ସଂସଦରେ ଉଠିଲା ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗ

ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରକଳ୍ପର ଅନିଶ୍ଚିତତା ନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ଏମପି ସସ୍ମିତ ପାତ୍ର । କେନ୍ଦ୍ର ସରକାରଙ୍କ ନିକଟରୁ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ବିଷୟରେ ସେ ସ୍ପଷ୍ଟୀକରଣ ମାଗିଛନ୍ତି।ସଂସଦ ଅଧିବେଶନରେ ଏମପି ସମ୍ବିତ ପାତ୍ର କେନ୍ଦ୍ରୀୟ ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ କୌଶଲ କିଶୋରଙ୍କୁ ପଚାରିଛନ୍ତି, ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ ହେଲା କି ଅର୍ନିଦ୍ଦିଷ୍ଟ କାଳ ପାଇଁ ଅଟକି ରହିଛି ବୋଲି ଯେଉଁ ଖବର ଆସୁଛି, ତାହା ସରକାରଙ୍କ ଜ୍ଞାତସାରରେ ଅଛି କି?ସମ୍ବିତ ପାତ୍ର ମେଟ୍ରୋ ପ୍ରକଳ୍ପର ପ୍ରାଥମିକ ସମ୍ଭାବ୍ୟତା ଅଧ୍ୟୟନ, ଯାତ୍ରୀ ପରିବହନ ଆକଳନ ଓ ଏହାର ସାମ୍ପ୍ରତିକ ସମୀକ୍ଷା ବିଷୟରେ ମଧ୍ୟ ପଚାରିଛନ୍ତି। ସେ ଜାଣିବାକୁ ଚାହିଁଛନ୍ତି ଯେ ଓଡ଼ିଶା ସରକାର ପ୍ରକଳ୍ପର ଖର୍ଚ୍ଚ କିମ୍ବା ପରିଧିରେ କୌଣସି ପରିବର୍ତ୍ତନ ପାଇଁ ନୂଆ ପ୍ରସ୍ତାବ ଦେଇଛନ୍ତି କି? ଭୁବନେଶ୍ୱର ଏକ ଦ୍ରୁତ ବିକାଶଶୀଳ ଟାୟାର-୨ ସହର ହେଉଛି, ତେବେ ଏହି ପ୍ରକଳ୍ପ ଅନୁମୋଦନ କାହିଁକି ମିଳିନାହିଁ କିମ୍ବା ଅଟକି ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ମନ୍ତ୍ରୀ କୌଶଲ କିଶୋର ଉତ୍ତରରେ କହିଛନ୍ତି, ମେଟ୍ରୋ ରେଳ ପ୍ରକଳ୍ପ ବଡ଼ ବଜେଟ। ଏହା ୨୦୧୭ ମେଟ୍ରୋ ରେଳ ନୀତି ଅନୁଯାୟୀ ଦୀର୍ଘକାଳୀନ ସ୍ଥିରତା ଓ ଦକ୍ଷତା ପାଇଁ ଯୋଜନା କରାଯାଏ। ଓଡ଼ିଶା ସରକାର ପୂର୍ବରୁ କେନ୍ଦ୍ରର ଅନୁମୋଦନ ବା ଆର୍ଥିକ ସହାୟତା ବିନା ପ୍ରକଳ୍ପ ଆଗେଇ ନେଇଥିଲେ। ବର୍ତ୍ତମାନ ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇଛନ୍ତି ଯେ ସେମାନେ ପ୍ରକଳ୍ପର ପ୍ରଥମ ପର୍ୟ୍ୟାୟକୁ ସ୍ଥାୟିତ୍ୱ ଓ ଭବିଷ୍ୟତ ସହରର ଆବଶ୍ୟକତା ପୂରଣ ପାଇଁ ପୁନର୍ଗଠନ କରୁଛନ୍ତି।

  • Related Posts

    ଟ୍ରମ୍ପଙ୍କ ‘ଷଡ଼ଯନ୍ତ୍ର’ ଅଭିଯୋଗ ଖଣ୍ଡନ କଲା ରୁଷ

    ବେଜିଂ,04/09: ରୁଷର କ୍ରେମଲିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଯୋଗକୁ ଖଣ୍ଡନ କରିଛି। ଟ୍ରମ୍ପ ଦାବି କରିଥିଲେ ଯେ ରୁଷ, ଚୀନ ଓ ଉତ୍ତର କୋରିଆ ଆମେରିକା ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। କ୍ରେମଲିନ କହିଛି, ଏପରି କୌଣସି ଯୋଜନା ନାହିଁ। ଚୀନରେ…

    Continue reading
    ଆମ ଦଳର କୌଣସି ନେତା ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ଅସମ୍ମାନ କରି ନାହାନ୍ତି: କଂଗ୍ରେସ

    ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କୁ କଟୁ ଶବ୍ଦ ନେଇ ରାଜନୀତି ଜୋର ଧରିଛି। ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ବୟାନକୁ କଂଗ୍ରେସ କାଉଣ୍ଟର କରିଛି। କଂଗ୍ରେସ ମୁଖପାତ୍ର ସୋନାଲି ସାହୁ କହିଛନ୍ତି, ଆମ ଦଳର କୌଣସି ନେତା ପ୍ରଧାନମନ୍ତ୍ରୀଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର

    ନେଟୱର୍କ ଖୋଜିବା ପାଇଁ ଲୋ​‌କେ ପାହାଡ଼ ଚଢ଼ୁଛନ୍ତି

    ଭାରତକୁ ଅଧିକ ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ଦେବ ରୁଷ୍‌

    ଟ୍ରମ୍ପଙ୍କ ‘ଷଡ଼ଯନ୍ତ୍ର’ ଅଭିଯୋଗ ଖଣ୍ଡନ କଲା ରୁଷ

    ସମ୍ବଲପୁର ମହାନଗର ନିଗମ ନିର୍ବାଚନ ୬ ସପ୍ତାହରେ ସାନି ବିଜ୍ଞପ୍ତି ପାଇଁ ହାଇକୋର୍ଟ ନିର୍ଦ୍ଦେଶ