ସାତକୋଶିଆରେ ପୁଣି ଶୁଭିବ ମହାବଳର ଗର୍ଜନ

ଅନୁଗୁଳ: ସାତକୋଶିଆରେ ପୁଣି ଶୁଭିବ ମହାବଳର ଗର୍ଜନ। ଘଞ୍ଚ ଜଙ୍ଗଲରେ ବୁଲିବେ ଏକାଧିକ ମହାବଳ ବାଘ। ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ ‌ହୋଇଗଲାଣି। ମହାବଳ ପାଇଁ କ୍ଷେତ୍ର ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଥିବାରୁ ଯେ କୌଣସି ସମୟରେ ଏଠାରେ ବାଘ ଛଡ଼ା ଯାଇପାରେ। ରାଜ୍ୟ ବାହାରୁ ପାଖାପାଖି ୧୨ଟି ବାଘ ଏଠାରେ ଛାଡ଼ିବାକୁ ଯୋଜନା ହୋଇଛି। ତେବେ ପର୍ୟ୍ୟାୟକ୍ରମେ ଏହି ବାଘ ଆସିବ। ଏନେଇ ଉଚ୍ଚ ଅଧିକାରୀ ସ୍ତରରେ ଆଲୋଚନା ଚାଲିଛି। କେବଳ ସରକାରଙ୍କ ସବୁଜ ସଙ୍କେତକୁ ଅପେକ୍ଷା। ସରକାରଙ୍କ ଅନୁମତି ମିଳିଲେ ବାହାର ରାଜ୍ୟରୁ ବାଘ ଆଣି ଏଠାରେ ଛାଡ଼ିବାକୁ ବନ ବିଭାଗ ଯୋଜନା କରିଛି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଏବେ ବାଘଶୂନ୍ୟ। ଏଠାରେ ବାଘବଂଶ ବୃଦ୍ଧି କରିବା ପାଇଁ ବନ ବିଭାଗ କ୍ଷେତ୍ର ପ୍ରସ୍ତୁତ କରୁଛି। ଆଗରୁ ଏହି ପ୍ରକଳ୍ପ ବିଫଳ ହୋଇଥିବାରୁ ଏଥର ବିଭାଗ ଅଧିକ ଯତ୍ନବାନ ରହିଛି। ବିଶେଷକରି ଜଙ୍ଗଲର କୋର୍‌ ଅଞ୍ଚଳ ଭିତରେ ରହିଥିବା ଗାଁଗୁଡ଼ିକୁ ହଟାଇବାକୁ ନିଷ୍ପତ୍ତି ହୋଇଛି। ଏ ଭିତରେ ରାଇଗୁଡ଼ା, କଟରଙ୍ଗ, ଟୁଲୁକା, ଅସନବାହାଳ ଓ ଭୁରୁକୁଣ୍ଡି ଗାଁ ସମ୍ପୂର୍ଣ୍ଣ ବିସ୍ଥାପିତ ହୋଇଛି। ଏହି ଗାଁଗୁଡ଼ିକୁ ଜଙ୍ଗଲ‌ରେ ମିଶାଇ ଦିଆଯାଇଛି। ଟିକରପଡ଼ା, ପୁରୁଣାକୋଟ୍‌ ଓ ଗୋପାଳପୁର ଗାଁକୁ ବିସ୍ଥାପିତ କରିବା ନେଇ ପ୍ରକ୍ରିୟା ଚାଲିଛି। ଏପଟେ ସ୍ବେଚ୍ଛାକୃତ ବିସ୍ଥାପନ ପାଇଁ ଛୋଟକେଇ, ମଝିପଡ଼ା ଓ କରଡ଼ାପଡ଼ା ଗାଁରୁ ଆବେଦନ ଆସିଛି। ଏଣୁ ଆଉ କିଛି ମାସ ଭିତରେ ଏହି ଗାଁ ସବୁ ଜଙ୍ଗଲରେ ମିଶିଯିବାର ସମ୍ଭାବନା ସୃଷ୍ଟି ହେଉଛି। ଫଳରେ ଜଙ୍ଗଲ ଭିତରେ ଆଉ ହାତଗଣତି ଗାଁ ରହିଯିବ। ଗଇଁଦି, ବେହେରାସାହି, ବଡ଼କ୍ଷେତା, ସାଲୁର ଓ ତରଭା ଗାଁ କେବଳ ପ୍ରକଳ୍ପର ବଫର ଅଞ୍ଚଳ ଭିତରେ ରହିବ। ତେବେ ଏହା ବିଶେଷ ସମସ୍ୟା କରିବନି ବୋଲି ବନ ବିଭାଗ ଆଶା ରଖିଛି। ଏହା ସହ ବାଘ ଯେମିତି ଜଙ୍ଗଲ ଛାଡ଼ି ଜନବସତି ମୁହାଁ ନ ହେବ ତା’କୁ ଗୁରୁତ୍ବ ଦିଆଯାଉଛି। ଜଙ୍ଗଲରେ ଆବଶ୍ୟକ ଖାଦ୍ୟ ମିଳିଲେ, ବାଘ ଜଙ୍ଗଲ ଛାଡ଼ି ବାହାରକୁ ଯିବନି। ଏହାକୁ ଦୃଷ୍ଟିରେ ରଖି ଅଧିକ ଚାରଣ ଭୂମି ପ୍ରସ୍ତୁତ କରାଯାଇଛି। ଫଳରେ ତୃଣଭୋଜି ପ୍ରାଣୀମାନଙ୍କ ସଂଖ୍ୟା ବଢ଼ିଛି। ଜଙ୍ଗଲ ଭିତରେ ଜନବସତି ନ ଥିବାରୁ ଗୋଟିଏ ଅଞ୍ଚଳରୁ ଆଉ ଗୋଟିଏ ଅଞ୍ଚଳକୁ ବିନା ବାଧାରେ ଯାଇ ପାରିବ।

  • Related Posts

    ଆଜିଠାରୁ ଶକ୍ତିପୀଠରେ ନବରାତ୍ର ପୂଜା

    ଆଜିଠାରୁ ଶକ୍ତିପୀଠରେ ଆରମ୍ଭ ହେଉଛି ନଅ ଦିନ ଧରି ମାଆଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମାଆଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଶକ୍ତିପୀଠ। ନଅ ଦିନ ଧରି ବିଭିନ୍ନ ରୀତିନୀତି ଅନୁସାରେ ମାଆଙ୍କ ପୂଜା କରାଯିବ। ଏହି ଅବସରରେ ମାଆଙ୍କ ଦର୍ଶନ ପାଇଁ…

    Continue reading
    ପାର୍ବଣ ବେଳେ କାଚିବ ବର୍ଷା ପବନ

    ଆସୁଛି ବଡ଼ ବର୍ଷା ! ଏଥର ଧୋଇଯିବ ଦଶହରା ! ୧୩ରେ ଲଘୁଚାପ, ନେବ କି ବାତ୍ୟାର ରୂପ ? କ’ଣ କହୁଛି ପାଣିପାଗ ବିଭାଗର ପୂର୍ବାନୁମାନ ? ପାର୍ବଣ ବେଳେ କାଚିବ ବର୍ଷା ପବନ । ଫିକା ପଡିପାରେ ଦୁର୍ଗାପୂଜା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ