ସବୁଥର ଭଳି ଏଥର ମଧ୍ୟ ପଂଚାୟତିରାଜ ଦିବସ ପାଳନ ହେଉ : ବିଜେଡି

ଭୁବନେଶ୍ବର: ମହିଳା ସଶକ୍ତ ହେଲେ ଦେଶ ସଶକ୍ତ ହେବ। ଏହି ଉକ୍ତିକୁ ଭଲ ଭାବେ ବୁଝିପାରିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ସେଥିପାଇଁ ନିଜର ଦ୍ୱିତୀୟ ମୁଖ୍ୟମନ୍ତ୍ରୀତ୍ୱ କାଳରେ ପଞ୍ଚାୟତ ଓ ମୁନିସପାଲଟିମାନଙ୍କରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ନେଇ ଯୁଗାନ୍ତକାରୀ ପଦକ୍ଷେ ନେଇଥିଲେ ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ। ୧୯୯୦ରେ ଦ୍ୱିତୀୟ ଥର କ୍ଷମତାକୁ ଆସି ଉଭୟ ପଞ୍ଚାୟତ ଏବଂ ମୁନିସିପାଲଟି ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ। ତେଣୁ ୯୦ ଦଶକରୁ ମାର୍ଚ୍ଚ ୫ ତାରିଖ ତାଙ୍କ ଜନ୍ମଦିନକୁ ପଂଚାୟତିରାଜ ଦିବସ ଭାବେ ପାଳନ କରାଯାଇ ଆସୁଅଛି। ଏବେ ରାଜ୍ୟରେ ବିଜେପି ସରକାର। ହେଲେ ଏଯାଏଁ ପଞ୍ଚାୟତ ଦିବସ ପାଳନ ନେଇ କୌଣସି ପୂର୍ବ ପ୍ରସ୍ତୁତି ହୋଇ ନ ଥିବା ଅଭିଯୋଗ କରିଛି ବିଜେଡି। ଡବଲ ଇଞ୍ଜିନ ସରକାରରେ ବରପୁତ୍ରଙ୍କୁ ଏ କି ସମ୍ମାନ ବୋଲି ଏବେ ପ୍ରଶ୍ନ ଉଠାଇଛି ବିଜେଡି।

୧୯୧୬ ମାର୍ଚ୍ଚ ୫ରେ ଜନ୍ମ ଗ୍ରହଣ କରିଥିଲେ ଭାରତ ବର୍ଷର ରାଷ୍ଟ୍ରନୀତିଜ୍ଞ ବିଜୁ ପଟ୍ଟନାୟକ। ଆଉ ଦିନକ ପରେ ତାଙ୍କର ଜନ୍ମ ଦିବସ। ହେଲେ ତାଙ୍କ ଜନ୍ମ ଦିବସ ତଥା ପଂଚାୟତିରାଜ ଦିବସ ପାଇଁ ସରକାରଙ୍କ ତରଫରୁ ଜିଲ୍ଲାପାଳମାନଙ୍କୁ ଏଯାଏଁ କୌଣସି ଚିଠି ହୋଇ ନ ଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଲାଣି। ବିଜୁ ବାବୁଙ୍କ ଜନ୍ମ ଦିନକୁ ୯୦ ଦଶକରୁ ପଂଚାୟତିରାଜ ଦିବସ ଭାବେ ପାଳନ କରି ଆସୁଥିଲେ ପୂର୍ବ ସରକାର। ହେଲେ ଏ ଯାଏ ବିଜେପି ସରକାର ଜିଲ୍ଲାପାଳମାନଙ୍କୁ ମାର୍ଚ୍ଚ ୫ରେ ଏହାକୁ ପାଳନ କରିବାକୁ କିଛି ନିର୍ଦ୍ଦେଶ ନଦେବା କ୍ଷୋଭର ବିଷୟ। ଦଳମତ ଉପରେ ଦେଶର ଏହି ବରପୁତ୍ର। ମହାନ ସ୍ୱାଧୀନତା ସଂଗ୍ରାମୀ, ଭାରତ ସହ ଇଣ୍ଡୋନେସିଆ ସ୍ୱାଧୀନତା ପାଇଁ ଆନ୍ଦୋଳନ କରିଥିଲେ ବିଜୁ ବାବୁ। ତେଣୁ ଗଣତନ୍ତ୍ରକୁ ସମ୍ମାନ ଦେଇ ସବୁଥର ଭଳି ଏଥର ମଧ୍ୟ ପଂଚାୟତିରାଜ ଦିବସ ପାଳନ ହେଉ ବୋଲି ବିଜେଡି ଦାବି କରିଛି। ତେଣୁ ବିଳମ୍ବ ନକରି ତୁରନ୍ତ ସରକାର ନିଷ୍ପତି ନେଇ ବିଜୁ ବାବୁଙ୍କୁ ଯଥାର୍ଥ ସମ୍ମାନ ଦିଅନ୍ତୁ ବୋଲି ବିଜେଡ଼ି ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଦାବି ଉଠାଇଛନ୍ତି।

  • Related Posts

    ୨୩ ଜିଲ୍ଲାରେ ନିଯୁକ୍ତି ପାଇଲେ ଏସଡ଼ିସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

    ୦୬।୦୪।୨୦୨୬,ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୩ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି । ଅନୁଗୁଳରେ ଅଧ୍ୟକ୍ଷ ଭାବେ ବଶିଷ୍ଠ ନାୟକ ଓ ଉପାଧ୍ୟକ୍ଷ ଭାବେ ସୁରୁମଣି ଛତରଙ୍କୁ ନିଯୁକ୍ତି ମିଳିଛି । ସେହିପରି…

    Continue reading
    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ