ସନ୍ଦେଶଖାଲୀ ଗସ୍ତରେ ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ସନ୍ଦେଶଖାଲୀ ଗସ୍ତ କରିବାକୁ ଯାଉଛନ୍ତି। ସ୍ଥାନୀୟ ତ୍ରୃଣମୁଳ କଂଗ୍ରେସ(ଟିଏମସି)ର ନେତାଙ୍କ ଉପରେ ଯୌନ ଉତ୍ପୀଡ଼ନ ଏବଂ ଜମି କୋଲେଙ୍କାରି ଅଭିଯୋଗ ଆସିବା ପରେ ସନ୍ଦେଶଖାଲୀକୁ ଏହା ତାଙ୍କର ପ୍ରଥମ ଗସ୍ତ ରହିବ।

ଗତ ସପ୍ତାହରେ ରାଜ୍ୟ ସଚିବାଳୟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଟିଏମସି ସୁପ୍ରିମୋ କହିଛନ୍ତି ଯେ, ନିର୍ବାଚନ ପରେ ଅଞ୍ଚଳକୁ ଏହା ତାଙ୍କର ପ୍ରଥମ ଗସ୍ତ ରହିବ। ରାଜ୍ୟ ସରକାରଙ୍କ ଯୋଜନା ଅଧୀନରେ ଲାଭ ବଣ୍ଟନ ଓ ସ୍ଥାନୀୟ ଲୋକଙ୍କ ସମସ୍ୟା ଜାଣିବା ପାଇଁ ଏହି ଗସ୍ତ କରାଯାଉଛି ବୋଲି ମମତା ବାନାର୍ଜୀ ସୁଚନା ଦେଇଛନ୍ତି।

ଏହା ଏକ ସରକାରି କାର୍ୟ୍ୟକ୍ରମ। ଆମେ ଲକ୍ଷ୍ମୀର ଭଣ୍ଡାର ଓ ବାଙ୍ଗଲାର ବାରି ଯୋଜନା ଅଧିନରେ ଏହି ଅଞ୍ଚଳରେ ଅନେକ କାମ କରିଛୁ। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଯୋଜନା ଅଧିନରେ ପାଖାପାଖି ୨୦,୦୦୦ରୁ ଅଧିକ ଲୋକ ଉପକୃତ ହୋଇପାରିଛନ୍ତି। ବିଭିନ୍ନ ଯୋଜନା ଅଧିନରେ ଉପକୃତ ହୋଇଥିବା ୧୦୦ରୁ ଅଧିକ ହିତାଧିକାରୀଙ୍କୁ ମୁଁ ପ୍ରମାଣପତ୍ର ଦବାପାଇଁ ଏହି ଅଞ୍ଚଳକୁ ଯାଉଛି ବୋଲି ମମତା ବାନାର୍ଜୀ ସୁଚନା ଦେଇଛନ୍ତି।

  • Related Posts

    କୂଅକୁ କାର୍ ଖସି ୯ ମୃତ

    ମୁମ୍ବାଇ : ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ଡିଣ୍ଡୋରିରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଡିଣ୍ଡୋରିର ଶିବାଜୀ ନଗର ଅଞ୍ଚଳରେ ଏକ ମାରୁତି କାର କୂଅ ଭିତରକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ କାରରେ ଥିବା ଗୋଟିଏ ପରିବାରର ନଅ ଜଣ…

    Continue reading
    ଆଫଗାନିସ୍ତାନ ଭୂମିକମ୍ପ: ୮ମୃତ

    ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ପାକିସ୍ତାନ ପାଣିପାଗ ବିଭାଗ (ପିଏମଡି) ରିପୋର୍ଟ କରିଛି ଯେ, ଦେଶର ବିଭିନ୍ନ ସ୍ଥାନରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ର ଭୂପୃଷ୍ଠରୁ ୧୯୦…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ