ସାର ନପାଇ ରାଜରାସ୍ତାରେ ଚାଷୀ

ଲାଞ୍ଜିଗଡ,07/09: ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ପ୍ରାଥମିକ କୃଷି ସମବାୟ ସମିତିରେ ସାର ନପାଇ ଚାଷୀମାନେ ବିରକ୍ତ ହୋଇ ବିଶ୍ୱନାଥପୁରଠାରୁ ଲାଞ୍ଜିଗଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । କଳାହାଣ୍ଡି ଜିଲାରେ ୟୁରିଆ ସାରର ବର୍ତ୍ତମାନ ଅଭାବ ଦେଖାଦେଇଛି । ଯେଉଁଥିପାଇଁ କଳାବଜାରୀ ବଢ଼ିବାରେ ଲାଗିଛି । ବିଶ୍ଵନାଥପୁର ପ୍ରାଥମିକ କୃଷି ସମବାୟ ସମିତି ସାମ୍ନାରେ ୧୫ ଶହରୁ ଉର୍ଦ୍ଧ୍ବ ଚାଷୀ ସାର ନେବା ପାଇଁ ଶନିବାର ସକାଳ ନ ଘଣ୍ଟା ସମୟରୁ ଆଧାର କାର୍ଡ ଧରି ଧାଡ଼ିରେ ଠିଆ ହୋଇ ଅପେକ୍ଷା କରିଥିଲେ । ୧୫ଶହରୁ ଉର୍ଦ୍ଧ୍ବ ଚାଷୀ ଆସିଥିବା ବେଳେ ୩୪୦ ବସ୍ତା ୟୁରିଆ ସାର ସମିତିକୁ ଆସିଛି । ହେଲେ ପରେ ଚାଷୀମାନଙ୍କ ଅପେକ୍ଷା ସାର କମ ପରିମାଣରେ ୟୁରିଆ ଥିବା କହି ସମବାୟ ସମିତିର ପରିଚାଳକ ମନା କରିବା ପରେ ଉପସ୍ଥିତ ସମସ୍ତ ଚାଷୀ ବିରକ୍ତ ହୋଇ ଆଜି ବିଶ୍ୱନାଥପୁର ଓ ଲାଞ୍ଜିଗଡକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଏହାର ଖବର ପାଇ ଲାଞ୍ଜିଗଡ ଅତିରିକ୍ତ ତହସିଲଦାର ସନ୍ଦିପ ତିର୍କୀ ଏବଂ ଲାଞ୍ଜିଗଡ ବ୍ଲକ ଏଓ ଲକ୍ଷ୍ମୀ ବିଶ୍ୱାଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଚାଷୀଙ୍କ ସ‌ହିତ ଆଲୋଚନା ପରେ ରାସ୍ତାରୁ ଓହରିଥିଲେ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ