ଲାଞ୍ଜିଗଡ,07/09: ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ପ୍ରାଥମିକ କୃଷି ସମବାୟ ସମିତିରେ ସାର ନପାଇ ଚାଷୀମାନେ ବିରକ୍ତ ହୋଇ ବିଶ୍ୱନାଥପୁରଠାରୁ ଲାଞ୍ଜିଗଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । କଳାହାଣ୍ଡି ଜିଲାରେ ୟୁରିଆ ସାରର ବର୍ତ୍ତମାନ ଅଭାବ ଦେଖାଦେଇଛି । ଯେଉଁଥିପାଇଁ କଳାବଜାରୀ ବଢ଼ିବାରେ ଲାଗିଛି । ବିଶ୍ଵନାଥପୁର ପ୍ରାଥମିକ କୃଷି ସମବାୟ ସମିତି ସାମ୍ନାରେ ୧୫ ଶହରୁ ଉର୍ଦ୍ଧ୍ବ ଚାଷୀ ସାର ନେବା ପାଇଁ ଶନିବାର ସକାଳ ନ ଘଣ୍ଟା ସମୟରୁ ଆଧାର କାର୍ଡ ଧରି ଧାଡ଼ିରେ ଠିଆ ହୋଇ ଅପେକ୍ଷା କରିଥିଲେ । ୧୫ଶହରୁ ଉର୍ଦ୍ଧ୍ବ ଚାଷୀ ଆସିଥିବା ବେଳେ ୩୪୦ ବସ୍ତା ୟୁରିଆ ସାର ସମିତିକୁ ଆସିଛି । ହେଲେ ପରେ ଚାଷୀମାନଙ୍କ ଅପେକ୍ଷା ସାର କମ ପରିମାଣରେ ୟୁରିଆ ଥିବା କହି ସମବାୟ ସମିତିର ପରିଚାଳକ ମନା କରିବା ପରେ ଉପସ୍ଥିତ ସମସ୍ତ ଚାଷୀ ବିରକ୍ତ ହୋଇ ଆଜି ବିଶ୍ୱନାଥପୁର ଓ ଲାଞ୍ଜିଗଡକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଏହାର ଖବର ପାଇ ଲାଞ୍ଜିଗଡ ଅତିରିକ୍ତ ତହସିଲଦାର ସନ୍ଦିପ ତିର୍କୀ ଏବଂ ଲାଞ୍ଜିଗଡ ବ୍ଲକ ଏଓ ଲକ୍ଷ୍ମୀ ବିଶ୍ୱାଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଚାଷୀଙ୍କ ସହିତ ଆଲୋଚନା ପରେ ରାସ୍ତାରୁ ଓହରିଥିଲେ।
ବେଳାଭୂମିରେ ମଦ ବିକିପାରିବ ଓଟିଡିସି
ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…




