ବିବେକାନୁମୋଦିତ ଭୋଟ ମିଳିବ: ଦିଲ୍ଲୀପ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ଗତକାଲି ଚତୁର୍ଥ ଆସନ ପାଇଁ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ନାମାଙ୍କନ ଭରିଥିବାବେଳେ ତାଙ୍କର ପ୍ରାର୍ଥିପତ୍ର କାଏମ ରହିଛି । ତେବେ ସେ ଏହି ନିର୍ବାଚନରେ ନିଶ୍ଚିତ ବିଜୟ ଲାଭ କରିବେ ବୋଲି ଗତକାଲି କହିଥିବାବେଳେ ଆଜି ତାଙ୍କୁ ବିବେକାନୁମୋଦିତ ଭୋଟ ମିଳିବ ବୋଲି କହିଛନ୍ତି ।

ଏହାଛଡ଼ା ସେ କହିଛନ୍ତି ଯେ ୨୦୦୨ରେ ମୁଁ ଯୋଜନା ମୁତାବକ ଲଢ଼ିଥିଲି । ସେତେବେଳେ ୨ ମାସ ଗ୍ରାଉଣ୍ଡ ୱାର୍କ ହୋଇଥିଲା । କିନ୍ତୁ ଏଥର ମୁଁ ପ୍ରସ୍ତୁତ ନଥିଲି, ଠାତ ପ୍ରାର୍ଥୀ ହେଲି । ୨ ଦିନର ଗ୍ରାଉଣ୍ଡ ୱାର୍କ ବି ହୋଇନି, ତଥାପି ପ୍ରସ୍ତୁତି ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେପି ରାଜ୍ୟସଭାପତି ମନମୋହନ ସାମଲଙ୍କ ସମର୍ଥନ ରହିଛି । ଭଲ ସପୋର୍ଟ ତ ଅଛି, ବିବେକାନୁମୋଦିତ ଭୋଟ ମିଳିବ ବୋଲି ଦିଲ୍ଲୀପ ରାୟ କହିଛନ୍ତି ।

ଗତକାଲି ନାମାଙ୍କନ ପରେ ଦିଲ୍ଲୀପ ରାୟ କହିଥିଲେ ଯେ ‘ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ଓ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ରହିଛି’ । ବିଜେପି ନାମାଙ୍କନ ଭରିବା ପାଇଁ ପୂରା ସମର୍ଥନ ଯୋଗାଇ ଦେଇଛି । ଆସନ୍ତାକାଲିଠୁ ପ୍ରଚାର, ୨୦୦୨ ପରି ଜିତାପଟ ହାସଲ କରିବି । କଂଗ୍ରେସ-ବିଜେଡି ହାତ ମିଶାଇବା ପ୍ରଶ୍ନରେ ପ୍ରତିକ୍ରିୟା ରଖି କହିଥିଲେ, ଆମେ ବି ହାତ ମିଶାଇ ଦେବୁ । ଏମିତି କହି ବିଚକ୍ଷଣ ମନ୍ତବ୍ୟ ରଖିଥିଲେ ଦିଲ୍ଲୀପ ।

  • Related Posts

    ବିଜେପିର ଓଡ଼ିଶା ବିଜୟକୁ ଦୁଇ ବର୍ଷ: ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ଵର: ବିଜେପିର ଓଡ଼ିଶା ବିଜୟକୁ ଦୁଇ ବର୍ଷ। ୨୦୨୪ ଜୁନ୍ ୪ରେ ନବୀନଙ୍କ ଦୀର୍ଘ ୨୪ ବର୍ଷର ଅପରାଜେୟ ଯାତ୍ରାରେ ବିରାମ ଲଗାଇ, ଓଡ଼ିଶାରେ ପ୍ରଥମ ଥର ଏକାକୀ ସରକାର ଗଢିଥିଲା ବିଜେପି। ବିଜୟର ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ…

    Continue reading
    ଜିରୋ କାଜୁଆଲିଟି ପାଇଁ ଓଡ଼ିଶା ସାରା ବିଶ୍ୱରେ ପ୍ରଶଂସିତ: ମୁଖ୍ୟମନ୍ତ୍ରୀ

    ପୁରୀ: ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀର ଦ୍ବିତୀୟ ଦିନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମ୍ମିଳନୀକୁ ଆଜି ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ବ୍ରିକ୍ସ ‘ଡିଜାଷ୍ଟର୍ ରିଡକ୍ସନ୍ ୱାର୍କିଂ ଗ୍ରୁପ’ର ଦ୍ବିତୀୟ ବୈଷୟିକ ସମ୍ମିଳନୀରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ