ରାସୋଳ ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ନିଲମ୍ବିତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ବାଗଧରିଆ ଗାଁରେ ହାତୀ ଆତଙ୍କ। ଦନ୍ତା ହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ସେପଟେ ଏହି ଘଟଣାରେ ବଡ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ୟ୍ୟରେ ଅବହେଳା ଅଭିଯୋଗରେ ରାସୋଳ ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି। ଅନ୍ୟପଟେ ୩ ମୃତକଙ୍କ ପରିବାରକୁ କ୍ଷତିପୂରଣ ମିଳିବ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ସେ କହିଛନ୍ତି କାର୍ୟ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ହେବ। ମୃତକଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତିି।

ମୃତକମାନେ ହେଲେ ଝୁଲଣା ଦେହୁରୀ (୫୫) ଏବଂ ତାଙ୍କ ଦେଢ଼ଶୂର କରୁଣାକର ଦେହୁରୀ (୬୦) ଏବଂ ଶଶି ସାହୁ। ଗୁରୁବାର ଝୁଲଣା ଦେହୁରୀ ଫୁଲ ତୋଳୁଥିବା ସମୟରେ ତାଙ୍କୁ ହାତୀ ଆକ୍ରମଣ କରିଥିଲା। ସେ ନିଜ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ଦେଢ଼ଶୂର କରୁଣାକର ଦେହୁରୀ ବାହାରକୁ ଆସିଥିଲେ। ହାତୀ କରୁଣାକରଙ୍କୁ ଦେଖି ଆକ୍ରମଣ କରିଥିଲା। ଉଭୟ ଝୁଲଣା ଏବଂ କରୁଣାକରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।ଏହାପରେ ଗାଁର ଶଶି ସାହୁ ହାତୀ ସହ ମୁହାଁମୁହିଁ ହୋଇଥିଲେ। ହାତୀ ତାଙ୍କୁ ଆକ୍ରମଣ କରିଥିଲା। ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଚିକିତ୍ସା ଲାଗି ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ‌ ଘୋଷଣା କରିଥିଲେ।

  • Related Posts

    ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ :କ୍ୟାଡର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ

    ଭୁବନେଶ୍ୱର: ଓଡ଼ିଶା ସୂଚନା ସେବା ସଂଘ ( ଓଆଇଏସଏ) ପକ୍ଷରୁ ଏହାର ବାର୍ଷିକ ଉତ୍ସବ-୨୦୨୬ ଆଜି ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟା ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ଉପଖଣ୍ଡ, ଜିଲ୍ଲା, ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟ ସମେତ ରାଜ୍ୟ…

    Continue reading
    ଜାଗୋ ସମାଜରେ ସକାରାତ୍ମକ ପରିବର୍ତନ ଆଣିବାର ଏକ ଦୃଢ଼ ସଂକଳ୍ପର ପଦକ୍ଷେପ: ସୋଆ ଉପସଭାପତି

    ଭୁବନେଶ୍ୱର: ସମାଜରେ ପରିବର୍ତନ ଆଣିବାକୁ ହେଲେ ପ୍ରଥମେ ନିଜ ଭିତରେ ପରିବର୍ତନ ଆଣିବା ଆବଶ୍ୟକ । ଆମର ଚିନ୍ତାଧାରା, ଆଚରଣ ଓ କାର୍ଯ୍ୟରେ ସକାରାତ୍ମକତା ଆଣିବା ଜରୁରୀ । ଏହିଭଳି ଏକ ମହତ୍ ଉଦ୍ଦେଶ୍ୟ, ଦୃଢ଼ ସଂକଳ୍ପ ଓ ସମର୍ପିତ ପ୍ରୟାସର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ