ଶ୍ରୀମନ୍ଦିରରେ ଓମଫେଡ ଘିଅ ପ୍ରବେଶ ପରଠୁ ଅବଢାର ମୂଲ୍ୟ ବଢିଲା

ଶ୍ରୀମନ୍ଦିରରେ ଓମଫେଡ୍ ଘିଅ ପ୍ରବେଶ ପରଠୁ ଅମୂଲ ମୂଲ ଅବଢ଼ା। ମହାପ୍ରସାଦ, ଖଜାଠୁ ନେଇ ପିଠା, ସବୁର ଦାମ ପ୍ରାୟ ଦୁଇଗୁଣା ବଢ଼ିଯାଇଛି। ଯାହାକୁ ନେଇ ଅସନ୍ତୁଷ୍ଟ ଉଭୟ ଭକ୍ତ ଓ ସେବାୟତ। ସବ୍‌ସିଡି ଦରରେ ଶ୍ରୀମନ୍ଦିରକୁ ଓମ୍‌ଫେଡ ଘିଅ ଯୋଗାଣ ନେଇ ଦାବି ଉଠୁଥିଲା ବେଳେ ବିକଳ୍ପ ଭାବେ ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଗୋଶାଳା କଥା ମଧ୍ୟ ଉଠିଲାଣି।
ପୂର୍ବରୁ ଯେଉଁ କୁଡୁଆ ୧୦୦ ଟଙ୍କାରେ ମିଳୁଥିଲା, ତାହା ଏବେ ୨୦୦ ଟଙ୍କା, ୫୦ ଟଙ୍କାରେ ମିଳୁଥିବା ଡାଲମା କୁଡ଼ୁଆ ୧୦୦ରୁ ୧୨୦ ଟଙ୍କା ପଡ଼ିଲାଣି। ଏହାର ଅର୍ଥ ପ୍ରସାଦ ଦର ଡବଲରୁ ଅଧିକ ହେଲାଣି। ବଡ଼ ବଡ଼ିଆଙ୍କ କଥା ଅଲଗା, ସାଧାରଣ ପରିବାରରୁ ୮-୧୦ ଜଣିଆ ସଦସ୍ୟ ଯଦି ଭଲରେ ଟିକେ ଅବଢ଼ା ଖାଇବାକୁ ଇଚ୍ଛା କରନ୍ତି, ଏଥିପାଇଁ ପ୍ରାୟ ଅଢ଼େଇ ହଜାରରୁ ୩ ହଜାର ଟଙ୍କା ପଡିଯାଉଛି। ମହାପ୍ରସାଦ ପରି ଶୁଖିଲି ଭୋଗ ଦର ମଧ୍ୟ ଆକାଶ ଛୁଆଁ ହେଲାଣି। ୫ ଟଙ୍କାର ଖଜା ୧୫ ଟଙ୍କା, ୧୫ ଟଙ୍କାର ପିଠା ୩୦ ଟଙ୍କା ଡେଇଁ ଗଲାଣି।
ଓମଫେଡ୍‌ ଘିଅରେ ପ୍ରସ୍ତୁତ ହେବା ପରଠୁ ମହାପ୍ରସାଦ, ପିଠା ଓ ଖଜା ଦରରେ ଆଉ ଯେମିତି ହାତ ମାରି ହେଉନି। କାରଣ ମହାସୁଆର ନିଯୋଗର କହିବା କଥା, ପୂର୍ବରୁ ଯେଉଁ ଘିଅରେ ମହାପ୍ରସାଦ ପ୍ରସ୍ତୁତ ହେଉଥିଲା ତା’ର ଦାମ କିଲୋ ପିଛା ଦେଢଶହ ଟଙ୍କା ଥିଲା। ଏବେ ଓମଫେଡ୍‌ ଘିଅ କିଲୋ ପିଛା ୬ ଶହରୁ ଅଧିକ ଟଙ୍କାରେ କିଣିବାକୁ ପଡୁଛି। ସେଇଥିପାଇଁ ଏମିତି ସ୍ଥିତି ସୃଷ୍ଟି ହୋଇଛି। ଶ୍ରୀମନ୍ଦିରକୁ ସ୍ୱତନ୍ତ୍ର ଦରରେ ଓମଫେଡ୍‌ ଘିଅ ଯୋଗାଣ ପାଇଁ ପରିଚାଳନା ନିର୍ଦ୍ଦେଶକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚିଠି ଲେଖିଛନ୍ତି। ହେଲେ ଏପର୍ଯ୍ୟନ୍ତ ରିହାତି ଦରରେ ଘିଅ ମିଳିନାହିଁ। ଏହାବାଦ ଦର ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୋଶାଳା କରାଯାଇ ଦୁଗ୍ଧ, ଘିଅ ଓ ଦହି ପ୍ରସ୍ତୁତ କରାଯିବା ଏକ ଭଲ ବିକଳ୍ପ ହୁଅନ୍ତା ବୋଲି ମତ ରଖିଛନ୍ତି ମହାସୁଆର ନିଯୋଗ ସଂପାଦକ। ସେପଟେ ବରିଷ୍ଠ ସେବାୟତମାନେ ମଧ୍ୟ ବର୍ତ୍ତମାନର ଦରବୃଦ୍ଧିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ବର୍ଷକୁ କେବେ କେମିତି ଜଗାଦର୍ଶନରେ ଆସୁଥିବା ଭକ୍ତଙ୍କ ଅପେକ୍ଷା ମହାପ୍ରସାଦର ଦରବୃଦ୍ଧି ସ୍ଥାନୀୟ ବାସିନ୍ଦାଙ୍କୁ ବେଶୀ ବାଧୁଛି। ଏମିତିକି ପୁରୀ ବିଧାୟକ ସୁନୀଲ ମହାନ୍ତି ମଧ୍ୟ ବିଧାନସଭାରେ ମହାପ୍ରସାଦର ଦରବୃଦ୍ଧି ପ୍ରସଙ୍ଗ ଉଠାଇ ଶ୍ରୀମନ୍ଦିରକୁ ରିହାତି ଦରରେ ଓମଫେଡ ଘିଅ ଯୋଗାଇ ଦେବାକୁ ଦାବି କରିଥିଲେ। ଏନେଇ ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଏବେ ଶୁଦ୍ଧ ଘିଅ ବ୍ୟବହାର ପାଇଁ ସମସ୍ୟା ହୋଇଛି। ତେବେ ଖୁବ୍ ଶୀଘ୍ର ଦର ତାଲିକା ପ୍ରକାଶ ସହ ମହାପ୍ରସାଦ ଦର ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନିଆଯିବ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ