
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ଗତକାଲି ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି । ତେବେ ଗତକାଲି ନାମାଙ୍କନ ଭରିଥିବା ମୋଟ ୫ ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ଆଜି ଯାଞ୍ଚ ପରେ ୫ ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ତେବେ ପୂର୍ବରୁ ଜଣେ ଓ ଗତକାଲି ୫ ଜଣ ନାମାଙ୍କନ ଭରିଥିଲେ । ମୋଟ ୬ଜଣ ନାମାଙ୍କନ ଭରିଥିବାବେଳେ ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଛି । ବିଜେଡିର ସଂତୃପ୍ତ ମିଶ୍ର ଓ କମନ କ୍ୟାଣ୍ଡିଟେ ଡା. ଦତ୍ତେଶ୍ୱର ହୋତାଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ସେହିପରି ବିଜେପିର ମନମୋହନ ସାମଲ ଓ ସୁଜିତ କୁମାରଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ପ୍ରାର୍ଥିପତ୍ର ମଧ୍ୟ କାଏମ ରହିଛି । ତେଲେଙ୍ଗାନାର କାନ୍ତେ ସାୟାନାଙ୍କ ପ୍ରାର୍ଥିପତ୍ର ନାକଚ ହୋଇଛି ।




