ଶ୍ରୀମନ୍ଦିରରେ ଓମଫେଡ ଘିଅ ପ୍ରବେଶ ପରଠୁ ଅବଢାର ମୂଲ୍ୟ ବଢିଲା

ଶ୍ରୀମନ୍ଦିରରେ ଓମଫେଡ୍ ଘିଅ ପ୍ରବେଶ ପରଠୁ ଅମୂଲ ମୂଲ ଅବଢ଼ା। ମହାପ୍ରସାଦ, ଖଜାଠୁ ନେଇ ପିଠା, ସବୁର ଦାମ ପ୍ରାୟ ଦୁଇଗୁଣା ବଢ଼ିଯାଇଛି। ଯାହାକୁ ନେଇ ଅସନ୍ତୁଷ୍ଟ ଉଭୟ ଭକ୍ତ ଓ ସେବାୟତ। ସବ୍‌ସିଡି ଦରରେ ଶ୍ରୀମନ୍ଦିରକୁ ଓମ୍‌ଫେଡ ଘିଅ ଯୋଗାଣ ନେଇ ଦାବି ଉଠୁଥିଲା ବେଳେ ବିକଳ୍ପ ଭାବେ ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଗୋଶାଳା କଥା ମଧ୍ୟ ଉଠିଲାଣି।
ପୂର୍ବରୁ ଯେଉଁ କୁଡୁଆ ୧୦୦ ଟଙ୍କାରେ ମିଳୁଥିଲା, ତାହା ଏବେ ୨୦୦ ଟଙ୍କା, ୫୦ ଟଙ୍କାରେ ମିଳୁଥିବା ଡାଲମା କୁଡ଼ୁଆ ୧୦୦ରୁ ୧୨୦ ଟଙ୍କା ପଡ଼ିଲାଣି। ଏହାର ଅର୍ଥ ପ୍ରସାଦ ଦର ଡବଲରୁ ଅଧିକ ହେଲାଣି। ବଡ଼ ବଡ଼ିଆଙ୍କ କଥା ଅଲଗା, ସାଧାରଣ ପରିବାରରୁ ୮-୧୦ ଜଣିଆ ସଦସ୍ୟ ଯଦି ଭଲରେ ଟିକେ ଅବଢ଼ା ଖାଇବାକୁ ଇଚ୍ଛା କରନ୍ତି, ଏଥିପାଇଁ ପ୍ରାୟ ଅଢ଼େଇ ହଜାରରୁ ୩ ହଜାର ଟଙ୍କା ପଡିଯାଉଛି। ମହାପ୍ରସାଦ ପରି ଶୁଖିଲି ଭୋଗ ଦର ମଧ୍ୟ ଆକାଶ ଛୁଆଁ ହେଲାଣି। ୫ ଟଙ୍କାର ଖଜା ୧୫ ଟଙ୍କା, ୧୫ ଟଙ୍କାର ପିଠା ୩୦ ଟଙ୍କା ଡେଇଁ ଗଲାଣି।
ଓମଫେଡ୍‌ ଘିଅରେ ପ୍ରସ୍ତୁତ ହେବା ପରଠୁ ମହାପ୍ରସାଦ, ପିଠା ଓ ଖଜା ଦରରେ ଆଉ ଯେମିତି ହାତ ମାରି ହେଉନି। କାରଣ ମହାସୁଆର ନିଯୋଗର କହିବା କଥା, ପୂର୍ବରୁ ଯେଉଁ ଘିଅରେ ମହାପ୍ରସାଦ ପ୍ରସ୍ତୁତ ହେଉଥିଲା ତା’ର ଦାମ କିଲୋ ପିଛା ଦେଢଶହ ଟଙ୍କା ଥିଲା। ଏବେ ଓମଫେଡ୍‌ ଘିଅ କିଲୋ ପିଛା ୬ ଶହରୁ ଅଧିକ ଟଙ୍କାରେ କିଣିବାକୁ ପଡୁଛି। ସେଇଥିପାଇଁ ଏମିତି ସ୍ଥିତି ସୃଷ୍ଟି ହୋଇଛି। ଶ୍ରୀମନ୍ଦିରକୁ ସ୍ୱତନ୍ତ୍ର ଦରରେ ଓମଫେଡ୍‌ ଘିଅ ଯୋଗାଣ ପାଇଁ ପରିଚାଳନା ନିର୍ଦ୍ଦେଶକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚିଠି ଲେଖିଛନ୍ତି। ହେଲେ ଏପର୍ଯ୍ୟନ୍ତ ରିହାତି ଦରରେ ଘିଅ ମିଳିନାହିଁ। ଏହାବାଦ ଦର ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୋଶାଳା କରାଯାଇ ଦୁଗ୍ଧ, ଘିଅ ଓ ଦହି ପ୍ରସ୍ତୁତ କରାଯିବା ଏକ ଭଲ ବିକଳ୍ପ ହୁଅନ୍ତା ବୋଲି ମତ ରଖିଛନ୍ତି ମହାସୁଆର ନିଯୋଗ ସଂପାଦକ। ସେପଟେ ବରିଷ୍ଠ ସେବାୟତମାନେ ମଧ୍ୟ ବର୍ତ୍ତମାନର ଦରବୃଦ୍ଧିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ବର୍ଷକୁ କେବେ କେମିତି ଜଗାଦର୍ଶନରେ ଆସୁଥିବା ଭକ୍ତଙ୍କ ଅପେକ୍ଷା ମହାପ୍ରସାଦର ଦରବୃଦ୍ଧି ସ୍ଥାନୀୟ ବାସିନ୍ଦାଙ୍କୁ ବେଶୀ ବାଧୁଛି। ଏମିତିକି ପୁରୀ ବିଧାୟକ ସୁନୀଲ ମହାନ୍ତି ମଧ୍ୟ ବିଧାନସଭାରେ ମହାପ୍ରସାଦର ଦରବୃଦ୍ଧି ପ୍ରସଙ୍ଗ ଉଠାଇ ଶ୍ରୀମନ୍ଦିରକୁ ରିହାତି ଦରରେ ଓମଫେଡ ଘିଅ ଯୋଗାଇ ଦେବାକୁ ଦାବି କରିଥିଲେ। ଏନେଇ ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଏବେ ଶୁଦ୍ଧ ଘିଅ ବ୍ୟବହାର ପାଇଁ ସମସ୍ୟା ହୋଇଛି। ତେବେ ଖୁବ୍ ଶୀଘ୍ର ଦର ତାଲିକା ପ୍ରକାଶ ସହ ମହାପ୍ରସାଦ ଦର ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନିଆଯିବ।

  • Related Posts

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ଭୁବନେଶ୍ୱର: ଶ୍ରୀମନ୍ଦିରେ ବାରମ୍ବର ହିଡେନ୍‍ କ୍ୟାମେରା ଠାବ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ । ବାରମ୍ବାର ହିଡେନ୍‍…

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

    ଭୁବନେଶ୍ୱର: ଏଣିକି ହଷ୍ଟେଲ୍‌ରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍‌ ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯିବ । ଏହି କାର୍ଡରେ ପିଲାଟିର ସ୍ୱାସ୍ଥ୍ୟ ସଂପର୍କିତ ସମସ୍ତ ତଥ୍ୟ ରେକର୍ଡ କରାଯିବ । ଏହାକୁ ଆଧାର କରି ତାର ଚିକିତ୍ସା କରାଯିବ । ଏପରି ସୂଚନା ଦେଇଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା