଟ । ପୂର୍ବତନ ସିଏମ୍ ଅଜିତ ଯୋଗୀଙ୍କ ପୁଅ ତଥା ପୂର୍ବ ବିଧାୟକ ଅମିତ ଯୋଗୀ । ୨୦୦୩ ଏକ ହତ୍ୟା ମାମଲାରେ ଆଜୀବନ ଶୁଣାଇଛନ୍ତି ହାଇକୋର୍ଟ…

    Continue reading
    ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ୍‌ ଆହତ

    ଝାଡ଼ଖଣ୍ଡ: ପଡୋଶୀ ଝାଡ଼ଖଣ୍ଡର ଚାଇବାସା ଅଞ୍ଚଳର ସରଣ୍ଡା ଜଙ୍ଗଲରେ ଆଜି ସକାଳେ ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ କୋବ୍ରା ବାଟାଲିଅନ୍‌ର ଜଣେ ଯବାନ୍‌ ଆହତ ହୋଇଛନ୍ତି । ଆହତ ଯବାନ୍‌ଙ୍କୁ ଚିକିତ୍ସା ପାଇଁ ଏୟାର୍‌ଲିଫ୍ଟ କରାଯାଇ ରାଞ୍ଚି ନିଆଯିବ ବୋଲି ସୂଚନା ମିଳିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ