
ଭୁବନେଶ୍ବର: ସମ୍ବଲପୁରରେ ଖୋଲିବ ଓୟୁଏଟିର ଆଉ ଏକ କ୍ୟାମ୍ପସ୍ । ଖୁବଶୀଘ୍ର ଏହା ଆରମ୍ଭ ହେବ । ବଲାଙ୍ଗିର ଓ ମୟୁରଭଞ୍ଜରେ ଖୋଲିବ କୃଷି ମହାବିଦ୍ୟାଳୟ । ସୋନପୁରରେ ଖୋଲିବ ଫିସରୀ କଲେଜ । ଏହି ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନସିଂହଦେଓ ।
ସାର ଅଭାବକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଭାରତ ଚାଇନାରୁ ଫସଫେଟ୍ ଓ ୟୁରିଆ ଆମଦାନୀ ବନ୍ଦ କରିଛି । ତେଣୁ କିଛି ସମୟ ପାଇଁ ମିଳିବାରେ ଅସୁବିଧା ଦେଖା ଦେଇଥିଲା । ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏନେଇ କେନ୍ଦ୍ର ଫର୍ଟିଲାଇଜର ମନ୍ତ୍ରୀ ଜେ.ପି. ନଡ୍ଡାଙ୍କୁ ଜଣାଇ ଚିଠି ଲେଖିଛନ୍ତି । ସାର ମିଳିବା ଆରମ୍ଭ ହୋଇଛି । ଖୁବ୍ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ । କେନ୍ଦ୍ରମନ୍ତ୍ରୀ ସାର ପଠାଇଛନ୍ତି । ଏବେ ଚାଷୀଙ୍କୁ ସାର ଦିଆ ଚାଲିଛି । ଏହାସହ ରାସାୟନିକ ସାର ବ୍ୟବହାର ନକରି ଜୈବିକ ସାର ବ୍ୟବହାର କରିବା ପାଇଁ ମଧ୍ୟ ଚାଷୀଙ୍କୁ ସେ ପରାମର୍ଶ ଦେଇଛନ୍ତି ।




