ସରକାର ଗଠନ ଅନୁମତି:ରାଜ୍ୟପାଳଙ୍କୁ ଚିଠି ଲେଖିଲେ ବିଜୟ ଥଲାପତି

ଚେନ୍ନାଇ: ତାମିଲନାଡୁ ନିର୍ବାଚନରେ ଟିଭିକେ ଝଡ୍‌ । ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ଥଲାପତି ରାଜନୀତିରେ ବ୍ଲକବାଷ୍ଟର ଡେବ୍ୟୁ କରିଛନ୍ତି । ଟିଭିକେ ପାର୍ଟି ମ୍ୟାଜିକ୍‌ ନମ୍ବର ପାଖାପାଖି ସିଟ୍‌ ହାତେଇଛି । ପୂର୍ଣ୍ଣ ବହୁମତ କୌଣସି ଦଳ ହାତେଇନଥିବା ବେଳେ ରାଜ୍ୟପାଳଙ୍କୁ ଚିଠି ଲେଖି ସରକାର ଗଠନ କରିବାକୁ ଅନୁମତି ମାଗିଛନ୍ତି ଟିଭିକେ ନେତା ବିଜୟ ।
ତାମିଲନାଡୁ ବିଧାନସଭା ନିର୍ବାଚନରେ ମୋଟ 234 ଆସନରୁ 108 ଆସନରେ ବାଜିମାତ କରି ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଛି ଟିଭିକେ । ଟିଭିକେ ନେତା ବିଜୟ ତାମିଲନାଡୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ଏକ ଇ-ମେଲ୍‌ ପଠାଇଛନ୍ତି, ଏଥିରେ ସରକାର ଗଠନ ପାଇଁ ଟିଭିକେକୁ ଅନୁମତି ଦେବାକୁ ଉଲ୍ଲେଖ କରାଯାଇଛି । ଏଥିସହ 2 ସପ୍ତାହ ମଧ୍ୟରେ ବହୁମତ ସାବ୍ୟସ୍ତ କରିବାକୁ ଅନୁମତି ମାଗିଛନ୍ତି ବିଜୟ ।
ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜୟଙ୍କ ଟିଭିକେ 108 ସିଟ୍‌ ଜିତି ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ରାବିଡ ମୁନେତ୍ର କାଝଗମ (DMK) 59ଟି ସିଟ୍‌ରେ ବିଜୟୀ ହୋଇ ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି ଅଲ ଇଣ୍ଡିଆ ଅନ୍ନା ଦ୍ରାବିଡ ମୁନେତ୍ର କାଝଗମ(AIADMK) 47ଟି ଆସନ ଜିତି ତୃତୀୟ ସ୍ଥାନରେ ରହିଛି । ତେବେ ସରକାର ଗଠନ ପାଇଁ 118 ବିଧାୟକ ଆବଶ୍ୟକ । ସରକାର ଗଠନ ପାଇଁ ଟିଭିକେକୁ ଆଉ 8 ସିଟ୍‌ ଆବଶ୍ୟକ ରହିଛି । ଚର୍ଚ୍ଚା ହେଉଛି କି ଟିଭିକେ କଂଗ୍ରେସ ଓ ସ୍ବାଧୀନ ବିଧାୟକଙ୍କ ସହଯୋଗରେ ସରକାର ଗଠନ କରିପାରେ । ତାମିଲନାଡୁ ନିର୍ବାଚନରେ ଟିଭିକେର ବିଜୟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜୟଙ୍କ ସହ କଥା ହୋଇଥିଲେ ।

ସେପଟେ ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେଇଛନ୍ତି ଏମକେ ଷ୍ଟାଲିନ । ସିଏ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପଠାଇ ଦେଇଥିଲେ । ରାଜ୍ୟପାଳ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ସରକାର ଗଠନ ହେବା ପର୍ଯ୍ୟନ୍ତ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ରହିବାକୁ କହିଛନ୍ତି ।

  • Related Posts

    ପଶ୍ଚିମବଙ୍ଗ ପାଇଁ ମୋହନ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ

    ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ପଶ୍ଚିମବଙ୍ଗ ପାଇଁ ମୋହନ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ପଶ୍ଚିମବଙ୍ଗରେ ବିଜେପି ବିଧାୟକ ଦଳ ନେତା ଚୟନ ପାଇଁ ମୋହନଙ୍କୁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି…

    Continue reading
    କଂଗ୍ରେସକୁ ଏବେ ଗମ୍ଭୀରତାର ସହିତ ନିଜକୁ ମୂଲ୍ୟାଙ୍କନ କରିବା ଉଚିତ।: ଥରୁର

    ଥିରୁଅନନ୍ତପୁରମ: କଂଗ୍ରେସ ସାଂସଦ ଶଶି ଥରୁର ଚାରୋଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଥିବା ନିର୍ବାଚନରେ ​​କଂଗ୍ରେସ ଦଳର ପ୍ରଦର୍ଶନ ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଦଳକୁ ଏବେ ଗମ୍ଭୀରତାର ସହିତ ନିଜକୁ ମୂଲ୍ୟାଙ୍କନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ