ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ଅକ୍ଷୟ ତୃତୀୟା ଉତ୍ସବ ପାଳିତ

ଭୁବନେଶ୍ୱର, ଏପ୍ରିଲ ୨୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ଓଡ଼ିଶାର କୃଷିଭିତିକ ପର୍ବ ପବିତ୍ର ‘ଅକ୍ଷୟ ତୃତୀୟା’ ପାଳିତ ହୋଇଯାଇଛି । ନୂଆଗାଁ ସ୍ଥିତ ସୋଆ ଅନ୍ତର୍ଗତ ଆଇ.ଏନ.ଏସ ଫାର୍ମ ଓ ବିଂଝଗିରି ସ୍ଥିତ ଏ.ଆର.ଏସ ଫାର୍ମରେ ପର୍ଯ୍ୟାୟ କ୍ରମେ ଅକ୍ଷୟ ତୃତୀୟା ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସୋଆ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର, କୃଷି ବିଜ୍ଞାନ ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଏଗ୍ରିକଲଚର ରିସର୍ଚ୍ଚ କୋଅର୍ଡିନେଟର ପ୍ରଫେସର ଜେ.ଏମ.ଏଲ ଗୁଲାଟି, କ୍ଷେତ୍ର ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ବାସୁଦେବ ବେହେରା, ପରୀକ୍ଷା ସଂଯୋଜକ ପ୍ରଫେସର ରବୀନ୍ଦ୍ର ପାଇକରାୟ, ଫୁଲଚାଷ ଓ ସୌନ୍ଦର୍ଯ୍ୟକରଣ ବିଭାଗର ମୁଖ୍ୟ ପ୍ରଫେସର ଶଶିକଳା ବେଉରା, ଉଦ୍ଭିଦ ଶରୀରତତ୍ୱ ବିଭାଗର ପ୍ରାଧ୍ୟାପିକା ଡକ୍ଟର ନନ୍ଦିତା ଜେନା ପ୍ରମୁଖ ଯୋଗ ଦେଇ ପାରଂପରିକ ରୀତିନୀତି ଅନୁସାରେ ଅକ୍ଷି ମୁଠି ଅନୁକୂଳ କରିଥିଲେ । ଉତ୍ସବରେ କୃଷି ମହାବିଦ୍ୟାଳୟର ସମସ୍ତ ରିସର୍ଚ୍ଚ ସ୍କଲାର, ଫାର୍ମ କର୍ମଚାରୀ ଓ ବିଂଝଗିରିର ସ୍ଥାନୀୟ କୃଷକମାନେ ଯୋଗ ଦେଇଥିଲେ । ଏହି ଉତ୍ସବଟିକୁ ଫାର୍ମ ନିର୍ଦ୍ଦେଶକ ପ୍ରଫେସର ସରୋଜ କୁମାର ମହାନ୍ତି ଓ ପ୍ରଫେସର ମଧୁସୂଦନ ବେହେରା ପରିଚାଳନା କରିଥିଲେ ।

  • Related Posts

    ସୋଆ ‘ଜାଗୋ’ ପକ୍ଷରୁ ଜଳ ସେବା ଶିବିର ଆୟୋଜିତ

    ଭୁବନେଶ୍ୱର, ଏପ୍ରିଲ ୨୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ‘ଜାଗୋ’ କ୍ଲବ ପକ୍ଷରୁ ସୋମବାର ଜଳ ସେବା ଶିବିର ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ହୋଇଯାଇଛି । ଏହି ମହତ୍ କାର୍ଯ୍ୟ ଅବସରରେ ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ…

    Continue reading
    ଶିକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ – ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ଏହି ବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ଏହା ଅଞ୍ଚଳର ସାମାଜିକ ଓ ବୌଦ୍ଧିକ ଉନ୍ନତିର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ବୋଲି କଟକ ଜିଲ୍ଲାର ସୁନ୍ଦରଗ୍ରାମରେ ଅବସ୍ଥିତ ସୁନ୍ଦରଗ୍ରାମ ସରକାରୀ ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି ଉତ୍ସବରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ