ଗିରି ଗୋବର୍ଦ୍ଧନ ପୂଜା ବେଳେ ବଜ୍ରପାତ, ୩୫ରୁ ଊର୍ଦ୍ଧ୍ବ ଆହାତ

ରିଆମାଳ,06/09: ଦେବଗଡ଼ଜିଲ୍ଲା ରିଆମାଳ ବ୍ଲକ ପରା ପଞ୍ଚାୟତ ଅନ୍ତର୍ଗତ ଜରାଛାଟ ଗ୍ରାମର ଚିତ୍ରକୁଟ ପର୍ବତ ଉପରେ ଗିରି ଗୋବର୍ଦ୍ଧନ ପୂଜା ବେଳେ ବର୍ଷା ସହ ପ୍ରବଳ ବଜ୍ରପାତ ହୋଇଛି। ଏହି ବଜ୍ରପାତରେ ୩୫ରୁ ଊର୍ଦ୍ଧ୍ବ ଜଣଙ୍କୁ ବଜ୍ରପାତ ମାରିବା ଫଳରେ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା, କୋଶଳା ଓ କଣିହାଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଯାଉଛି। ସୂଚନା ଅନୁସାରେ ସବୁ ବର୍ଷ ରାମନବମୀ ଓ ଚତୁର୍ଦ୍ଦଶୀ ଦିନ ପୂଜା ହୋଇଥାଏ। ବର୍ଷା ହେବା ପାଇଁ ଓ ଭାତକୁରୀ, ଛଉ ରୋଗରୁ ମୁକ୍ତି ପାଇଁ ମାନସିକଧାରୀମାନେ ଉକ୍ତ ପୂଜାରେ ଯୋଗ ଦେଇଥାନ୍ତି। ଆଜି ପୂଜାରେ ୮୦ ଜଣ ଭକ୍ତ ଉପସ୍ଥିତ ଥିଲେ। ଟିକିରା ନଦୀରୁ ପୁରୁଷ ଓ ମହିଳାମାନଙ୍କ ଦ୍ଵାରା କଳସ ଯାତ୍ରା ସମ୍ପର୍ଣ୍ଣ ହୋଇଥିଲା। ଛେଣ୍ଡିପଦା ବ୍ଳକର ଚାଙ୍ଗୁଡ଼ିଆ ମଠର ବାବା ଚନ୍ଦ୍ରଶେଖର ମହାରାଜ ଜୀ ଆସି ହୋମଯଜ୍ଞ କରୁଥିଲେ। ଜରାଛାଟ ଗ୍ରାମର ୫୦ ଜଣ ସହ ନିକଟସ୍ଥ କଙ୍କଡ଼ାଝରଣ ବୁଲା ସହ ନିକଟସ୍ଥ ଗ୍ରାମର ଭକ୍ତମାନେ ଉପସ୍ଥିତ ଥିଲେ। ମାତ୍ର ପରିତାପର ବିଷୟ ଅପରାହ୍ନ ୩ଟା ବେଳେ ପ୍ରବଳ ବର୍ଷା ସହ ବଜ୍ରପାତ ହେଉଥିଲା।ଉପରେ କେବଳ ଜରି ପାଲ ଛୁଆଁ ଯାଇଥିଲା। ବଜ୍ରପାତରେ ସମସ୍ତେ ଛିଟିକି ହୋଇ ପଡ଼ି ଥିଲେ।୩୫ ରୁ ଊର୍ଦ୍ଧ୍ବ ଅଚେତ ହୋଇ ପଡିଥିଲେ। ଗ୍ରାମ ସଭାପତି ତ୍ରିବିକ୍ରମ ସାହୁ ସୁସ୍ଥ ଥିବାରୁ ଗ୍ରାମକୁ ଫୋନ କରି କାର୍, ବୋଲେରୋ ଗାଡ଼ି ଦ୍ବାରା ଛେଣ୍ଡିପଦା, କୋଶଳା ଓ କଣିହାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା ଜାରି କରିଛନ୍ତି।ରମା ସାହୁ (୫୦)ଙ୍କ ଅବସ୍ଥା ସାଙ୍ଘାତିକ ଥିବାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ସବୁ ବର୍ଷ ରାମନବମୀ ଓ ଚତୁର୍ଦ୍ଦଶୀ ଦିନ ପୂଜା ହୋଇଥାଏ। ବର୍ଷା ହେବା ପାଇଁ ଓ ଭାତକୁରୀ, ଛଉ ରୋଗରୁ ମୁକ୍ତି ପାଇଁ ମାନସିକଧାରୀମାନେ ଉକ୍ତ ପୂଜାରେ ଯୋଗ ଦେଇଥାନ୍ତି। ଆଜି ପୂଜାରେ ୮୦ ଜଣ ଭକ୍ତ ଉପସ୍ଥିତ ଥିଲେ। ଖବର ପ୍ରଚାରିତ ହେବାପରେ ଚାରିଆଡ଼େ ଦୁଃଖ ଖେଳି ଯାଇଛି।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ