ସବୁ ଜିଲ୍ଲାରେ ନିର୍ମାଣ ହେବ ସୁଭଦ୍ରା ଶକ୍ତି ବଜାର

ଭୁବନେଶ୍ଵର: ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକର ବଜାରୀକରଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ସବୁ ଜିଲ୍ଲାରେ ନିର୍ମାଣ ହେବ ସୁଭଦ୍ରା ଶକ୍ତି ବଜାର। ଭୁବନେଶ୍ୱରରେ ବି ସୁଭଦ୍ରା ଶକ୍ତି ବଜାର ପ୍ରତିଷ୍ଠା କରିବେ ସରକାର। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ୩୬ ହଜାର ‘ଲକ୍ଷପତି ଦିଦି ସୃଷ୍ଟି କରିଛନ୍ତି। ଲକ୍ଷପତି ଦିଦି ଯୋଜନା କେବଳ ଗ୍ରାମାଞ୍ଚଳରେ ସୀମିତ ଅଛି। ‘ରାଉରକେଲା’ ସହରାଞ୍ଚଳରେ କୌଣସି ଲକ୍ଷପତି ଦିଦି ଚିହ୍ନଟ ହୋଇନାହାନ୍ତି। ସୁଭଦ୍ରା ତୃତୀୟ କିସ୍ତିରୁ ୩ ଲକ୍ଷ ୯୯ ହଜାର ୩୫୨ ଜଣ ବାଦ୍ ପଡ଼ିଛନ୍ତି। ସେହିପରି ଦ୍ଵିତୀୟ କିସ୍ତିରୁ ୧ ଲକ୍ଷ ୮୩ ହଜାର ୭୮୫ ହିତାଧିକାରୀ ବାଦ୍ ପଡ଼ିଛନ୍ତି। ପ୍ରଥମ କିସ୍ତିରେ ମୋଟ ୧ କୋଟି ୨ ଲକ୍ଷ ୮୦ ହଜାର ୯୨ ଜଣ ପାଇଥିବା ବେଳେ ଦ୍ଵିତୀୟ କିସ୍ତିରେ ୧ କୋଟି ୯୬ ହଜାର ୩୦୭ ଜଣ ପାଇଛନ୍ତି। ୯୬ ଲକ୍ଷ ୯୬ ହଜାର ୯୫୫ ଜଣ ତୃତୀୟ କିସ୍ତି ପାଇଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ୩,୫୨,୭୩୮ ସ୍ୱୟଂ ସହାୟକ ଗୋଷ୍ଠିକୁ ମୋଟ ୧୭,୪୫୪.୭୪ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି।

  • Related Posts

    ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି ମୋଦି

    ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ଦୀର୍ଘ ରାଜନୈତିକ ଯାତ୍ରା ପରେ ୨୦୧୪ରେ…

    Continue reading
    ହାଇକୋର୍ଟ ଗଲେ ବିଦ୍ୟାଭାରତୀ

    କଟକ: ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ସେ ଏହି ଆବେଦନ କରିଥିବା ଜଣାପଡ଼ିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ