ସୁପର ସନ୍‌ଡେ’ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ

ଭୁବନେଶ୍ୱର: ରବିବାର ଖେଳାଯିବ ଦ୍ୱିତୀୟ ଦିନିକିଆ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ସିରିଜ ବିଜୟ ସହ ମନୋବଳ ବଢାଇବାକୁ ପ୍ରୟାସ କରିବ । ଇଂଲଣ୍ଡ ମଧ୍ୟ କଡ଼ା ଟକ୍କର ଦେବାକୁ ଅପେକ୍ଷା କରିଛି । ୫ବର୍ଷ ପରେ ଓଡ଼ିଶାର କ୍ରିକେଟ୍‌ ପ୍ରେମୀ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାର ମଜା ଉଠାଇବା ପାଇଁ ବାରବାଟୀରେ ଡେରା ପକାଇଛନ୍ତି ।

ଚାମ୍ପିଅନ୍ସ ଟ୍ରଫି ଆଖି ଆଗରେ ରହିଥିବାରୁ ଭାରତ ଏହି ସିରିଜ ଜରିଆରେ ସମସ୍ତ ଖେଳାଳିଙ୍କୁ ଅଳ୍ପ ବହୁତ ଅଭ୍ୟାସ ସୁଯୋଗ ଦେବାକୁ ଯୋଜନା କରୁଛି । ରବିବାର ବ୍ୟାଟିଂ ବିଭାଗକୁ ନେଇ ପରୀକ୍ଷା ନିରୀକ୍ଷା ହୋଇପାରେ । ବିରାଟ କୋହଲି ଓ ରିଷଭ ପନ୍ତଙ୍କୁ ଏକାଦଶକୁ ଫେରାଇ ଆଣିବାକୁ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତା କରିବ । ଏସବୁ ବ୍ୟତୀତ ସମସ୍ତଙ୍କ ନଜର ସିନିୟର ଖେଳାଳିଙ୍କ ଉପରେ ରହିବ। ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଫର୍ମ ଫେରିପାଇବା ଜରୁରି । ତେଣୁ ସେମାନଙ୍କ ପ୍ରଦର୍ଶନକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିବେ । ପ୍ରଥମ ମ୍ୟାଚ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ ପରେ ଶ୍ରେୟାସ ଆୟର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି।
ପ୍ରଥମ ଦିନିକିଆରେ ତାଙ୍କୁ ଖେଳାଇବାର ଯୋଜନା ନଥିଲା । ମାତ୍ର କୋହଲି ଆହତ ହେବାରୁ ସେ ଖେଳିବାକୁ ସୁଯୋଗ ପାଇଥିଲେ । ସତ କହିବାକୁ ଗଲେ ଆୟର ଦିନିକିଆ ଫର୍ମାଟ୍‌ରେ ଭାରତୀୟ ବ୍ୟାଟିଂ ବିଭାଗର ମେରୁଦଣ୍ଡ । ଗତ ଦିନିକିଆ ବିଶ୍ୱକପ୍‌ରେ ତାଙ୍କ ପ୍ରଦର୍ଶନ ଏହା ପ୍ରମାଣ କରୁଛି । ତେଣୁ ସେ ଏକାଦଶରେ ସ୍ଥାନ ବଜାୟ ରଖିବା ଜରୁରି । ଇଂଲଣ୍ଡ ବ୍ୟାଟରଙ୍କ ପାଇଁ ସବୁଠୁ ବଡ଼ ଚିନ୍ତା ଭାରତୀୟ ସ୍ପିନର । ଭାରତୀୟ ସ୍ପିନ ବୋଲିଂ ବିଭାଗରେ ଢ଼େର ବିକଳ୍ପ ଓ ବିଭିନ୍ନତା ରହିଛି । ତେଣୁ ଇଂଲଣ୍ଡ ବ୍ୟାଟରମାନେ ସେମାନଙ୍କୁ ସାମ୍ନା କରିବାର ସୂତ୍ର ପାଇପାରୁ ନାହାନ୍ତି । ବିଶେଷ କରି ସମସ୍ତଙ୍କ ନଜରରେ ରହିବେ ହ୍ୟାରୀ ବ୍ରୁକ। ଏହି ଗସ୍ତରେ ସେ ୬ଟି ମ୍ୟାଚ୍‌ (ଟି-ଟ୍ୱେଣ୍ଟି ସିରିଜକୁ ମିଶାଇ)ରୁ ମାତ୍ର ୯୧ ରନ୍‌ ସଂଗ୍ରହ କରିଛନ୍ତି । ଇଂଲଣ୍ଡ ବର୍ତ୍ତମାନ ତାଙ୍କ ଫର୍ମକୁ ନେଇ ଚିନ୍ତାରେ ରହିଛି ।
ଫର୍ମ ଫେରିପାଇବେ ସିନିୟର: ଭାରତୀୟ ଦଳର ୩ ସିନିୟର ବ୍ୟାଟର ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲଙ୍କ ପାଇଁ ବାରବାଟୀ ଷ୍ଟାଡ଼ିୟମ୍‌ ‘ଲକି’ ସାବ୍ୟସ୍ତ ହୋଇପାରେ । ବର୍ତ୍ତମାନ ଏହି ୩ ଖେଳାଳି ଫର୍ମ ଫେରିପାଇବାକୁ ସଂଘର୍ଷ କରୁଛନ୍ତି । ଶେଷ ଥର ପାଇଁ ବାରବାଟୀରେ ଖେଳିଥିବା ଦିନିକିଆରେ ରୋହିତ ୬୩, ରାହୁଲ ୭୭ ଓ କୋହଲି ୮୫ ରନ୍‌ର ଇନିଂସ ଖେଳିଥିଲେ । ଏଥର ମଧ୍ୟ ବାରବାଟୀ ତାଙ୍କ ସାଥ୍‌ ଦେବ ବୋଲି ଆଶା କରାଯାଇପାରେ ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ