
ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି। ଜନଗଣନା ପାଇଁ ସରକାର ତିଆରି କରିଛନ୍ତି ୩୩ଟି ପ୍ରଶ୍ନ । ଘର, ପରିବାର, ପରିବାରର ମୁଖ୍ୟ, ଗାଡି, ଜମିବାଡ଼ି, ପରିବାରକୁ ତଥ୍ୟ, LPG ପ୍ରମୁଖ ତଥ୍ୟ ସରକାରଙ୍କୁ ଦିଆଯିବ । ଜାତିଗତ ତଥ୍ୟକୁ ମଧ୍ୟ ଜନଗଣନାରେ ସାମିଲ କରାଯିବ । ପ୍ରଥମ ଥର ପାଇଁ ଡିଜିଟାଲ ମାଧ୍ୟମରେ ନିଜେ ନିଜେ ଜନଗଣନା କରିପାରିବେ ଜନତା । ଜଣଗଣନାରେ ତଥ୍ୟ ଗୋପନୀୟ ରହିବ ।
୧୯୪୮ ଜଣ ଗଣନା ଏକ୍ଟ ଅନୁସାରେ ସବୁ କରାଯାଉଛି। ଜନଗଣନା କାର୍ଯ୍ୟରେ ସମସ୍ତେ ସହଯୋଗ କରିବାକୁ ନିବେଦନ କଲେ ଜନଙ୍ଗଣ ନା ନିର୍ଦ୍ଦେଶକ। ୧ ଲକ୍ଷ ଜନଗଣନାକାରୀ ସାମିଲ ହୋଇଛନ୍ତି। ଜନଗଣନାକାରୀଙ୍କୁ ୧୫୦ ରୁ ୨୦୦ ଘର ଆଲର୍ଟ କରାଯାଇଛି। ସେନସ୍ସ ପୋର୍ଟାଲରେ ମାପିଂ କରାଯାଇଛି। ଆସନ୍ତା ୧୫ ପରେ ଘରକୁ ଘର ଯାଇ ଜନଗଣନା କରାଯିବ।ଏପ୍ରିଲ ୧ ତାରିଖରୁ ୧୫ ତାରିଖ ପର୍ଯନ୍ତ ଲୋକମାନେ ନିଜ ନିଜର ତଥ୍ୟ ଜନଗଣନା ୱେବ୍ସାଇଟ ମାଧ୍ୟମରେ ଦେଇପାରିବେ । ଏହାପରେ ଭୁବନେଶ୍ୱରର ପ୍ରଥମ ନାଗରିକ ମେୟରଙ୍କର ମଧ୍ୟ ଜନଗଣନା କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।




